ପିଉସାଙ୍କ କାତି ଚୋଟରେ ପୁତୁରା ଗୁରୁତର

0 101

ଆସିକା,୧୭/୯ (ମନୋଜ କୁମାର ନାୟକ) – ଗଞ୍ଜାମ ଜିଲ୍ଲା ଆସିକା ନିକଟ ରାମଚନ୍ଦ୍ରପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଆଜି ଅପରାହ୍ନ ସମୟରେ ପିଉସା ପୂର୍ଣ୍ଣଚନ୍ଦ୍ର ସେଠି ନିଜ ପୁତୁରା ସୁକାନ୍ତ ସେଠିକୁ ଏକ ଧାରୁଆ କାତିରେ ଆକ୍ରମଣ କରିଥିବା ଜଣାଯାଇଛି ।

ଏହି ଆକ୍ରମଣରେ ପୁତୁରାର ହାତ, ଗୋଡ ଏବଂ ଶରୀରର ବିଭିନ୍ନ ସ୍ଥାନରେ ଗୁରୁତର ଆଘାତ ହୋଇଛି । ଘଟଣା ଘଟିବା ପରେ ସଙ୍ଗେ ସଙ୍ଗେ ଗୁରୁତର ଥିବା ସୁକାନ୍ତକୁ ଆସିକା ସବଡିଭିଜନ ମେଡିକାଲକୁ ଚିକିତ୍ସା ପାଇଁ ଅଣାଯାଇଥିଲା । ସେଠାରେ ତାଙ୍କର ହାତ ଓ ଶରୀରର ଅନ୍ୟ ସ୍ଥାନରେ ଷ୍ଟିଚ ପକାଯାଇ ଚିକିତ୍ସା କରାଯାଇଥିଲା ।

କେଉଁ କାରଣରୁ ପିଉସା ପୂର୍ଣ୍ଣଚନ୍ଦ୍ର ସେଠି ତାଙ୍କୁ ଆକ୍ରମଣ କରିଛନ୍ତି ତାର କୈାଣସି ସ୍ପଷ୍ଟ ସୂଚନା ଜଣାପଡିନାହିଁ । ଏହି ଘଟଣା ବିରୋଧରେ ଗୁରୁତର ସୁକାନ୍ତର ପରିବାର ପକ୍ଷରୁ ଥାନାରେ କୈାଣସି ଅଭିଯୋଗ କରାଯାଇ ନାହିଁ ।

ମିଳିଥିବା ସୂଚନା ଅନୁଯାୟୀ ସୁକାନ୍ତ ବୃତିରେ ଜଣେ ଶିକ୍ଷକ ଅଟନ୍ତି । ସେ ବ୍ରହ୍ମପୁର ନିଳକଣ୍ଠ ନଗର ଶିଶୁ ବିଦ୍ୟା ମନ୍ଦିରରେ ଅଧ୍ୟୟନରତ ତାଙ୍କ ପୁଅକୁ ଘରକୁ ଆଣିବାକୁ ଯାଇଥିଲେ । ବ୍ରହ୍ମପୁରରୁ ଆସିକାକୁ ଫେରିବା ସମୟରେ ରାମଚନ୍ଦ୍ରପୁର ଗାଁ ନିଜ ପିଉସାଙ୍କ ଘରକୁ ଯାଇଥିଲେ ।

ସେଠାରେ ସେ ଜଳଖିଆ ଖାଇବା ବେଳେ ହଠାତ ତାଙ୍ଗ ପିଉସା ପୂର୍ଣ୍ଣଚନ୍ଦ୍ର ସେଠି ତାଙ୍କୁ ଏକ ଧାରୁଆ କାତିରେ ଆକ୍ରମଣ କରିଥିଲେ । କିଛି ଭାବିବା ପୂର୍ବରୁ ପିଉସା ପୂର୍ଣ୍ଣଚନ୍ଦ୍ର ସେଠି ଚୋଟ ଉପରେ ଚୋଟ ମାରି ଲହୁଲୁହାଣ କରିଥିଲେ । ଏହି ଘଟଣା ବିରୁଦ୍ଦରେ ପରିବାର ପକ୍ଷରୁ ଥାନାରେ କୈାଣସି ଅଭିଯୋଗ ହୋଇନଥିବା ଜଣାଯାଇଛି ।

Leave A Reply

Your email address will not be published.