ଗହଙ୍ଗୁ ଗୀତା ପାଠାଶାଳାକୁ ଉପ-ସେବା କେନ୍ଦ୍ର ମାନ୍ୟତା

0 198

ଆସିକା,୧୧/୮(ଶୁଣାକଥା) ମନୋଜ କୁମାର ନାୟକ : ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାନ୍ତି ଶକ୍ତି ଭବନ ଆସିକାର ଗହଙ୍ଗୁ ଗୀତା ପାଠାଶାଳାକୁ ଇଶ୍ୱରୀୟ ସେବାରେ ଉତ୍କର୍ଷ ହେତୁ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଆନ୍ତଃର୍ଜାତୀୟ ମୁଖ୍ୟାଳୟ ମାଉଟଂ ଆବୁ ପକ୍ଷରୁ ଉପ-ସେବା କେନ୍ଦ୍ର ମାନ୍ୟତା ପ୍ରଦାନ କରାଯାଇଛି ।

ଆଜି ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବ କାର୍ଯ୍ୟକ୍ରମରେ ଶାନ୍ତି ଶକ୍ତି ଭବନ ସଂଚାଳିକା ପ୍ରଭାତୀ ଭଉଣୀ ଏହି ସୁଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସବ-ଜୋନ ମୁଖ୍ୟ ପ୍ରଭାରୀ ରାଜ ଯୋଗିନୀ ବ୍ରହ୍ମକୁମାରୀ ମଞ୍ଜୁ ଦିିଦି, ସହ- ପ୍ରଭାରୀ ରାଜ ଯୋଗିନୀ ବ୍ରହ୍ମକୁମାରୀ ମାଳା ଦିଦି ସାଙ୍ଗକୁ ସମସ୍ତ ଭଉଣୀ ଯୋଗ ଦେଇ ଶୁଭେଚ୍ଚା ଜଣାଇଥିଲେ ।

ଗହଙ୍ଗୁ ମଠ ମହନ୍ତ ରାଘବାନନ୍ଦ ଦାଶ ଅତିଥି ଭାବେ ଯୋଗ ଦେଇ ଇଶ୍ୱରୀୟ ସେବାରେ ଉତ୍ସର୍ଗୀକୃତ ହୋଇ ସମସ୍ତ ଭଉ୍‌ଣୀ, ଭାଇଙ୍କୁ ସାଧୁବାଦ ଜଣାଇଥିଲେ । ବ୍ରହ୍ମକୁମାରୀ ସ୍ମିତା, ଲିଜା, କସ୍ତୁରୀ, ନର୍ମଦା ଏବଂ ବ୍ରହ୍ମକୁମାର ଲକ୍ଷ୍ମଣ, ବନମାଳୀ, ସତ୍ୟପ୍ରିୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।

Leave A Reply

Your email address will not be published.