ଏନ.ଆର.ଟି.ଏସ ୨୦୨୩ ପରିକ୍ଷାରେ ଜନ୍ମେଜୟ ମିଶ୍ରଙ୍କ କୃତିତ୍ୱ

0 802

ଆସିକା,୨୭/୨ (ଶୁଣାକଥା) ମନୋଜ କୁମାର ନାୟକ : ଏନ.ଆର.ଟି.ଏସ ୨୦୨୩ ପରିକ୍ଷା ଫଳାଫଳରେ ଆସିକାର ଜନ୍ମେଜୟ ମିଶ୍ର କୃତିତ୍ୱ ହାସଲ କରିଛନ୍ତି । ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ କଟକ ଦ୍ୱାରା ଗଞ୍ଜାମ ଜିଲ୍ଲା ଶିକ୍ଷାଅଧିକାରୀ ଅଧିନ ୨୧୦ ଜଣ ଛାତ୍ରଛାତ୍ରୀଙ୍କ ଫଳାଫଳ ପ୍ରକାଶିତ ହୋଇଥିଲା । ଏଥିରେ ମେଧାବୀ ଛାତ୍ର ଭାବେ ଆସିକା ବ୍ଲକର ଜନ୍ମେଜୟ ମିଶ୍ର ସର୍ବୋଚ୍ଚ ନମ୍ବର ରଖି ଚତୁର୍ଥ ସ୍ଥାନରେ କୃତିତ୍ୱ ହାସଲ କରିଛନ୍ତି ।

ସେ ଆସିକା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଅଟନ୍ତି । ତାଙ୍କ ସଫଳତାରେ ଆସିକା ଶିଶୁ ବିଦ୍ୟା ମନ୍ଦିରର ସମସ୍ତ ଗୁରୁଜୀ, ଗୁରୁମା, ଅଭିଭାବକ ଶୁଭେଚ୍ଚା ଜଣାଇଛନ୍ତି । ଆସିକା ସହରର ବରିଷ୍ଠ ଆଇନଜୀବୀ ଅଶୋକ କୁମାର ମିଶ୍ର ଓ ହରିହର ହାଇସ୍କୁଲର ସଂସ୍କୃତ ଶିକ୍ଷୟତ୍ରୀ ରଶ୍ମିତା କୁମାରୀ ମିଶ୍ରଙ୍କ ଏକ ମାତ୍ର ପୁଅ ଅଟନ୍ତି । ଆସିକା ମେକ ମାଇକେଲ ସଂସ୍କୃତଟୋଲର ପ୍ରଧାନ ପଣ୍ଡିତ ରାଷ୍ଟ୍ରପତି ପୁରସ୍କାପ୍ରାନ୍ତ ଶିକ୍ଷକ ସ୍ୱର୍ଗତ ଡଃ.କୈଳାସ ଚନ୍ଦ୍ର ମିଶ୍ରଙ୍କ ନାତି ଅଟନ୍ତି ।

ଜନ୍ମେଜୟ ମିଶ୍ରଙ୍କ ଏହି ସଫଳତା ପଛରେ ଆସିକାର ଶିକ୍ଷକ ସୁଶାନ୍ତ କୁମାର ପଣ୍ଡାଙ୍କ ପ୍ରେରଣା ରହିଛି । ଏହି ସଫଳତାରେ ଆସିକା ବାର ଆସୋସିଏସନ ପୂର୍ବତନ ସଭାପତି ତଥା ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ର ନାଥ ପଣ୍ଡା ଶୁଭେଚ୍ଚା ଜଣାଇଛନ୍ତି ।

Leave A Reply

Your email address will not be published.