Inauguration of Sri Sri Kamakshi Thakurani Temple at Mantapada: A spiritual atmosphere is created throughout the village.Inauguration of Sri Sri Kamakshi Thakurani Temple at Mantapada: A spiritual atmosphere is created throughout the village.

ଆସିକା,୨୪/୫ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ହରିଡାପଦର ପଚାଂୟତ ମଣ୍ଟାପଡା ଗ୍ରାମରେ ଶ୍ରୀ ଶ୍ରୀ ଶ୍ରୀ କାମାକ୍ଷୀ ଠାକୁରାଣୀ ମନ୍ଦିର ପ୍ରତିଷ୍ଠା, ଶ୍ରୀ ଶ୍ରୀ ବ୍ରହ୍ମେଶ୍ୱର ମହାଦେବ ଓ ରତ୍ନମାଳୀଙ୍କ ମନ୍ଦିରର ଜିର୍ଣ୍ଣୋଦ୍ଧାର ସଂସ୍କାର ଉତ୍ସବ ଅନୁଷ୍ଠିତ ହୋଇଛି । ବୈଶାଖୀ ପୂର୍ଣ୍ଣିମା ଠାରୁ ଜ୍ୟେଷ୍ଠ କୃଷ୍ଣ ସପ୍ତମୀ ପର୍ଯ୍ୟନ୍ତ ପ୍ରାୟ ୫ ଦିନ ଧରି ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ଗୋଯଜ୍ଞାଦି ପଚଂମହାଯଜ୍ଞ ପଣ୍ଡିତ ଶ୍ରୀ ଶିଶିର କୁମାର ତ୍ରିପାଠୀ ଓ ପଣ୍ଡିତ ଶ୍ରୀ ରାଧାକୃଷ୍ଣ ପାଢୀଙ୍କ ପୈାରହିତ୍ୟରେ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଇଶ୍ୱର କୃପା ଲାଭ ପାଇଁ ମଟାଂପଡା ଗ୍ରାମ ସାଙ୍ଗକୁ ଏହାର ଆଖପାଖ ଅଚଂଳରୁ ଶତାଧିକ ଭକ୍ତ ଶ୍ରଦ୍ଧାଳୁ ଯୋଗ ଦେଇଛନ୍ତି ।

ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବର ପ୍ରଥମ ଦିନରେ ଦିକ୍ଷା ଗ୍ରହଣ, ମଣ୍ଡଳାଧିବାସ, ଅଙ୍କୁରାପୋଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଏହାର ଦ୍ୱିତୀୟ ଦିନରେ ଗଙ୍ଗା ଆବାହନ ପାଇଁ କଳସ ଯାତ୍ରା, ମୁଖ୍ୟ ଅଖଣ୍ଡଦ୍ୱୀପ ସ୍ଥାପନ, ବ୍ରାହ୍ମଣ ବରଣ, ସୂର୍ଯ୍ୟପୂଜା, ଶାଲା ସଂସ୍କାର, ବନଯାଗ, କୁଣ୍ଡପୂଜା ଓ ପାର୍ବତ୍ୟାଗ୍ନି ସ୍ଥାପନ ନାମଯଜ୍ଞ ଓ ଅଧିବାସ, ଇନ୍ଦ୍ର ଇନ୍ଦ୍ରାଣୀ ସ୍ନାନ ଓ ପ୍ରାଣ ପ୍ରତିଷ୍ଠା ଆଦି କାର୍ଯ୍ୟ ହୋଇଥିଲା । ସେହିଭଳି ଗ୍ରାମାରେ ନାମଯଜ୍ଞ, ସାଲା ସଂସ୍କାର, ସୂର୍ଯ୍ୟ ପୂଜା, ଅଗ୍ନି ପୂଜା, ରତ୍ନମୁଦା ଓ ପ୍ରତିଷ୍ଠା କର୍ମ, ହୋମ, ଆଳତି, ପୁଷ୍ପାଞ୍ଜଳୀ, ଯୁପ, ତ୍ରୀଶୂଳ, ଧ୍ୱଜ, ପାଶ୍ୱର୍ଦେବତାଙ୍କ ଅଧିବାସ ଓ କାରୁଣାଲାକର୍ମ, ସମସ୍ତ ପ୍ରାଶାଦ ଅଧିବାସ, ଦେବତାଙ୍କ ସ୍ନାନ, ନେତ୍ରୋତ୍ସବ, ସ୍ୱସ୍ତିକ ମଣ୍ଡଳ ପୂଜା ଓ ରାତ୍ର ପ୍ରାଣ ପ୍ରତିଷ୍ଠା, ଦେବତାଙ୍କ ନଗର ଭ୍ରମଣ, ସିଂହାସନ ପ୍ରତିଷ୍ଠା, ଯୁପତ୍ରୀଶୁଳ, ଧ୍ୱଜ ଓ ପାଶ୍ୱର୍ଦେବତା ସ୍ଥାପନ, ସ୍ୱର୍ଗଦ୍ୱାର ଓ ପୂର୍ଣ୍ଣାହୂତି ଏବଂ ଶେଷରେ ନାମଯଜ୍ଞ ପୂର୍ଣ୍ଣ, ଦଧିଭାଣ୍ଡ ଭଜନ, ଯମୁନା ସ୍ନାନ, ରାତ୍ର ବ୍ରହ୍ମେଶ୍ୱର ମହାଦେବଙ୍କ ଗ୍ରାମ ପରିଭ୍ରମଣ ଓ ପଟୁଆର ଅନୁଷ୍ଟିତ ହେବ ।

ଏହି ଅବସରରେ ବାର୍ଷିକ ଯାତ୍ରା ପାଇଁ ପୈାରାଣିକ ନାଟକ ଅନୁଷ୍ଟିତ ହେବାର କାର୍ଯ୍ୟକ୍ରମ ରହିଛି । ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ମଣ୍ଟାପଡା ଗ୍ରାମ୍ୟ ପରିଚାଳନା କମିଟି, ଆସିକା ଗଞ୍ଜାମ ସଭାପତି ରୋହିତ କୁମାର ଖଟାଇ ଏବଂ ପୂର୍ବତନ ସରପଚଂ ପୂର୍ଣ୍ଣଚନ୍ଦ୍ର ବରାଡାଙ୍କ ତତ୍ୱାବାଧାନରେ ପରିଚାଳିତ ହେଉଥିବା ବେଳେ ଉପସଭାପତି ନାରାୟଣ ସାହୁ, ଜିତେନ୍ଦ୍ର କୁମାର ଚୈାଧୁରୀ,ସଂଗଠନ ସମ୍ପାଦକ ମଣ୍ଡଳୀ ସଭାପତି ସୁନିଲ କୁମାର ଖଟାଇ, ସମ୍ପାଦକ ମିଟୁ ଜେନା, ଖାଲାସା ତାଲୁକା ବାଣାୟାତ ଓଡିଆ ସମାଜ ସମ୍ପାଦକ ବୁଲୁ ଖଟାଇ, ସହସମ୍ପାଦକ ରଞ୍ଜିତ କୁମାର ବିଶ୍ୱାଳ, କୋଷାଧ୍ୟକ୍ଷ ସୋମନାଥ ବିଷୋୟୀ, ସମୀକ୍ଷକ ନବଘନ ସାହୁ ସାଙ୍ଗକୁ ଇଶ୍ୱର ବିଶ୍ୱାଳ, ଇଶ୍ୱର ଚନ୍ଦ୍ର ସ୍ୱାଇଁ, ବାବୁଲା ସାହୁ, କୋରା ସେଠ୍‌, ସୂର୍ଯ୍ୟନାରାୟଣ ଖଟାଇ, ପ୍ରଶ୍ନ ବିଶ୍ୱାଳ, ସୁଦର୍ଶନ ଜେନା, ବନମାଳି ପରିଡା, ଗୋବିନ୍ଦ ମୁନି, ତ୍ରିନାଥ ବିଶ୍ୱାଳ, ଶଙ୍କର ପରିଡା, ଜୟରାମ ବିଶ୍ୱାଳ, ନାରାୟଣ ବିଶ୍ୱାଳ, ଯୁଧିଷ୍ଠିର ଜେନା, କୃଷ୍ଣ ଚନ୍ଦ୍ର ପାଢି, ସୁରେନ୍ଦ୍ର ଜେନା ପ୍ରମୁଖ ରହିଛନ୍ତି ।

ଏହି ଉତ୍ସବରେ ମଣ୍ଟାପଡା ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ସେପଟେ ପ୍ରତ୍ୟେକ ଦିନ ଭକ୍ତ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବନ୍ଦୋବସ୍ତ ଆୟୋଜିତ ହୋଇଛି ।