ଆଲିପୁର ଠାରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର

0 293

ଆସିକା,୯/୩ (ଶୁଣାକଥା ) : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଆଲିପୁର ପଚାଂୟତ ଠାରେ ଆଜି ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ଯୁବ ଫାର୍ମାସିଷ୍ଟ ତଥା ଆଲିପୁର ପଚାଂୟତ ପୂର୍ବତନ ସରପଚଂ ମନୋଜ କୁମାର ନାହକଙ୍କ ତତ୍ୱାବାଧାନରେ ଅନୁଷ୍ଠିତ ହୋଇଥିଲା ।

ଏହି ଶିବିରରେ ଶତାଧିକ ବୃଦ୍ଧା, ବୃଦ୍ଧ ଏବଂ ବହୁ ଗ୍ରାମବାସୀ ଯୋଗ ଦେଇ ଚକ୍ଷୁ ପରିକ୍ଷା କରିଥିଲେ । ଗଞ୍ଜାମ ଜିଲ୍ଲା ସମ୍ପାଦକ ତଥା ବରିଷ୍ଠ ବିଜେଡି ନେତା ଅଭିମନ୍ୟୁ ନାହକ, ଆଲିପୁର ସରପଚଂ ଅତିଥି ଭାବେ ଶିବିରରେ ଯୋଗ ଦେଇଥିଲେ ।

ଆଲିପୁର ପଚାଂୟତର ପୂର୍ବତନ ସରପଚଂ ମନୋଜ କୁମାର ନାୟକ ତାଙ୍କ ଜୀବନ କାଳରେ ସମାଜସେବା ପାଇଁ ବ୍ରତୀ ହୋଇଥିବା ତାଙ୍କ ପ୍ରତିକ୍ରିୟା ରଖିଥିଲେ । ପବିତ୍ର ମହାଶିବରାତ୍ରୀରେ ଭକ୍ତ ଶ୍ରଦ୍ଧାଳୁଙ୍କ ଉଦ୍ଧେଶ୍ୟରେ ଆସିକା ଅଚଂଳର ବିଭିନ୍ନ ଶୈବ ପୀଠରେ ପଣାର ଆୟୋଜନ କରିଥିଲେ ।

ଏହା ସହିତ ଦିନ ଦରିଦ୍ର ଓ ଗରିବ ଲୋକଙ୍କୁ ନୂତନ ପୋଷାକ, ଲୁଗା ସାଙ୍ଗକୁ ରନ୍ଧା ଖାଦ୍ୟ ବଟଂନ କରିଥିଲେ । ତାଙ୍କର ଏଭଳି କାର୍ଯ୍ୟକୁ ସ୍ଥାନୀୟ ଅଚଂଳରେ ବୁଦ୍ଧିଜୀବୀ ମାନେ ଭୂରୀ ପ୍ରଶଂସା କରାଯାଇଥିଲା ।

Leave A Reply

Your email address will not be published.