ଝଗଡେଇ ବେନାମୀ ବିଦେଶୀ ମଦ ଦୋକାନରେ ଆସିକା ପୋଲିସର ଚଢାଉ : ଜଣେ ଗିରଫ, ୨୪୨ ବିଦେଶୀ ମଦ ବୋତଲ ଜବତ

0 211

ଆସିକା,୩୧/୭(ମନୋଜ କୁମାର ନାୟକ) – ଗତକାଲି ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଝଗଡେଇ ଗ୍ରାମରେ ଚୋରାରେ ବିକ୍ରି ଚାଲିଥିବା ଏକ ବେନାମୀ ବିଦେଶୀ ମଦ ଦୋକାନ ଉପରେ ଆସିକା ପୋଲିସ ଚଢାଉ କରିଛି ।

ଆସିକା ଥାନା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ସଦଳବଳେ ସେଠାରେ ପହଁଚି ଚଢାଉ କରିଥିଲେ । ଏହି ଚଢାଉ ବେଳେ ଘଟଣା ସ୍ଥଳରେ ପ୍ରଚୁର ପରିମାଣର ବିଦେଶୀ ମଦ ଜବତ ସାଙ୍ଗକୁ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିଲା । ସେଠାରୁ ୮୮.୨ ଲିଟର ବିଦେଶୀ ମଦ ଜବତ କରାଯାଇଥିଲା।

ଏଥିରେ ଅନେକ ବଡ ବଡ ବିଦେଶୀ ବ୍ରାଣ୍ଡ କମ୍ପାନୀର ହୋଲଗ୍ରାମ ନାମ ରହିଥିବା ଜଣାପଡିଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ବାଲିଛାଇ ଗ୍ରାମର କୁମୁଦ ଗୈାଡଙ୍କ ପୁଅ କାର୍ତିକ କୁମାର ଗୈାଡକୁ ଆସିକା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ପି.ସ୍ୱରୂପ କିଶାନ ସୂଚନା ପ୍ରଦାନ କରିଛନ୍ତି । ଏନେଇ ଆସିକା ଥାନା କେସ ନମ୍ବର- ୪୪୦/୨୩ ରେ ମାମଲା ରୁୁଜୁ ହୋଇଛି ।

ଆଗାମୀ ଦିନରେ ଏଭଳି ଚଢ଼ାଉ ଜୋରଦାର କରାଯିବ ବୋଲି ଆସିକା ଥାନା ଅଧିକାରୀ ପି.ସ୍ୱରୂପ କିଷାନ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ଏହି ଚଢ଼ାଉରେ ଆସିକା ଅଞ୍ଚଳରେ ମଦ ମାଫିଆଙ୍କ ଠାରେ କୋକୁଆ ଭୟ ସୃଷ୍ଟି ହୋଇଛି ।

Leave A Reply

Your email address will not be published.