ଆସିକା ଏନଏସି ପକ୍ଷରୁ ପବିତ୍ର ଗାନ୍ଧୀ ଜୟନ୍ତି ପାଳିତ

0 125

ଆସିକା,୨/୧୦ (ମନୋଜ କୁମାର ନାୟକ) – ଆସିକା ଏନଏସି ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ୧୫୪ ତମ ଜନ୍ମ ଜୟନ୍ତି ପାଳିତ ହୋଇଛି । ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ବିନେତା ସ୍ୱାଇଁଙ୍କ ତତ୍ୱାବାଧାନରେ ପବିତ୍ର ଗାନ୍ଧୀ ଜୟନ୍ତି ପାଳିତ ହୋଇଥିଲା ।

ଏହି ଅବସରରେ ପ୍ରାତଃ ୫.୩୦ ମିନିଟ ସମୟରେ ଡାକବାଜି ଯନ୍ତ୍ର ଦ୍ୱାରା ସହରରେ ରାମ ଧୂନ୍ ପ୍ରସାରଣ କରାଯାଇଥିଲା । ଆସିକା ଏନଏସିର ସାଧାରଣ ଜନତା, ୧୮ଟି ୱାର୍ଡର କାଉନସିଲର, ଅଫିସ କର୍ମଚାରୀ ପ୍ରଭୃତି ମିଳିତ ହୋଇ ନଗର ପରିକ୍ରମା କରିଥିଲ । ଏହାପରେ ଆସିକା ଏନଏସି ୱାର୍ଡ ନମ୍ବର-୫ ରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତିରେ ପୂଷ୍ପମାଲ୍ୟାର୍ପଣ କରାଯାଇଥିଲା ।

ଆସିକା ସହରକୁ ସ୍ୱଚ୍ଚ ସୁନ୍ଦର କରିବା ପାଇଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ ଶପଥ ପାଠ କରାଇଥିଲେ । ଆସିକା ସାଂସଦ ପ୍ରତିନିଧି ସତ୍ୟନାରାୟଣ ସ୍ୱାଇଁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନିତୀ ଆଦର୍ଶରେ ଅନୁପ୍ରାଣିତ ହୋଇ ସମସ୍ତ ଜନ ସମାଜ ନୂତନ ଭାରତ ଗଠନ ଲକ୍ଷ୍ୟରେ ଆଗଭର ହେବା ପାଇଁ ପରାମର୍ଶ ଦେଇଥିଲେ । ଜାତି, ଧର୍ମ ଓ ନିର୍ବିଶେଷରେ ସମସ୍ତେ ଏକ ହୋଇ ଗାନ୍ଧିଜୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଉପସ୍ଥିତ ଜନ ସାଧାରଣଙ୍କୁ ଅନୁରୋଧ କରିଥିଲେ ।

ଏହା ସହତି ନିଜ ଘର ଆଖପାଖ ଅଞ୍ଚଳକୁ ସଫା ସୁତୁରା ରଖିବା ଏବଂ ଅନ୍ୟ ମାନଙ୍କୁ ପରିଷ୍କାର ପରିଚ୍ଚନ୍ନତା ଉପରେ ବାର୍ତା ପ୍ରଦାନ କରିଥିଲେ । ପରିଷ୍କାର ପରିଚ୍ଚନ୍ନତା ଉପରେ ଆସିକା ଏନଏସିକୁ ଦେଶର ଏକ ନମ୍ବର ସ୍ଥାନରେ ରଖିବା ପାଇଁ ଏନଏସି ଅଧ୍ୟକ୍ଷା ବିନେତା ସ୍ୱାଇଁ ତାଙ୍କ ଅଭିଭାଷଣରେ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ଆସିକା ଏନଏସି ପକ୍ଷରୁ ବିଭିନ୍ନ ସ୍ଥାନ ଏବଂ ସହରାଚଂଳ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଫଳ, ବିସ୍କୁଟ ଓ ମିଷ୍ଟାନ୍ନ ବଟଂନ କରାଯାଇଥିଲା ।

ଆସିକା ଏନଏସି କାଉନସିଲର ଭାସ୍କର ବେହେରା, ବିଜୟଲକ୍ଷ୍ମୀ ବେହେରା, ରିତା ବେହେରା, ନିରଞ୍ଜନ ଜେନା, ନିଗମାନନ୍ଦ ରାଉତ, ବାସନ୍ତୀ ପାତ୍ର, ଦୁର୍ଗାବାଇ ବୈଠାରୁ, ମମତା ପାତ୍ର, ରିନା ବେହେରା, ପ୍ରଦୀପ କୁମାର ଗୈାଡ, ମଦନ ମୋହନ ନାୟକ, ବନ୍ଦିତା ପ୍ରଧାନ, ବିଜେଡି ନେତା ସୁବ୍ରତ ସାହୁ, ରୋମନ କୁମାର ବୈଠାରୁ, ସିମାଚଂ ପରିଡା, ବିନୋଦ କୁମାର ପାତ୍ର, କାହ୍ନୁ ଚରଣ ପାତ୍ର ସମେତ ସମସ୍ତ କର୍ମଚାରୀ, ସ୍ୱଚ୍ଚ ସୁପରଭାଇଜର, ସ୍ୱେଚ୍ଚାସାଥୀ ପ୍ରମୁଖ ଉପସ୍ଥିତ ଥିଲେ । ଆସିକା ଏନଏସି ବ୍ରାଣ୍ଡ ଆମ୍ବାସାଡାର ଇ. ଅରୁଣ କୁମାର ପାତ୍ର ଉପସ୍ଥିତ ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.