Housing Access Programe in Devbhumi PanchayataHousing Access Programe in Devbhumi Panchayata

ଆସିକା,୨୦/୧୦ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଦେବଭୂମି ପଞ୍ଚାୟତରେ ଆଜି ଗୃହ ପ୍ରବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଆସିକା ବିଡିଓ ଫକୀରଚରଣ ପରିଡା, ଦେବଭୂମି ପଞ୍ଚାୟତ ଅଶାନ୍ତି ବେହେରା, ସମିତିସଭ୍ୟା ଲକ୍ଷ୍ମୀ ବେହେରା, ପୂର୍ବତନ ପଞ୍ଚାୟତ ବିଜୟ ଦଳାଇ, ପୂର୍ବତନ ସମିତିସଭ୍ୟ ସନ୍ତୋଷ କୁମାର ନାୟକ, ପୂର୍ବତନ ଜିଲ୍ଲା ପରିଷଦ ଗୈାରହରି ବେହେରା, ପି.ଇ.ଓ ଜି.ଆପନ୍ନା, ଜିଆରଏସ ପ୍ରମୋଦ ଜେନା ସମେତ ବହୁ ଗ୍ରାମବାସୀ ଯୋଗ ଦେଇଥିଲେ ।

ସରକାର ଲୋକଙ୍କ ଦୁଃଖ ଲାଘବ ପାଇଁ ଆବାସ ଯୋଜନା ଆଣିଛନ୍ତି । ସାଧାରଣ ଜନତା ଏହି ଯୋଜନାରେ ନିଜର ଘର ଗଢିବା ସ୍ୱପ୍ନକୁ ସାକାର କରିପାରିବେ । ସଭିଙ୍କ ମୁଣ୍ଡରେ ଛାତ ରହିବ । ଗରିବ, ଅସହାୟ ଲୋକଙ୍କ ଘର ନିର୍ମାଣ ନିର୍ମାଣ ହେବ । ଏହି ଲକ୍ଷ୍ୟରେ ଦେବଭୂମି ପଚାଂୟତରେ ଆବାସ ଯୋଜନା ଫଳପ୍ରଦ ହୋଇଥିବା ବେଳେ ୧୫ ହିତାଧିକାରୀ ଗୃହ ପ୍ରବେଶ କରିଥିଲା । ।

ସରକାରଙ୍କ ନିର୍ଦ୍ଧେଶ ଅନୁଯାୟୀ ହିତାଧିକାରୀ ସଠିକ ସମୟରେ ଗୃହ ନିର୍ମାଣ କରିଥିଲେ । ସେହି ଉଦ୍ଧେଶ୍ୟରେ ଜନସାଧାରଣଙ୍କୁ ଉତ୍ସାହିତ କରିବା ସହିତ ଭବିଷ୍ୟତରେ ଆହୁରୀ ଅଧିକ ବିକାଶ ମୁଳକ ସହାୟତା ପାଇବେ ବିଡିଓ ଫକୀର ଚରଣ ପରିଡା ସୂଚନା ପ୍ରଦାନ କରିଥିଲେ । ପ୍ରତ୍ୟେକ ହିତାଧିକାରୀ ପୂଜା ପାଠା ସାଙ୍ଗକୁ ହୋମ ଯଜ୍ଞ କରି ଗୃହ ପ୍ରବେଶ କରିଥିଲେ ।