ଆସିକାରେ ଅଛନ୍ତି ମାଳ ମାଳ ବୁଲା କୁକୁର, ବନ୍ଧ୍ୟାକରଣ ଦିଗହୀନ

0 348

ଆସିକା,୩/୧୦ (ମନୋଜ କୁମାର ନାୟକ) – ମଣିଷ ଦିନକୁ ଦିନ ପାଶବିକତାର ସବୁ ସୀମା ଟିପିଯାଉଥିବା ଦେଖିବାକୁ ମିଳୁଛି । ମଣିଷର ପ୍ରକୃତ ଧର୍ମ ହେଉଛି ମାନବିକତା । ଧନ, ସମ୍ପତି, ଯୈାବନ ଯେତେ ଥାଉ ନା କାହିଁକି ଯଦି ମଣିଷ ମାନବିକତା ମରିଯାଏ ତେବେ ପଶୁ ସହ ତୁଳନା ହୋଇଯାଏ ।

ଯେତେବେଳେ ରାତିରେ ସମସ୍ତେ ଶୋଇ ଯାଆନ୍ତି, ସେତେବେଳେ ପ୍ରହରୀ ସାଜନ୍ତି ଏହି ବୁଲା କୁକୁର । କାହାକୁ ଗଳି ଭିତରକୁ ପୂରାଇ ଦିଅନ୍ତି ନାହିଁ । ଯଦି କେହି ଭୁଲରେ ବି ଆସିଯାଏ ଭୁକିଥାନ୍ତି, ନଚେତ ଗୋଡାଇଥାନ୍ତି । କିନ୍ତୁ ଏହି ବୁଲା କୁକୁରଙ୍କର କେହି ମାଲିକ ନଥିବାରୁ ଓ ରାସ୍ତାରେ ଯିବା ସମୟରେ କାହାକୁ ଗୋଡାଇ ଥିବାରୁ ସେମାନେ କିଛି ହୃଦୟହୀନ ଓ ମାନବିକତା ବିହୀନ ମଣିଷର ଆକ୍ରୋଶର ଶିକାର ହୋଇଥାନ୍ତି ।

ଆସିକା ସହରରେ ଏବେ ମାଳ ମାଳ ବୁଲା କୁକୁର ଦେଖିବାକ ମିଳୁଛି । ସେମାନଙ୍କ ସଂଖ୍ୟା ଏତେ ଅଧିକ ଯେ ତାହାକୁ ଗଣିଲେ ବି ସଂଖ୍ୟା କମିବାର ନା ଧରୁନି । ଏପରି ସ୍ଥଳେ ଅନେକ ବୁଲା କୁକୁର ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରୁଛନ୍ତି । ଛୋଟ ଛୁଆ କୁକୁର ହେଉ କିମ୍ବା ବଡ କୁକୁର, ଅନେକ ରାସ୍ତା ମଝିରରେ ମୃତ ଅବସ୍ଥାରେ ପଡି ରହିଥାନ୍ତି ।

ମଣିଷ ଭଳି ପଶୁର ମଧ୍ୟ ବଞ୍ଚିବାର ଅଧିକାର ରହିଛି । ପଶୁମାନେ ନିରୀହ ବୋଲି ମଣିଷ ସେମାନଙ୍କ ସହ ଯେମିତି ଚାହୁଁଛି ସେଭଳି ବ୍ୟବହାର କରୁଛି । କୁକୁରକୁ ସ୍କାଭେଞ୍ଜର କୁହାଯାଏ । କୁକୁର ଭଳି ପଶୁମାନେ ସହରର ଅଳିଆ ଆବର୍ଜନାକୁ ଖାଇ ସଫା କରି ଦିଅନ୍ତି । ଯାହାଫଳରେ ପାରିପାର୍ଶିକ ପରିବେଶ ଠିକ ରହେ । ପରିବେଶର ସନ୍ତୁଳନ ରକ୍ଷା କରିବାକୁ କୁକୁରର ମଧ୍ୟ ଆବଶ୍ୟକତା ରହିଛି । କୁକୁର ବିନା ମଣିଷ ମଧ୍ୟ ବଚିଂ ପାରିବନି ।

କିନ୍ତୁ ସେପଟେ ପ୍ରତ୍ୟେକ ଦିନ ଶହେରୁ ଅଧିକ ଲୋକ କୁକୁର କାମୁଡାରେ ଆକ୍ରାନ୍ତ ହୋଇ ଆସିକା ସବଡିଭିଜନ ମେଡିକାଲରେ ଭର୍ତି ହୋଇଥାନ୍ତି । କୁକୁର କାମୁଡାରେ ଅନେକ ନିଜ ନିଜ ଘରୁ ବାହାରକୁ ଆସିବାକୁ ଭୟ କରୁଛନ୍ତି । ଛୋଟ ବାଳକ, ବାଳିକା ହେଉ କି ଛାତ୍ରଛାତ୍ରୀ ଏବଂ ବୃଦ୍ଧା, ବୃଦ୍ଧ ସମସ୍ତେ ଏବେ କୁକୁର ଭୟରେ କୁଆଡେ ଯାଉ ନାହାଁନ୍ତି ।

ବୁଲା କୁକୁରଙ୍କୁ ନିୟନ୍ତ୍ରଣ କରିବା ଲାଗି ବନ୍ଧ୍ୟାକରଣ କରାଯାଉଛି । ଏଥିପାଇଁ ବର୍ଷକୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ବା ଏଫଆରଡି ଅଧିନରେ ପଶୁ ମାନଙ୍କ ବନ୍ଧ୍ୟାକରଣ ବା ଏବିସି ପାଇଁ ପଦକ୍ଷେପ ନିଆଯାଉଛି । ମାତ୍ର ଏଠାରେ ବନ୍ଧ୍ୟାକରଣ ଦିଗହୀନ ହୋଇପଡୁଛି । ପ୍ରତିବର୍ଷ ଯେତିକି ସଂଖ୍ୟକ ବୁଲା କୁକୁରଙ୍କ ବନ୍ଧ୍ୟାକରଣ କରାଯିବା କଥା ତାହା ହୋଇ ପାରୁନାହିଁ । ପ୍ରତିବର୍ଷ ବୁଲା କୁକୁର ସଂଖ୍ୟା ବଢିବାର ଦେଖା ଦେଉଛି । କିନ୍ତୁ ସେମାନଙ୍କ ସଂଖ୍ୟା କେବେ ହେଲେ କମିବାରେ ଲାଗୁନି । ସହରରେ ବୁଲା କୁକୁରର ପ୍ରାର୍ଦୁଭାବ ମଣିଷକୁ ବିପଦ ଓ ଭୟର ବାତାବରଣ ସୃଷ୍ଟି କରୁଛି ।

Leave A Reply

Your email address will not be published.