ଶହୀଦ ଉମାକାନ୍ତ ପଟ୍ଟନାୟକ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଟଂ : ପାନା ସୋନିକ କ୍ରିକେଟ କ୍ଲବ ପ୍ରତିଷ୍ଠାତା ପୂର୍ବତନ କ୍ରିକେଟର ସନ୍ତୋଷ ବିଷୋୟୀ ଖେଳାଳୀଙ୍କୁ ଉତ୍ସାହିତ କରିଲେ

0 97

ଆସିକା,୧୮/୧ (ଶୁଣାକଥା) ମନୋଜ କୁମାର ନାୟକ – ଗଞ୍ଜାମ ଜିଲ୍ଲା ଆସିକା ସହର ଉପକଣ୍ଠ ସବଜେଲ ଖେଳ ପଡିଆ ଠାରେ ଆୟୋଜିତ ଶହୀଦ ଉମାକାନ୍ତ ପଟ୍ଟନାୟକ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଟଂରେ ଖେଳାଳୀଙ୍କୁ ଉତ୍ସାହିତ କରିଛନ୍ତି ଆସିକା ପାନାସୋନିକ କ୍ରିକେଟ କ୍ଲବ ପ୍ରତିଷ୍ଠାତା ତଥା ପୂର୍ବତନ କ୍ରିକେଟର ସନ୍ତୋଷ କୁମାର ବିଷୋୟୀ ।

ଆସିକା ଅମରନାଥ କ୍ରିକେଟ କ୍ଲବ ପକ୍ଷରୁ ଆୟୋଜିତ ଟୁର୍ଣ୍ଣାମେଟଂରେ କ୍ରିକେଟର ସନ୍ତୋଷ କୁମାର ବିଷୋୟୀ ଅତିଥି ଭାବେ ଯୋଗ ଦେଇ ଶୃଙ୍ଖଳା ସହ କଠିନ ପରିଶ୍ରମ କରିଲେ ସଫଳତା ତୁମ ନିକଟରେ ରହିବ ବୋଲି ମତବ୍ୟକ୍ତ କରିଥିଲେ ।

ଆସିକା ସହର ଉଦୀୟମାନ ଯୁବ ଖେଳାଳୀର ଜନ୍ମ ଭୂମି । ତେଣୁ ଏଠାରେ ଅଧିକରୁ ଅଧିକ ରେଜିଷ୍ଟ୍ରାର କ୍ରିକେଟ କ୍ଲବ ଗଠନ ସାଙ୍ଗକୁ ଜଣେ ସଫଳ କ୍ରିକେଟର ହେବା ପାଇଁ ପରାମର୍ଶ ଦେଇଥିଲେ । ସଫଳତାର ମାପକାଠି ପାଇଁ ଦୈନନ୍ଦିନ ଉତମ ପ୍ରଶିକ୍ଷଣ ସାଙ୍ଗକୁ ନିଜକୁ ଫିଟ ରଖିଲେ ଦିନେ ସଫଳତା ନିଶ୍ଚିତ ଆସିବ ବୋଲି ପରାମର୍ଶ ଦେଇଥିଲେ ।

ଆଜିର ଆୟୋଜିତ ମ୍ୟାଚ ଆସିକା ପାୱାର କ୍ରିକେଟ କ୍ଲବ ସହିତ ମୁଣ୍ଡମରାଇ କ୍ରିକେଟ କ୍ଲବ ମଧ୍ୟରେ ହୋଇଥିଲା । ଏହି ମ୍ୟାଚରେ ପାୱାର କ୍ରିକେଟ କ୍ଲବ ଟସ ଜିତି ଫିଲଡିଙ୍ଗ ଚୟନ କରିଥିଲେ । ମୁଣ୍ଡମରାଇ କ୍ରିକେଟ କ୍ଲବ ନିର୍ଦ୍ଧାରିତ ୨୦ ଓଭରରେ ୯ଟି ୱିକେଟ ହରାଇ ୨୭୩ ରନ ସଂଗ୍ରହ କରିଥିଲେ । ତାଙ୍କ ବିପକ୍ଷରେ ଆସିକା ପାୱାର କ୍ରିକେଟ କ୍ଲବ୨୦ ଓଭର ଖେଳି ୮ଟି ୱିକେଟ ହରାଇ ୧୫୦ ରନ ସଂଗ୍ରହ କରି ପରାଜିତ ହୋଇଥିଲେ ।

ମୁଣ୍ଡମରାଇ କ୍ରିକେଟ କ୍ଲବ ୧୨୩ ରନରେ ବିିଜୟୀ ହୋଇଥିବା ବେଳେ ବ୍ରିଜେଶ ମହାରଣା ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇ ଅତିଥିଙ୍କ ଦ୍ୱାରା ପୁରସ୍କାର ଗ୍ରହଣ କରିଥିଲେ । ଉଭୟ ଦଳର ୨୨ ଜଣ ଖେଳାଳୀଙ୍କ ମନୋବଳ ଓ ଉତ୍ସାହିତ କରିବା ପାଇଁ ପୁର୍ବତନ କ୍ରିକେଟର ସନ୍ତୋଷ କୁମାର ବିଷୋୟୀ ସମସ୍ତଙ୍କୁ କ୍ରିକେଟ ବଲ ପ୍ରଦାନ କରିଥିଲେ ।

ଏହି ମ୍ୟାଚରେ ବଳରାମ ପଣ୍ଡା, ପ୍ରେମାନନ୍ଦ ରେଡି ଅମ୍ପାୟାର ଦାୟିତ୍ୱ ତୁଲାଇଥିବା ବେଳେ ସ୍କୋର ଭାବେ ସନ୍ତୋଷ ବେହେରା, ପ୍ରତାପ ଦାଶ ଏବଂ ଧାରାବିବରଣିରେ ତ୍ରିଲୋଚନ ପାତ୍ର, ସୁନିଲ କୁମାର ଗୈାଡ ଦାୟିତ୍ୱ ତୁଲାଇଥିଲେ ।

Leave A Reply

Your email address will not be published.