ଆସିକା ଶାନ୍ତି ଶକ୍ତି ଭବନରେ ତ୍ରୀମୂର୍ତୀ ଶିବ ଜୟନ୍ତି ପାଳିତ

0 129

ଆସିକା,୮/୩(ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ସହର ଉପକଣ୍ଠ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାନ୍ତି ଶକ୍ତି ଭବନ ଠାରେ ଆଜି ତ୍ରୀମୂର୍ତୀ ଶିବ ଜୟନ୍ତି ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମ ଶାନ୍ତି ଶକ୍ତି ଭବନ ପକ୍ଷରୁ ଆୟୋଜିତ ହୋଇଥିବା ବେଳେ ତ୍ରୀମୂର୍ତୀ ଶିବ ପରମାତ୍ମାଙ୍କ ୮୮ ତମ ଜୟନ୍ତି ମହାସମାରୋହରେ ପାଳିତ ହୋଇଛି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆସିକା ଏନଏସି ଅଧ୍ୟକ୍ଷା ବିନେତା ସ୍ୱାଇଁ, ସମ୍ମାନୀୟ ଅତିଥି ଭାବେ ଆସିକା ଟି.ପି.ଏସ.ଡି.ଓ.ଏଲ ଚିନିଶିଳ୍ପ ନୂଆଗାଁ ବିଦ୍ୟୁତ ବିଭାଗ ଡିଭିଜନ-୨ ଉପଖଣ୍ଡ ଅଧିକାରୀ ଜିତେନ୍ଦ୍ର ସିଂ ପ୍ରମୁଖ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଅତିଥି ବିନେତା ସ୍ୱାଇଁ ଓ ଜିତେନ୍ଦ୍ର ସିଂଙ୍କ ଦ୍ୱାରା ଶିବ ଧ୍ୱଜା ଉତୋଳନ କରାଯାଇଥିଲା । ଏହାପରେ ଶିବ ସନ୍ଦେଶ ଯାତ୍ରାକୁ ଉଦଘାଟନ କରିଥିଲେ । ଆସିକା ଶାନ୍ତି ଶକ୍ତି ଭବନ ସଂଚାଳିକ ରାଜଯୋଗିନୀ ବ୍ରହ୍ମକୁମାରୀ ପ୍ରଭାତୀ ଭଉଣୀ ସହରବାସୀଙ୍କ ସ୍ୱାସ୍ଥ୍ୟ ଓ ସମୃଦ୍ଧି କାମନା କରିଥିଲେ ।

ଆସିକା ଶାନ୍ତି ଶକ୍ତି ଭବନରୁ ଶିବ ସନ୍ଦେଶ ଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଏହି ସୁସଜ୍ଜିତ ଶିବ ସନ୍ଦେଶ ଯାତ୍ରା ରଥ ଜ୍ୟୋତିର ବିନ୍ଦୁ ଶିବ ପିତାଙ୍କ ଜ୍ୟୋର୍ତିଲିଙ୍ଗ ଶୋଭା ପାଉଥିଲେ । ଏହି ଅବସରରେ ଆସିକା ପୁଡୁଗେଶ୍ୱରପଲ୍ଲୀ ଶୈବ ପୀଠରେ ପାୱାର ପଏଟଂ ଜରିଆରେ ପରମାତ୍ମା ଶିବ ପିତାଙ୍କ ଆକର୍ଷଣୀୟ କାର୍ଯ୍ୟକ୍ରମ ସମସ୍ତ ଶ୍ରଦ୍ଧାଳୁଙ୍କ ମନ ମୋହିଥିଲା ।

Leave A Reply

Your email address will not be published.