Holy Gosthami Puja at Maa Karanjei Pitha by Aska Keshav SanthaHoly Gosthami Puja at Maa Karanjei Pitha by Aska Keshav Santha

ଆସିକା,୨୦/୧୧ (ଶୁଣାକଥା ) ମନୋଜ କୁମାର ନାୟକ : କାର୍ତିକ ମାସ ଶୁକ୍ଲପକ୍ଷ ଅଷ୍ଟମୀ ତିଥିରେ ସର୍ବତ ଗୋଷ୍ଟାମୀ ପର୍ବ ପାଳିତ ହେଉଥିବା ବେଳେ ଆସିକା ନିକଟ ମା କରଞ୍ଜେଇ ପୀଠରେ କେଶବ ସଂସ୍ଥା ଦ୍ୱାରା ପରିଚାଳିତ ଗୋ-ସଂରକ୍ଷଣ ଓ ଗୋବିଜ୍ଞାନ କେନ୍ଦ୍ର ଠାରେ ଆଜି ଗୋଷ୍ଟାମୀ ପୂଜନ କରାଯାଇଛି । ପ୍ରାତଃ ସକାଳରୁ ସ୍ନାନାଦି ନିତ୍ୟକ୍ରମ ସାରି ଗୋମାତାଙ୍କୁ ସ୍ନାନ କରାଯାଇଥିଲା । ଏହାପରେ ଜଳ, ଅକ୍ଷତ, ଶସ୍ୟ, ବସ୍ତ୍ର, ଭୋଗ ଏବଂ ଧୂପ ଆଦି ଦେଇ ପୂଜା କରାଯାଇଥିଲା ।

ଏହି ଅବସରରେ ଗୋପାଳଙ୍କର ପୂଜା କରିବାର ବିଧି ରହିଥିଲା । ବ୍ରଜ ସଂସ୍କୃତିରେ ଏହି ଗୋପୂଜନ ପର୍ବର ମହତ୍ୱ ଅଧିକ । ଗୋମାତାଙ୍କୁ ରକ୍ଷା କରିଥିବା ହେତୁ ଶ୍ରୀକୃଷ୍ଣଙ୍କ ଅନ୍ୟ ନାମ ଗୋବିନ୍ଦ ରଖାଯାଇଥିଲା । ପୁରାଣରେ ଥିବା ମାନ୍ୟତା ଅନୁଯାୟୀ କାର୍ତିକ ଶୁକ୍ଲ ପକ୍ଷ ପ୍ରତିପାଦ ଠାରୁ ସପ୍ତମୀ ପର୍ଯ୍ୟନ୍ତ ଗାଇ, ଗୋପ ଏବଂ ଗୋପୀ ମାନଙ୍କ ରକ୍ଷା ନିମନ୍ତେ ଭଗବାନ ଶ୍ରୀକୃଷ୍ଣ ଗୋବର୍ଦ୍ଧନ ପର୍ବତ ତୋଳି ଧରିଥିଲେ । ଅଷ୍ଟମ ଦିନ ଦେବରାଜ ଇନ୍ଦ୍ରଙ୍କର ଅହଂଙ୍କାର ଭଙ୍ଗ ହେବା ପରେ ସେ ଭଗବାନ ଶ୍ରୀକୃଷ୍ଣ ପାଖରେ ଶରଣ ପଶିଥିଲେ । ଗୋମାତା- କାମଧେନୁ ଭଗବାନ ଭଗବାନ କୃଷ୍ଣଙ୍କ ସ୍ୱୟଂ ଅଭିଷେକ କରିଥିଲେ । ସେହିଦିନ ଠାରୁ ତାଙ୍କୁ ଗୋବିନ୍ଦ ନାମ ମିଳିଥିଲା ।

ସୃଷ୍ଟିର ସବୁଠାରୁ ଉପକାରୀ ପ୍ରାଣୀ ହେଉଛନ୍ତି ଗୋମାତା । ଦ୍ୱାପର ଯୁଗରେ ସ୍ୱୟଂ ଭଗବାନ ଗୋପାଳ ଭାବରେ ଅବତାର ନେଇ ଗୋ-ମହିମାଙ୍କୁ ପ୍ରଚାର କରିଛନ୍ତି । ଭାରତୀୟ ଧର୍ମ ଶାସ୍ତ୍ର ଗୁଡିକରେ ଗୋ-ମହିମା ଓ ଉପାସନାର ଅନେକ ବର୍ଣ୍ଣନା ରହିଛି । ବୈଦିକ କାଳରେ ଋଷି, ମୁନିଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ପର୍ଯ୍ୟନ୍ତ ସଭିଏଁ ନିଜର ଭରଣ ପୋଷଣ ନିମନ୍ତେ ମୁଖ୍ୟତଃ କୃଷି ଓ ଗୋପାଳନ ଉପରେ ନିର୍ଭର କରୁଥିଲେ । ଗାଇ ଠାରୁ କ୍ଷୀର, ଘିଅ, ଦହି, ଗୋବର ଓ ଗୋମୂତ୍ର ଭାବରେ ପଚଂ ଗଦ୍ୟ ମିଳୁଥିବା ବେଳେ ବଳଦ ମାନେ ଚାଷ ଓ ପରିବହନ କ୍ଷେତରେ ସାହାଯ୍ୟ କରନ୍ତି । ଗୋମାତା ହେଉଛନ୍ତି ଏକାଦଶ ରୁଦ୍ରଙ୍କର ମାତା, ଅଷ୍ଟବସୁଙ୍କ କନ୍ୟା ଓ ଦ୍ୱାଦଶ ଆଦିତ୍ୟଙ୍କ ଭଗିନୀ ଯ୍ଖଶ ଅମୃତରୁପୀ ଦୁଗ୍ଧ ପ୍ରଦାନ କରନ୍ତି ବୋଲି ବିଭିନ୍ନ ମଠରୁ ଆସିଥିବା ସାଧୁସନ୍ଥ ମାନେ ମତବ୍ୟକ୍ତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ବୈଷ୍ଣବ ମହନ୍ତ ଯୋଗ ଦେଇଥିଲେ । ଏହି ଅବସରରେ ନାମ ଯଜ୍ଞ କାର୍ଯ୍ୟକ୍ରମ ସାଙ୍ଗକୁ ପୂଜା ପାଠ,ହୋମ ଯଜ୍ଞ,ସାମୁହିକ ହନୁଚାଳିଶା ଏବଂ ସାମୁହିକ ଗୋମାତା ପୂଜନ ହୋଇଥିଲା । ଏକ ହଜାରରୁ ଉର୍ଦ୍ଧ ଭକ୍ତ ଶ୍ରଦ୍ଧାଳୁ ଯୋଗ ଦେଇ ଗୋପୂଜା କରି ଚନ୍ଦନ ଟିପା,ସୁନ୍ଦର ଲଗାଇବା ସହିତ ବିଭିନ୍ନ ବସ୍ତ୍ର ପରିଧାନ କରି ରୁଟି,କଦଳୀ,ଫଳ ଗୋମାତାଙ୍କୁ ଖାଇବାକୁ ଦେଇଥିଲେ ।

ପୈାରାଣିକ ସୂଚନା ଅନୁଯାୟୀ ଆଜିର ଦିନରେ ପ୍ରଭୁ ଶ୍ରୀକୃଷ୍ଣ ଗାଇ ଚରାଇବା ଓ ଜଗିବା ଆରମ୍ଭ କରିଥିଲେ । ଏହି ପୂଜନ ବେଳେ ମଠ ମହନ୍ତ ମହାରାଜ ମାନେ ଗୋମାତାର ଆଦର ସାଙ୍ଗକୁ କିପରୀ ପାଳନ କରାଯିବ ସେନେଇ ପ୍ରବଚନ ପ୍ରଦାନ କରିଥିଲେ । ଆମ୍ଭେ ଆମ ସଂସ୍କୃତିକୁ ମନେ ପକାଇ ପୁଣି ଘରେ ଗୋମାତାଙ୍କୁ ଆଦର ସହକାରେ ରଖିବା,ଗୋମାତାର ସେବା କରିବା ପାଇଁ କୁହାଯାଇଥିଲା । ଏହା କରିବା ଦ୍ୱାରା ପରିବାରର ମଙ୍ଗଳ ହେବା ସହିତ ସମସ୍ତ ଶରୀର ସୁସ୍ଥ ଏବଂ ଅର୍ଥନୀତି ସୁଦୃଢ ହେବ । ଗୋ ସୁରକ୍ଷା ଓ ପୂଜନ କରିଲେ ଆମ୍ଭର ରାଷ୍ଟ୍ରର ମଙ୍ଗଳ ହେବ ବୋଲି ମତବ୍ୟକ୍ତ କରିଥିଲେ ।

ଆଜିର ଦୁନିଆରେ ପାଶ୍ଚାତ୍ୟ ଶିକ୍ଷାର ପ୍ରଭାବରେ ଗୋମାତାକୁ ହତାଦର କରାଯାଉଛି । ଗୋମାତାର ସେବା କାର୍ଯ୍ୟକୁ କରିବା ପାଇଁ କୁଣ୍ଠାବଦ୍ଧ କରାଯାଉଛି । ଯଦ୍ୱାରା କ୍ଷୀର,ଦହି,ଘିଅ,ଗୋବର ଓ ମତ୍ରର ଔଷଧୀୟ ଗୁଣକୁ ଧ୍ୟାନ ଦିଆଯାଉନାହିଁ । ଗୋ ମାତାକୁ ଘରେ ନ ରଖି ବାହାରକୁ ଛାଡି ଦିଆଯାଉଛି । ଯଦ୍ୱାରା ରକ୍ତଚାପ, ମଧୁମେହ, କ୍ୟାନସର ଭଳି ସମସ୍ୟା ମାନ ସମାଜରେ ବଢି ଚାଲିଛି । ବିଭିନ୍ନ ମହାମାରୀ ରୋଗ ଉତ୍ପନ୍ନ ହେଉଛି । ଅର୍ଥନୀତ ଦୁର୍ବଳ ହେବା ସହିତ ଅନେକ ସମସ୍ୟା ଉତ୍ପନ୍ନ ହେବା ଦେଖାଦେଇଛି ବୋଲି ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜୈବୀକ କୃଷି ଉପରେ ମତବ୍ୟକ୍ତ କରାଯାଇଥିଲା ।

ଗୋପୂଜନ ବେଳେ ଏହି କାର୍ଯ୍ୟକ୍ରମରେ କେଶମ ସେବା ସଂସ୍ଥା ସମ୍ପାଦକ ସନ୍ଥ ଶ୍ରୀ କମଳାକ୍ଷ କୈଳାସ ଦାଶ, ଗୋ ସଂରକ୍ଷଣ ସୁପରିଚାଳକ ଅନନ୍ତ ମହାରଣା,ଗହଙ୍ଗୁ ମହନ୍ତ ରାଘବାନନ୍ଦ ଦାଶ, କବିସୂର୍ଯ୍ୟନଗର ଭାଗବତ ମଠ ମହନ୍ତ ବ୍ରଜବନ୍ଧୁ ଦାଶ, ମଥୁରା ମହନ୍ତ ରାମଚରଣ ଦାଶ, ପୋଡିଙ୍ଗୀ ବାବାଜୀ ଅନନ୍ତ ରାମ ଦାଶ, ମଥୁରା ମହନ୍ତ ସୁନ୍ଦର ରାମ ଦାଶ, ଗହଙ୍ଗୁ ମହନ୍ତ ମହନ୍ତ ଶ୍ରୀ ରାମ ପ୍ରସନ୍ନ ଦାଶ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଆସିକା ଅଚଂଳର ଭକ୍ତ ଶ୍ରଦ୍ଧାଳୁ ଓ ଏହାର ଆଖପାଖ ଅଚଂଳର ବହୁ ପୁରୁଷ,ମହିଳା,ଯୁବକ ଯୋଗ ଦେଇଥିଲେ ।

ଏହି ଗୋପୂଜନ ବେଳେ ସଭାପତି ଡାକ୍ତର ପ୍ରଭାକର ସାହୁ, ଉପସଭାତି କରୁଣାକର ବାଡତ୍ୟା, ସମ୍ପାଦକ କୈଳାସ ଚନ୍ଦ୍ର ଦାଶ, ଯୁଗ୍ମ ସମ୍ପାଦକ କାମେଶ୍ୱର ଦଳାଇ , କୋଷାଧ୍ୟକ୍ଷ ଅନନ୍ତ କୁମାର ମହାରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଶେଷରେ ସଂସ୍କାର କେନ୍ଦ୍ର ଶିଶୁ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।