Aska Agriculture farming workshop in different villageAska Agriculture farming workshop in different village

ଆସିକା,୧୪/୮(ମନୋଜ କୁମାର ନାୟକ) – ଓଡିଶା ସରକାରଙ୍କ କୃଷି ବିଭାଗ ନିର୍ଦ୍ଧେଶକ୍ରମେ ଆଜି ଆସିକା କୃଷି ବିଭାଗ ପକ୍ଷରୁ ବିଭିନ୍ନ କ୍ଷେତ୍ର ପରିଦର୍ଶନ କରାଯାଇଛି । ଏହି ପରିଦର୍ଶନ ବେଳେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କୀତ ସୂଚନା ଉପର ଚାଷୀ ମାନଙ୍କ ସହିତ ଆଲୋଚନା କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ କୃଷି ବିଭାଗ ଉପଦେଷ୍ଟା ରାମ ଚନ୍ଦ୍ର ପଣ୍ଡା ସମେତ ବ୍ଲକ କୃଷି ଅଧିକାରୀ ବାସୁଦେବ ସାହୁ, ସହକାରୀ କୃଷି ଅଧିକାରୀ ଶୁଭ୍ରତା ମିଶ୍ର, ସହକାରୀ ଉଦ୍ୟାନ ଅଧିକାରୀ ଗୀତାରାଣୀ ସାହୁ, ଅଗ୍ରଣୀ ଚାଷୀ ପୂର୍ଣ୍ଣ ଚନ୍ଦ୍ର ବରଡ, ବ୍ଲକ ଆତ୍ମା ଅଧ୍ୟକ୍ଷ ରାଜେଶ କୁମାର ପଟ୍ଟନାୟକ ପ୍ରମୁଖ ଥିଲେ ।

ଆସିକା ବ୍ଲକ ହରିଡାପଦର ପଚାଂୟତ ଧୋବାଡି ଗ୍ରାମର ସୁମନ ଲାଲ ପଟ୍ଟନାୟକଙ୍କ କ୍ଷେତ୍ର,ପୋଖରୀ ସମେତ ନଡିଆ ଗଛ, ଆମ୍ବ. ସାପେଟା ଫଳ ବିଗିଜାକୁ ପରିଦର୍ଶନ କରିଥିଲେ । ଏହାପରେ ହରିଡାପଦର ଗ୍ରାମବାସୀଙ୍କ ଦ୍ୱାରା ବାଘୁଆ ନଦୀରେ ଚେକ ଡ୍ୟାମ ନିର୍ମାଣ ପାଇଁ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହି ଚେକ ଡ୍ୟାମ ନିର୍ମାଣ ହେଲେ ପ୍ରାୟ ୨୩୭ ହେକ୍ଟର ଚାଷ ଜମିରେ ଜଳସେଚିତ ହୋଇ ପାରିବ ବୋଲି ଜଣାଯାଇଥିଲା ।

ଜୟପୁର ଗ୍ରାମର ଶତାଧିକ ଚାଷୀ ମାନେ ଉଠା ଜଳସେଚନ ବିଭାଗର ବିଭିନ୍ନ ଉଠା ଜଳସେଚନ ପଏଟଂ କାର୍ଯ୍ୟକ୍ଷମ ପାଇଁ ଦାବୀ କରିଥିଲେ । ଖଣ୍ଡଦେଉଳୀ ପଚାଂୟତର ପ୍ରେମାନନ୍ଦ ବିଷୋୟୀଙ୍କ ଓ.ପି.ଆଇ.ଆଇ.ସି.ଆର.ଏ (ଓପିକ୍ରା) ଯୋଜନାରେ ସଂରକ୍ଷଣ ଗୃହ, ଅମୃତ ଭଣ୍ଡା, ବାଇଗଣ, ମାଟି, ଆଳୁ, ଶାକର କନ୍ଦା, ମିଠା ମିକା ସାଙ୍ଗକୁ ଆଳୁ କ୍ଷେତ୍ର ପରିଭ୍ରମଣ କରିଥିଲେ ।