ଆସିକା, ୧୪/୪ (ଶୁଣାକଥା) ମନୋଜ କୁମାର ନାୟକ – ଗଞ୍ଜାମ ଜିଲ୍ଲା ଆସିକା ସହର ଉପକଣ୍ଠ ବାଣିବୀହାର ଠାରେ ଶ୍ରୀ ଶ୍ରୀ ହନୁମାନଜୀ ମହାରାଜଙ୍କ ଜୟନ୍ତି ମହୋତ୍ସବ ପାଳନ କରାଯାଇଛି । ଆସିକା ଗୁରୁକୃପା ଆଶ୍ରମ ପକ୍ଷରୁ ଏକ ନିଆରା ଢଙ୍ଗରେ ହନୁମାନ ଜୟନ୍ତି ପାଳନ କରାଯାଇଛି । ବେଲ ପତ୍ରରେ ହୁନୁମାନ ସିନ୍ଦୁରରେ ତୁଳସୀ କାଠି ସାହାଯ୍ୟରେ ଏକ ଲକ୍ଷ ରାମ ନାମ ଲେଖା ପତ୍ରକୁ ପ୍ରଭୁ ହନୁମାନଙ୍କୁ ଅର୍ପଣ କରାଯାଇଛି । ଏପରିକି ୧୦୮ ଥର ଗାୟତ୍ରି ପାଠ ଓ ୨୧ ଥର ହନୁମାନ ଚାଳିଶା ପଠନ କରିଛନ୍ତି ।

ହନୁମାନ ଜୟନ୍ତି ପାଇଁ କୋଟିଏ ରୁଦ୍ରାକ୍ଷରେ ସଂଗୃହିତ କରାଯାଇ ମାଳିରେ ଗୁନ୍ଥିଛନ୍ତି ଭକ୍ତ ଶ୍ରଦ୍ଧାଳୁ । ନେପାଳ, ଋଷିକେଶ ଓ ହରିଦ୍ୱାରାରୁ ଏହି ରୁଦ୍ରାକ୍ଷ ଅଣାଯାଇଥିଲା । ସେହିଭଳୀ ଦେଶର ଅନୁକୋଣରେ ଥିବା ସାଧକଙ୍କ ଦ୍ୱାରା ଭିନ୍ନ ଭିନ୍ନ ଭାଷାରେ ଲେଖାଥିବା ରାମନାମ ପ୍ରଭୁ ହନୁମାନଙ୍କ ଠାରେ ରଖାଯାଇଥିଲା । ଏହି ଅବସରରେ ଗୁରୁକୃପା ଆଶ୍ରମରେ ବେଶ ଭକ୍ତିମୟ ପରିବେଶ ସୃଷ୍ଟି ହୋଇ ହନୁମାନ ଜୟନ୍ତି ପାଳନ ହୋଇଛି ।