ଆସିକା ବି.ଆଇ.ଟି କମ୍ପ୍ୟୁଟର ଶିକ୍ଷାନୁଷ୍ଠାନରେ ବନ୍ଧୁମିଳନ

0 523

ଆସିକା,୨୬/୨ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ସହର ଉପକଣ୍ଠ ସତ୍ୟନାରାୟଣ ମନ୍ଦିର ସ୍ଥିତ ବି.ଆଇ.ଟି କମ୍ପ୍ୟୁଟର ଶିକ୍ଷାନୁଷ୍ଠାନରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ସୁନିଲ କୁମାର ମିଶ୍ରଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ନିର୍ଦ୍ଧେଶିକ ମମତା ମିଶ୍ର ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୨ ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

ଦିର୍ଘ ୨୫ ବର୍ଷ ଧରି ଏହି ଅନୁଷ୍ଠାନ ଅନେକ ଛାତ୍ରଛାତ୍ରୀଙ୍କ ପାଇଁ କମ୍ପ୍ୟୁଟର ବିଦ୍ୟାରେ ଦକ୍ଷତା ହାସଲ କରିବାରେ ସାହାଯ୍ୟ କରିଛି । ଦୈନନ୍ଦିନ ଜୀବନରେ ଏକ ଅବିଚ୍ଚେଦ୍ୟ ଅଙ୍ଗ କୁହାଯାଉଥିବା କମ୍ପ୍ୟୁଟର ଦକ୍ଷତା ସମ୍ଭନ୍ଧୀୟ ଜ୍ଞାନ କୈାଶଳ, ବହୁଳ ବ୍ୟବହୃତ ଆପ୍ଲିକେସନ, ପ୍ୟାକେଜ ଏବଂ ଫଳପ୍ରଦ ଭାବରେ ଇଟଂରନେଟ କିପରି ବ୍ୟବହାର କରାଯାଇପାରିବ ତାହା ଶିକ୍ଷା ପ୍ରଦାନ କରିଆସୁଛି ।

ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଛାତ୍ର ଜୀବନର ସମସ୍ତ ସ୍ମତିକୁ ଛାତ୍ରଛାତ୍ରୀ ସାଉଁଟି ଥିଲେ । ଏହି ଉତ୍ସବରେ ପୁରାତନ ଛାତ୍ରଛାତ୍ରୀ ଏବଂ ନୂତନ ଛାତ୍ରଛାତ୍ରୀ ଯୋଗ ଦେଇ ନିଜ ନିଜ ପରିଚୟ ସାଙ୍ଗକୁ ଶିକ୍ଷାନୁଷ୍ଠାନରେ ବିତାଇଥିବା ସମସ୍ତ ଅନୁଭୂତିକୁ ଉପସ୍ଥାପନ କରିଥିଲେ ।

କମ୍ପ୍ୟୁଟରରେ ଭାରତୀୟ ଭାଷା ବ୍ୟବହାର କରିବା ପାଇଁ ବିଶେଷ ସହାୟତା, ସୂଚନା ପ୍ରଯୁକ୍ତି ବିଦ୍ୟା, ଇଟଂରନେଟ, ସୂଚନା, ୱେବ ଏବଂ ବୈଦ୍ୟୁତିକ ବାଣିଜ୍ୟ ବା ଇଲେକଟ୍ରୋନିକ, କମର୍ସ ସମ୍ଭନ୍ଧୀୟ ବିସ୍ତୃତ କମ୍ପୁଟରୀୟ ସୁଚନା ନିର୍ଦ୍ଦେଶିକା ମମତା ମିଶ୍ର ସମସ୍ତ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଏକ ନୈଶ୍ୟ ଭୋଜନର ବ୍ୟବସ୍ଥା ହୋଇଥିଲା ।

Leave A Reply

Your email address will not be published.