ଘରୋଇ କଳିକୁ କେନ୍ଦ୍ର ସରପଞ୍ଚ ସ୍ୱାମୀଙ୍କ ଆତ୍ମହତ୍ୟା

0 156

ଆସିକା,୧୩/୮(ମନୋଜ କୁମାର ନାୟକ ) – ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ହରିଡାପଦର ପଚାଂୟତ ମଣ୍ଟାପଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଘରୋଇ କଳିକୁ କେନ୍ଦ୍ର ସରପଞ୍ଚ ଜୟନ୍ତି ବେହେରାଙ୍କ ସ୍ୱାମୀ ରମେଶ ବେହେରା ଗତକାଲି ରାତି ୯ ଘଣ୍ଟ ସମୟରେ ଆତ୍ମହତ୍ୟା କରିଥିବା ଜଣାଯାଇଛି ।

ମଣ୍ଟାପଡା ଗ୍ରାମର କିଛି ସାହାସୀ ଯୁବକ ୧୦୮ ଆମ୍ବଲାନ୍ସ ଯୋଗେ ସଂଜ୍ଞାହୀନ ଅବସ୍ଥାରେ ତାଙ୍କୁ ଆସିକା ସବଡିଭିଜନ ମେଡିକାଲକୁ ଆଣିଥିଲେ । ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା କରିଥିଲେ । ସେ କୈାଣସି କୀଟନାଶକକ ଔଷଧ ସେବନ କରିଥିବାରୁ ତାଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ରହିଛି ।

ତାଙ୍କର ଅଧିକ ଚିକିତ୍ସା ପାଇଁ ଆସିକା ମେଡିକାଲ ଡାକ୍ତର ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ଚିକିତ୍ସା ପାଇଁ ପଠାଇଥିଲେ । ବ୍ରହ୍ମପୁର ବଡ ମେଡିକାଲ ଠାରେ ରାତି ପ୍ରାୟ ୧.୨୦ ମିନିଟ ସମୟରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ ।

ଏହି ଘଟଣା ପ୍ରକାଶିତ ହେବା ପରେ ମୃତ ରମେଶ ବେହେରା ଶବ ନିକଟରେ ତାଙ୍କ ସରପଚଂ ସ୍ତ୍ରୀ ଜୟନ୍ତି ବେହେରା ଓ ପରିବାର ଲୋକ ପହଁଚିଥିଲେ । ମୃତ ରମେଶର ଭାଇ ବିଦେଶୀ ବେହେରା ଓ ଗ୍ରାମବାସୀ ମଧ୍ୟ ସେଠାରେ ପହଁଚିଥିଲେ ।

ରମେଶଙ୍କ ଆତ୍ମହତ୍ୟାକୁ କେନ୍ଦ୍ର କରି ବହୁ ସମୟ ଧରି ସରପଚଂ ସ୍ତ୍ରୀ ଜୟନ୍ତି ବେହେରା ଓ ସାନ ଭାଇ ବିଦେଶୀ ବେହେରା ମଧ୍ୟରେ କଥା କଟା କଟି ହୋଇଥିଲା । ଶେଷରେ ଘରୋଇ କଳିକୁ କେନ୍ଦ୍ର କରି ରମେଶ ବେହେରା ଭଡା ଘରେ ଆତ୍ମହତ୍ୟା କରିଥିବା ବ୍ରହ୍ମପୁର ବୈଦ୍ୟନାଥ ପୁର ଥାନାରେ ଭାଇ ବିଦେଶୀ ବେହେରା ଲିଖିତ ଅଭିଯୋଗ କରିଥିଲେ ।

ଏହି ଅଭିଯୋଗକୁ ଭିତ୍ତି କରି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିଲା । ବ୍ରହ୍ମପୁର ବୈଦ୍ୟନାଥ ପୁର ଥାନା କେସ ନମ୍ବର- ୪୯୩/୨୩ ରେ ମାମଲା ରୁଜୁ କରି ଶବ ଜବତ କରାଯାଇଥିଲା । ସେଠାରେ ଶବ ବ୍ୟବଚ୍ଚେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ।

ମିଳିଥିବା ସୂଚନା ଅନୁଯାୟୀ ସ୍ୱାମୀ ରମେଶ ବେହେରା ଓ ସ୍ତ୍ରୀ ଜୟନ୍ତି ବେହେରା ମଧ୍ୟରେ ପ୍ରତ୍ୟେକ ଦିନ ମନମାଳିନ ରହି ଆସିଥିଲା । ସ୍ତ୍ରୀ ଜୟନ୍ତି ବେହେରା ଆସିକା ବ୍ଲକ ହରିଡାପଦର ପଚାଂୟତ ବିଜୁ ଜନତା ଦଳର ଜଣେ ସମର୍ଥିତ ସରପଚଂ ରୁପେ ବେଶ ଜଣାଶୁଣା ।

ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଦିର୍ଘ ଦିନ ଧରି ମନମାଳିନ ଯୋଗୁଁ ସ୍ୱାମୀ ଜଣକ ଗ୍ରାମରେ ଏକ ଭଡା ଘରେ ରହି ଆସୁଥିଲେ । ଏହି ପାରିବାରିକ କଳହ ଯୋଗୁଁ ସବୁଦିନ କଳିକଜିଆ ଲାଗି ରହୁଥିଲା ।

ଶେଷରେ ଏହା ଉଗ୍ର ରୁପ ନେଇଥିଲା ଆଉ ସ୍ୱାମୀ ଜଣକ ଆତ୍ମହତ୍ୟା କରିଥିଲେ । ଏହି ଆତ୍ମହତ୍ୟା ଘଟଣା କୁଆଡେ ସ୍ତ୍ରୀର ପରକ୍ରୀୟା ପ୍ରୀତିକୁ ନେଇ ସୃଷ୍ଟି ହୋଇଥିଲା । ଏହି ଘଟଣା ଏବେ ଆସିକା ବ୍ଲକର ସମସ୍ତ ପଚାଂୟତରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply

Your email address will not be published.