Nibedita biswal felicitedNibedita biswal felicited

ଆସିକା,୧୦/୮(ମନୋଜ କୁମାର ନାୟକ) – ଓଡିଶା ସିଭିଲ ସର୍ଭିସରେ ୧୫୩ ତମ ସ୍ଥାନରେ ଉତ୍ତୀର୍ଣ୍ଣ ପ୍ରଗତୀ ଶିଶୁ ବିଦ୍ୟା ମନ୍ଦିରର ପୂର୍ବତନ ଛାତ୍ରୀ ନିବେଦିତା ବିଶ୍ୱାଳଙ୍କୁ ସମ୍ଭର୍ଦ୍ଧନା ଜ୍ଞାପନ କରାଯାଇଛି ।

ପ୍ରଗତି ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଭାପତି ଲକ୍ଷ୍ମୀ ନାରାୟଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ସମ୍ଭର୍ଦ୍ଧନା ଉତ୍ସବ ଅନୁଷ୍ଟିତ ହୋଇଥିଲା । ବିଦ୍ୟାଳୟ ପ୍ରତିଷ୍ଠାତା ତଥା ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଜୟରାମ ସ୍ୱାଇଁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ଏହି ସମ୍ଭର୍ଦ୍ଧନା ଉତ୍ସବରେ ବିଦ୍ୟାଳୟ ସମ୍ପାଦକ ବାସୁଦେବ ସାମଲ, ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ରଜନୀ କାନ୍ତ ମହାନ୍ତି, ନିରଞ୍ଜନ ବିଷୋୟୀ, ଭୋଜ ରାଜୁ ଦୋରା, ଦିଗମ୍ବର ଜେନା, ପରିଚାଳନା କମିଟି ସଦସ୍ୟ ବାଲାଜୀ ରାଉତ, ମନୋଜ କୁମାର ତ୍ରିପାଠୀ, ଦୀନବନ୍ଧୁ ଗୋଡ, ଦିଲ୍ଲୀପ କୁମାର ତ୍ରିପାଠୀ ସମେତ ଅନୁଷ୍ଠାନ ସମସ୍ତ ଗୁରୁଜୀ, ଗୁରୁମା ଏବଂ ଛାତ୍ରଛାତ୍ରୀ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଉତ୍ସବରେ ନିବେଦିତା ବିଶ୍ୱାଳକୁ ବିଦ୍ୟାଳୟ ପକ୍ଷରୁ ପୁଷ୍ପଗୁଛ ଦେଇ ସ୍ୱାଗତ ସମ୍ଭର୍ଦ୍ଧନା ପରେ ଉପଢୈାକନ ଓ ମାନପତ୍ର ପ୍ରଦାନ କରାଯାଇଥିଲା ।

ପ୍ରଗତି ଶିଶୁ ବିଦ୍ୟା ମନ୍ଦିର ପୂର୍ବତନ ସମ୍ପାଦକ ତଥା ବାଙ୍ଗରଡା ଗ୍ରାମର ନିରଞ୍ଜନ ବିଶ୍ୱାଳଙ୍କ ଏକ ମାତ୍ର କନ୍ୟା । ସେ ଏହି ବିଦ୍ୟାଳୟରେ ପ୍ରାରମ୍ଭରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ । ନିବେଦିତା ବିଶ୍ୱାଳଙ୍କ ସଫଳତାରେ ତାଙ୍କ ବିଦ୍ୟାଳୟ ଓ ବାଙ୍ଗରଡା ଗ୍ରାମରେ ଗୈାରବ ଅର୍ଜନ କରିଛି ।