Mission Shakti Odiya poet conference program at Asika BlockMission Shakti Odiya poet conference program at Asika Block

ଆସିକା,୨/୨(ଶୁଣାକଥା) ମନୋଜ କୁମାର ନାୟକ : ଆସିକା ବ୍ଲକ ମିଶନ ଶକ୍ତି ଆନୁକୂଲ୍ୟରେ କବି ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମ ବ୍ଲକ ସିଡିପିଓ ଭାଗ୍ୟଲତା ପାତ୍ରଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଆସିକା ବ୍ଲକ ବିଡିଓ ଫକୀର ଚରଣ ପରିଡା ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଭାଷାର ଅତୀତ, ବର୍ତମାନ, ଭବିଷ୍ୟତ ସମ୍ପର୍କରେ ଆଲୋଚନା କରାଯାଇଥିଲା । ମହିଳା ମାନେ ସ୍ୱରଚିତ କବିତା ଆବୃତ କରିଥିଲେ । ଓଡିଆ ଭାଷା-ସାହିତ୍ୟ ଜନଜୀବନରେ ମାଧୁର୍ଯ୍ୟଭରା ହୋଇ ଅମୃତ କାଳର ପ୍ରବାହଧାରା ବୋଲି ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ ।

ଆସିକା ବ୍ଲକ ବି.ପି.ସି ଚନ୍ଦ୍ର ଶେଖର ବେହେରା, ବିପିଏମ ଅନିତା ମହାରଣା, ବିଏଲଏଫ ସଭାପତି ପୂର୍ଣ୍ଣିମା ସ୍ୱାଇଁ, ବିଏଲଏଫ ସେକ୍ରେଟାରୀ ଧନିରାଣୀ ବିଷୋୟୀ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ପରିଚାଳନାରେ ସହ ଯୋଗ କରିଥିଲେ ।