Second Shaheed Umakant Patnaik Memorial Cricket Tournament: Aska Power Cricket Club wins the opening matchSecond Shaheed Umakant Patnaik Memorial Cricket Tournament: Aska Power Cricket Club wins the opening match

ଆସିକା,୩/୧ (ଶୁଣାକଥା) ମନୋଜ କୁମାର ନାୟକ : ପ୍ରତିବର୍ଷ ଭଳି ଚଳିତ ନୂତନ ବର୍ଷ ୨୦୨୪ ରେ ଦ୍ୱିତୀୟ ଶହିଦ ଉମାକାନ୍ତ ପଟ୍ଟନାୟକ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆସିକା ତାଲୁକା ସ୍ଥିତ ସବଜେଲ ଖେଳ ପଡିଆ ଠାରେ ଅନୁଷ୍ଟିତ ହୋଇଛି । ଆସିକା ଅମର ନାଥ କ୍ରିକେଟ କ୍ଲବ ପକ୍ଷରୁ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଛି ।

ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ ଟି କ୍ରିକେଟ ଦଳ ଅଂଶ ଗ୍ରହଣ କରିଥିବା ବେଳେ ଆଜିର ଏହି ଉଦଘାଟନୀ ମ୍ୟାଚରେ ମୁଜାଗଡ କ୍ରିକେଟ ଦଳ ସହିତ ଆସିକା ପାୱାର କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ମୁଜାଗଡ କ୍ରିକେଟ ଦଳ ପ୍ରଥମେ ଟସ ଜିତି ବ୍ୟାଟିଂ ଚୟନ କରିଥିଲେ ।

ଏହି ମ୍ୟାଚର ପ୍ରଥମ ଇନିଂସରେ ମୁଜାଗଡ କ୍ରିକେଟ ଦଳ ୧୮ ଓଭରରେ ୮ଟି ୱିକେଟ ପତନରେ ୧୩୦ ରନ ସଂଗ୍ରହ କରିଥିଲେ । ତାଙ୍କ ବିପକ୍ଷରେ ଆସିକା ପାୱାର କ୍ରିକେଟ ଦଳ ୮ଟି ୱିକେଟ ପତନରେ ୧୧ ଓଭର ଖେଳି ୧୩୩ ରନ ସଂଗ୍ରହ କରି ବିଜୟୀ ହୋଇଥିଲେ । ଆସିକା ପାୱାର କ୍ରିକେଟ କ୍ଲବର ପୂର୍ଣ୍ଣ ବିଷୋୟୀ ୩୧ଟି ବଲରେ ୫୮ ରନ ସଂଗ୍ରହ କରି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

ଏହି ଉଦଘାଟନୀ ମ୍ୟାଚରେ ଅତିଥି ଭାବେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ ଯୋଗ ଦେଇ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଆସିକା ଭାରପ୍ରାପ୍ତ ତହସିଲଦାର ଦେବୀ ପ୍ରସାଦ ବାରିକ, ଆସିକା ବିଡିଓ ଫକୀର ଚରଣ ପରିଡା, ଆସିକା ଏନଏସି କାଉନସିଲର ସଞ୍ଜୁକ୍ତା ଶତପଥି, ଗଞ୍ଜାମ ଜୋନ ବିଜୁ ଯୁବ ଜନତା ଦଳ ସଭାପତି ନଚିକେତା ସ୍ୱାଇଁ, ସାଂସଦ ପ୍ରତିନିଧି ସତ୍ୟନାରାୟଣ ସ୍ୱାଇଁ, ବିଜେଡି ନେତା ଦିଲ୍ଲୀପ କୁମାର ପାଣିଗ୍ରାହୀ, ସୂର୍ଯ୍ୟକାନ୍ତ ପରିଡା,ବିଜେଡି ନେତା ତଥା ସମାଜସେବୀ ବଂଶୀଧର ନାହକ, ଜିଲ୍ଲା ପରିଷଦ ଅନିମା ପରିଡା, ଖଣ୍ଡଦେଉଳି ସରପଚଂ ଆରତୀ ଦେଵୀ, ପ୍ରଣବ ବିଷୋୟୀ, ବରିଷ୍ଠ କିରାଣୀ କିରଣ ପାଢୀ, ଶହିଦ ଉମାକାନ୍ତ ପଟ୍ଟନାୟକଙ୍କ ପିତା ରାଜକିଶୋର ପଟ୍ଟନାୟକ, ଭ୍ରାତା ଲକ୍ଷ୍ମିକାନ୍ତ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଭଲ ଖେଳ ପ୍ରଦର୍ଶନ ପାଇଁ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ ।

ଏହି ମ୍ୟାଚରେ ଟି.ପି.ଏସ.ଓ.ଡି.ଏଲ ଯନ୍ତ୍ରୀ ରାକେଶ ପାତ୍ର ଟସ ପକାଇବା ଦାୟିତ୍ୱ ତୁଲାଇ ଥିବା ବେଳେ ଅମ୍ପାୟର ଭାବେ ଆଲୋକ ମୁନୀ ଓ ସତ୍ୱେନ୍ଦର ହୋତା, ସ୍କୋରର ଭାବେ ନିଳଚକ୍ର ମହାରଣା, ଆକାଶ ସ୍ୱାଇଁ ଏବଂ ଧାରାବିବରଣୀ ଭାବେ ତ୍ରିଲୋଚନ ପାତ୍ର, ସୁନିଲ ଗୌଡ ପ୍ରମୁଖ ଦାୟିତ୍ୱ ତୁଲାଇଥିଲେ ।

ଏହି ଉଦଘାଟନୀ ମ୍ୟାଚକୁ ଅମର ନାଥ କ୍ରିକେଟ କ୍ଲବ ସଭାପତି ସୀତାରାମ ହୋତା, ରବିନାରାୟଣ ସ୍ୱାଇଁ, ଉମା ମହେଶ୍ୱର ଦାଶ, ବାବୁ ବେହେରା, ହିତେଶ ସାହୁ, କାଳିଆ ବିଶ୍ୱାଳ, ମନୋଜ ପାଢୀ, ନିଳାଚଂଳ ମହାରଣା, ପ୍ରେମାନନ୍ଦ ରେଡି, ପ୍ରଶାନ୍ତ ଦାଶ, ଶିବ ପ୍ରସାଦ ଶତପଥି, ସନ୍ତୋଷ ତ୍ରିପାଠୀ, ସୁନିଲ ମହାରଣା, ଚନ୍ଦନ ସେଠି, ବାଲ୍ମିକୀ ପରିଡା ପ୍ରମୁଖ ଖେଳାଳି ପରିଚାଳନାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।

You missed