ଆସିକାରେ ଲଜ୍ଜା: ଦୁଷ୍କର୍ମ ମାମଲାରେ ଜଣେ ଗିରଫ

0 489

ଆସିକା,୫/୭ (ପ୍ରତିନିଧି : ମନୋଜ ନାୟକ)- ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ସାପୁଆପଲ୍ଲୀ ଗ୍ରାମରେ ଜୈନିକ ଝିଅକୁ ଦୁଷ୍କର୍ମ କରିବା ଅଭିଯୋଗରେ ଆସିକା ପୋଲିସ ସାପୁଆପଲ୍ଲୀ ଗ୍ରାମର ଗୈାରଚନ୍ଦ୍ର ବେହେରା(୪୨)କୁ ଗିରଫ କରିଛି । ଏହି ଘଟଣାରେ ଦୁଷ୍କର୍ମର ଶିକାର ହୋଇଥିବା ଝିଅଙ୍କ ପରିବାର ଲୋକେ ଆସିକା ଥାନାରେ ଲିଖୀତ ଅଭିଯୋଗ କରିଥିଲେ ।

ଏହି ଅଭିଯୋଗକୁ ଭିତ୍ତି କରି ପୋଲିସ ଅଭିଯୁକ୍ତ ଗୈାରହରି ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ଆସିକା ଥାନା କେସ ନମ୍ବର- ୩୭୨/୨୩, ଦଫା ୩୭୬ (୨)(ଏନ)/୨୯୪/୫୦୬ ଆଇପିସିରେ ମାମଲା ରୁଜୁ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ ୪ ବର୍ଷ ତଳେ ବାପା ଓ ମାଙ୍କ ମୃତ୍ୟୁ ପରେ ପୀଡିତା ଜଣକ ତିନି ଭାଇ ଓ ତିନି ଭଉଣୀଙ୍କ ପାଖରେ ରହୁଥିଲେ । ପରିବାର ପେଟ ପୋଷଣ ପାଇଁ ଉଭୟ ଭାଇ ଓ ଭଉଣି ମାନେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ତେବେ ଘରର ସାନ ଝିଅ ସବୁ ବେଳେ ଘରେ ଏକେଲା ରହୁଥିଲେ ।

ଏକୁଟିଆର ସୁଯୋଗ ନେଇ ତାଙ୍କ ପଡ଼ିଶାରେ ରହୁଥିବା ଅଭିଯୁକ୍ତ ଗୈାରଚନ୍ଦ୍ର ବେହେରା ପିଡିତା ସହିତ ଜୋର ଜବରଦସ୍ତି ଶାରିରୀକ ସମ୍ପର୍କ ରଖି ଆସୁଥିଲେ । ଏହି ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରେ ମାରିଦେବାକୁ ମଧ୍ୟ ଧମକଚମକ ଦେଉଥିଲେ । ଅନେକ ବାର ଏପରି ଘଟଣା ଘଟୁଥିବା ବେଳେ ଏହାକୁ ସହି ନପାରି ପିଡୀତା ଜଣକ ତାଙ୍କ ଭଉଣୀଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ ।

ଏହାପରେ ପରିବାର ଲୋକେ ଆସିକା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

Leave A Reply

Your email address will not be published.