Meritorious student felicitation ceremony at Alipur Shrikshetra Pachanayat High SchoolMeritorious student felicitation ceremony at Alipur Shrikshetra Pachanayat High School

ଆସିକା,୧୬/୨ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଆଲିପୁର ପଚାଂୟତ ଶ୍ରୀକ୍ଷେତ୍ର ପଚାଂୟତ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ମେଧାବୀ ବିଦ୍ୟାର୍ଥୀ ଅଭିନନ୍ଦନ ଉତ୍ସବ ଅନୁଷ୍ଠିତ ହୋଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆଲିପୁର ଗ୍ରାମ୍ୟ ଜଳ ଓ ପରିମଳ ସଂସ୍ଥା ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମ ଗ୍ରାମ୍ୟ ସଭାପତି ପ୍ରଫୁଲ ଚନ୍ଦ୍ର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଟିତ ହୋଇଥିବା ବେଳେ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ବେହେରା, ଶିକ୍ଷୟତ୍ରୀ ସୁଦଷ୍ଣା ବେହେରା, ଶୀକ୍ଷୟତ୍ରୀ ଅନିତା ପଣ୍ଡା, ଶିକ୍ଷକ ସତ୍ୟପ୍ରିୟ ରଥ, ପ୍ରମୋଦ କୁମାର ଗୌଡ, ଭଗବାନ ଗୈାଡ, ପ୍ରଭାକର ପଣ୍ଡା, କୃଷ୍ଣଚନ୍ଦ୍ର ପଣ୍ଡା, ସୂର୍ଯ୍ୟନାରାୟଣ ପାତ୍ର, ରାଜେନ୍ଦ୍ର ଡାକୁଆ, ଧ୍ରୁବ ଜେନା ପ୍ରମୁଖ ମଚାଂସୀନ ଥିଲେ ।

ସେହିଭଳି ଗ୍ରାମ୍ୟ ଜଳ ଓ ପରିମଳ ସଂସ୍ଥା ସଭାପତି ସନ୍ତୋଷ କୁମାର ଜେନା, ସମ୍ପାଦକ ଶିବରାମ ପଟ୍ଟନାୟକ, କୋଷାଧ୍ୟକ୍ଷ କୃଷ୍ଣଚନ୍ଦ୍ର ଗୈାଡ, ସୂର୍ଯ୍ୟ କୁମାର ପାଢି ସାଙ୍ଗକୁ ସଦସ୍ୟ ଚର୍ତୁଃଭୂଜ ପଟ୍ଟନାୟକ, ମାଧବ ଜେନା, ପ୍ରଶାନ୍ତ ଗୈାଡ, ଜୟଦେବ ପାଢି, ବସନ୍ତ କୁମାର ଗୌଡ, ରାଜେନ୍ଦ୍ର ପାଢୀ, ଅଲେଖ ଗୈାଡ, କୃଷ୍ଣ ଗୈାଡ ପ୍ରମୁଖ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଟୁନା ପଟ୍ଟନାୟକ ଅତିଥି ମାନଙ୍କ ପରିିଚୟ ପ୍ରଦାନ ସାଙ୍ଗକୁ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କୀତ ସୁଚନା ପ୍ରଦାନ କରିଥିଲେ । ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଉତମ ମଣିଷ ଭାବେ ଗଠନ କରିବା ଦିଗରେ ଶିକ୍ଷକଙ୍କ ଶ୍ରେଷ୍ଠ ଭୂମିକା ରହୁଛି । ଏହା ସହିତ ଛାତ୍ରଛାତ୍ରୀଙ୍କୁ ଅଧିକ ଉତ୍ସାହିତ କରିବା ପାଇଁ ଅନେକ ପ୍ରୋତ୍ସାହନ ମୁଳକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେଉଛି । ଏହା ଦ୍ୱାରା ପ୍ରତ୍ୟେକ ଛାତ୍ରଛାତ୍ରୀ ପାଠ ପଢାରେ ଆଗ୍ରହ ପ୍ରକାଶ କରିଥାନ୍ତି ।

ଏହି ଅବସରରେ ଆଲିପୁର ଗ୍ରାମ୍ୟ ଜଳ ଓ ପରିମଳ ସଂସ୍ଥା ପକ୍ଷରୁ ସମସ୍ତ ଶ୍ରେଣୀରେ ସର୍ବୋଚ୍ଚ ନମ୍ବର ରଖି କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଆର୍ଥିକ ପୁରସ୍କାର ସହିତ ମାନପତ୍ର ଓ ଉପଢୋକନ କରାଯାଇଥିଲା । ଦଶମ ଶ୍ରେଣୀ ଛ।।ତ୍ରୀ ସ୍ମୃତି ରେଖା ସ୍ୱାଇଁ, ଅଶୁଂମାନ ଗୈାଡ, ସ୍ମତି ରଞ୍ଜନ ପଟ୍ଟନାୟକ, ସୈାମ୍ୟଶ୍ରୀ ବାଡତ୍ୟା ଏବଂ ଅଷ୍ଟମ ଶ୍ରେଣୀ ଛାତ୍ରୀ ଚାନ୍ଦିନୀ ନାହକକୁ ଗ୍ରାମ୍ୟ ଜଳ ଓ ପରିମଳ ସଂସ୍ଥା ଆଲିପୁର ପକ୍ଷରୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଆଲିପୁର ଗ୍ରାମ୍ୟ କମିଟି ଭାବେ ପ୍ରଫୁଲ ପାତ୍ର, ମକରା ଗୈାଡ, ବାବୁ ଜେନା, ସୁଶାନ୍ତ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।