Kishori Mela 2024 program in Badkholi PachanayatKishori Mela 2024 program in Badkholi Pachanayat

ଆସିକା,(ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ବଡଖୋଲି ଗ୍ରାମ ପଚାଂୟତରେ ମୂଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୃଷ୍ଟି ଯୋଜନା ଆନୁକୂଲ୍ୟରେ କିଶୋରୀ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ଆସିକା ସିଡିପିଓ ଭାଗ୍ୟଲତା ପାତ୍ରଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ସେକ୍ଟର ସୁପର ଭାଇଜର ପ୍ରମିଳା ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଡଖୋଲି ସରପଚଂ ଦୁର୍ଗା ପ୍ରସାଦ ବେହେରା ଯୋଗ ଦେଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ସିଏଚଓ, ଏଏନଏମ, ଶିକ୍ଷକ, ଶିକ୍ଷୟତ୍ରୀ, ଓଡିଶା ଜୀବିକା ମିଶନ କର୍ମକର୍ତା, ପଚାଂୟତର ସମସ୍ତ ଅଙ୍ଗନବାଡି କର୍ମୀ ଏବଂ ଆଶା କର୍ମୀ ପ୍ରମୁଖ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ପଚାଂୟତରୁ ୧୫ ବର୍ଷରୁ ୧୯ ବର୍ଷର କିଶୋରୀ ବାଳିକା ମାନେ ସାମିଲ ହୋଇଥିଲେ । କିଶୋରୀ ମାନଙ୍କ ଉତମ ସ୍ୱାସ୍ଥ୍ୟ, ପୃଷ୍ଟି ଓ ଦକ୍ଷତା ବିକାଶ ଦିଗରେ ଆଲୋଚନା କରାଯାଇଥିଲା । ଏହା ସହିତ ସମସ୍ତ କିଶୋରୀଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ପରିକ୍ଷା ଯଥା ଓଜନ, ଉଚ୍ଚତା, ବିଏମଆଇ ଓ ହିମୋଗ୍ଲୋବିନ ପରୀକ୍ଷା କରାଯାଇ ସ୍ୱାସ୍ଥ୍ୟର ସଠିକ ଯତ୍ନ ନେବା ପାଇଁ ପରାମର୍ଶ ପ୍ରଦାନ କରାଯାଇଥିଲା ।

ଆସିକା ସିଡିପିଓ ସମସ୍ତ କିଶୋରୀଙ୍କୁ ୧୮ ବର୍ଷରୁ କମ ବୟସରେ ବିବାହ ନକରି ୧୮ ବର୍ଷ ପରେ ବାହାଘର କରିବା ପାଇଁ ସୂଚନା ପ୍ରଦାନ କରିଥିଲେ । ଏହି ଯୋଜନା ଦ୍ୱାରା ୧୫ ରୁ ୧୯ ବର୍ଷର ସମସ୍ତ କିଶୋରୀଙ୍କୁ ମୁଢି,ଭଜା ବୁଟ ଏବଂ ପ୍ରତ୍ୟେକ ଶନିବାର ଦିନ ୪ଟି ଲେଖାଏଁ ଅଣ୍ଡା ବିତରଣ କରାଯାଇଥାଏ ବୋଲି ସୂଚନା ପ୍ରଦାନ କରିଥିଲେ ।

ଶେଷରେ କିଶୋରୀ ମାନଙ୍କ ଦ୍ୱାରା ସାଂସ୍କୃତି କାର୍ଯ୍ୟକ୍ରମ ସାଙ୍ଗକୁ ମ୍ୟୁଜିକ ଚେୟାର, ଗୀତ, ନାଚ, ଝୋଟି ଆଦି ପ୍ରତିଯୋଗିତା ଆୟୋଜନ କରାଯାଇ ପୁରସ୍କାର ଓ ପ୍ରଶଂସା ପତ୍ର ବିତରଣ କରାଯାଇଥିଲା ।