meeting of leaders and workers of Khallikot block in Ganjam district West part Congress office meeting of leaders and workers of Khallikot block in Ganjam district West part Congress office

ଆସିକା,୨୧/୩ (ଶୁଣାକଥା) : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକର ବରିଷ୍ଠ ନେତା ଓ କର୍ମୀ ମାନଙ୍କୁ ନେଇ ଆଜି ଆସିକା ଖମ୍ବେଶ୍ୱରୀପାଟଣା ସ୍ଥିତ ଗଞ୍ଜାମ ଜିଲ୍ଲା ପଶ୍ଚିମା ଭାଗ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାଂଗଠନିକ ବୈଠକ ଅନୁଷ୍ଟିତ ହୋଇଛି । ଏହି ବୈଠକ ଜିଲ୍ଲା କଂଗ୍ରେସ ପଶ୍ଚିମ ଭାଗ ସଭାପତି ରବିନ୍ଦ୍ର ନାଥ ଶର୍ମାଙ୍କ ପୈାରହିତ୍ୟରେ ଅନୁଷ୍ଟିତ ହୋଇଥିବା ବେଳେ ଖଲ୍ଲିକୋଟ କଂଗ୍ରେସ ବ୍ଲକ ସଭାପତି ବଳରାମ ନାୟକ ସଭାପତିତ୍ୱ କରିଥିଲେ । ଖଲ୍ଲିକୋଟ ଅଚଂଳର ମହିଳା ନେତ୍ରୀ ତଥା ମହିଳା କଂଗ୍ରେସ ବ୍ଲକ ସଭାପତି ଅଞ୍ଜନା ତ୍ରିପାଠୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

ଆଗାମୀ ଦିନରେ ୨୦୨୪ ସାଧାରଣ ନିର୍ବାଚନ ଅନୁଷ୍ଟିତ ହେବାକୁ ଥିବା ବେଳେ ଖଲ୍ଲିକୋଟ ବ୍ଲକରେ ଏବେ ଠାରୁ ରାଜନୈତିକ ଉଷ୍ମତା ଦେଖାଦେଲାଣି । ଦିର୍ଘ ବର୍ଷ ଧରି ବିଜେଡି ରାଜୁତି କରିଆସୁଥିବା ବେଳେ ଏବେ କଂଗ୍ରେସ ଗଡ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା । ଏହି ଅଚଂଳରେ ସାଂଗଠନିକ ସ୍ତିତିକୁ କିପରି ସୁଦୃଢ କରାଯିବ ସେନେଇ ତାକୁ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା ।

ଏହି ନିର୍ବାଚନ ମଣ୍ଡଳୀରେ ପାଖାପାଖି ୨ ଲକ୍ଷରୁ ଉର୍ଦ୍ଧ ଜନସଂଖ୍ୟା ରହିଥିବା ବେଳେ ଜନମତକୁ ଆକୃଷ୍ଟ କରିବା ପାଇଁ ସ୍ୱତନ୍ତ୍ର ରୋଡ ମ୍ୟାପ କରାଯିବା ନେଇ ଗଞ୍ଜାମ ଜିଲ୍ଲା ପଶ୍ଚିମ ଶାଖା କଂଗ୍ରେସ ସଭାପତି ରିବନ୍ଦ୍ର କୁମାର ଶର୍ମା ମତବ୍ୟକ୍ତ କରିଥିଲେ ।

ଖଲ୍ଲିକୋଟ ବ୍ଲକରେ ସୁଞ୍ଜାନୀ ଦେବୀଙ୍କ ଅନୁପସ୍ଥିତି ରହିଥିବା ବେଳେ ମୁରବିବୀହନ ବିଜେଡି ଗଡକୁ ବାଦ କରି କଂଗ୍ରେସ ଗଡ କରିବା ପାଇଁ ଖଲ୍ଲିକୋଟ କଂଗ୍ରେସ ବିଧାୟକ ଆଶାୟୀ ପ୍ରାର୍ଥୀ ଭୋକାଲି ସେଠି ତାଙ୍କ ପ୍ରତିକ୍ରିୟା ରଖିଥିଲେ । ଏହି ବୈଠକରେ ଖଲ୍ଲୀକୋଟ ବ୍ଲକର ଶତାଧିକ ମହିଳା କର୍ମୀ ଓ ପୁରୁଷ କର୍ମୀ ଯୋଗ ଦେଇ ଖଲ୍ଲିକୋଟ ଗଡକୁ କଂଗ୍ରେସ ଗଡ କରିବା ପାଇଁ ଶପଥ ପାଠ କରିଥିଲେ ।