ଧରାକୋଟ ଜଗନ୍ନାଥ ମନ୍ଦିର ଉନ୍ନତିକରଣ : ଦୁଇ କୋଟି ଟଙ୍କା ଅନୁଦାନ ଦେଲେ ରାଜ୍ୟ ସରକାର

0 122

ଧରାକୋଟ,୫/୧୦ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ସ୍ଥିତ ୧୮୩ ବର୍ଷ ପୁରାତନ ଜଗନ୍ନାଥ ମନ୍ଦିର ଉନ୍ନତିକରଣ ସକାଶେ ରାଜ୍ୟ ସରକାରଙ୍କ ଅନୁଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଧରାକୋଟ ଜଗନ୍ନାଥ ମନ୍ଦିର ପୁନଃରୁଦ୍ଧାର ପାଇଁ ରାଜ୍ୟ ସରକାର ଦୁଇ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ଧରାକୋଟ ଜଗନ୍ନାଥ ମନ୍ଦିର ଉନ୍ନତିକରଣ ପାଇଁ ରାଜ୍ୟ ସରକାରଙ୍କ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଅଚଂଳରେ ଖୁସିର ଲହରୀ ଦେଖାଦେଇଛି । ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ଲକରେ ପୁରାତନ ମନ୍ଦିର ଗୁଡିକୁ ନବୀକରଣ ପାଇଁ ଏକ ବ୍ୟୟ ଅଟକଳ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବଙ୍କୁ ପ୍ରଦାନ କରାଯାଇଛି ।

ଏହି ତାଲିକାରେ ଧରାକୋଟ ଗଡର ଜଗନ୍ନାଥ ମନ୍ଦିର ଉନ୍ନତିକରଣ ପାଇଁ ଦୁଇ କୋଟି ଟଙ୍କା ବ୍ୟୟ ଅଟକଳ ରହିଛି । ଧରାକୋଟ ଗଡର ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ତତ୍କାଳୀନ ରାଜା ସ୍ୱର୍ଗତ ରଘୁନାଥ ସିଂହ ୧୮୩୬ ମସିହାରେ ପ୍ରକ୍ରିୟା ଆରମ୍ଭ କରିଥିଲେ । ରାଜା ସ୍ୱର୍ଗତ ମଦନ ମୋହନ ସିଂହଦେଓ ନିର୍ମାଣ କାର୍ଯ୍ୟ ସମ୍ପନ୍ନ କରିଥିଲେ ।

ବହୁ ବର୍ଷର ପୁରାତନ ଏହି ମନ୍ଦିରର ମରାମତି କାର୍ଯ୍ୟ ରାଜ୍ୟ ସରକାରଙ୍କ ପ୍ରତ୍ନତତ୍ୱ ବିଭାଗ ବିଭିନ୍ନ ସମୟରେ ତୁଲାଇ ଆସୁଥିଲେ । ସେତେବେଳେ ଏହା ସମୂଦ୍ରକୁ ଶଙ୍ଖେ ପାଣି ପରି ହେଉଥିଲା ।
କିନ୍ତୁ ବର୍ତମାନ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାର ଉନ୍ନତିକରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଅଚଂଳବାସୀ ଏବଂ ଜଗନ୍ନାଥ ଭକ୍ତଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ଅନ୍ୟପଟେ ରାଜମାତା ନନ୍ଦିନୀ ଦେବୀ ଓ ସୁଲକ୍ଷଣା ଗୀତାଞ୍ଜଳି ଦେବୀ ମୁଖ୍ୟମନ୍ତ୍ରୀ ନବୀନ

Leave A Reply

Your email address will not be published.