ନ୍ୟାୟ ଦାବୀରେ ଶ୍ୱଶୁର ଘର ବାରଣ୍ଡାରେ ଦୁଇ ଶିଶୁ ପୁତ୍ରଙ୍କ ସହ ମହିଳାଙ୍କ ଧାରଣା

0 92

ଆସିକା,୨/୧୦ (ମନୋଜ କୁମାର ନାୟକ) – ଗଞ୍ଜାମ ଜିଲ୍ଲା ଆସିକା ଏନଏସି ତାଲୁକା ସ୍ଥିତ ବ୍ଲକ କଲୋନୀ ଠାରେ ଜଣେ ବିବାହିତ ମହିଳା ନିଜ ଦୁଇ ଶିଶୁ ପୁତ୍ରଙ୍କୁ ଧରି ନିଜ ଶ୍ୱଶୁର ଘର ବାରଣ୍ଡାରେ ଧାରଣାରେ ବସିଛନ୍ତି । ମହିଳା ଜଣକ ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡି ଗ୍ରାମର ନିରଞ୍ଜନ ପାତ୍ରଙ୍କ ଝିଅ ପଦ୍ମନୀ ବୋଳି ସୂଚନା ମିଳିଛି ।

ଗତ ୨୭.୧୧.୨୦୧୫ ରେ ସେ ମହେଶ ସ୍ୱାଇଁଙ୍କୁ ବିବାହ କରିଥିଲେ । ବିବାହ ପରେ ଅଧିକ ଯୈାତୁକ ଦାବୀ କରି ତାଙ୍କୁ ନିର୍ଯ୍ୟାତନା ଦିଆଯାଉଥିଲା । ସେ ନିଜର ଦୁଇ ପୁତ୍ର ଜନ୍ମ ଲାଗି ନିଜ ବାପ ଘରକୁ ଚାଲିଥିଲେ । ଦ୍ୱିତୀୟ ପୁତ୍ର ଜନ୍ମ ସମୟରେ ବହୁବାର ଶ୍ୱଶୁର ଘରକୁ ଆସିଥିଲେ । କିନ୍ତୁ ତାଙ୍କୁ ଘରେ ରହିବାକୁ ସୁଯୋଗ ଦିଆଯାଇନଥିଲା ।

ଏହି ସମୟରେ ମହେଶ ସ୍ୱାଇଁ ଅନ୍ୟ ଜଣେ ଝିଅ ସହ ବିବାହ କରିଥିବା ଖବର ପାଇ ପଦ୍ମିନୀ ନ୍ୟାୟ ପାଇଁ ଏଭଳି ଘର ସମ୍ମୁଖରେ ଧାରଣା ବସିଥିବା ପ୍ରତିକ୍ରିୟା ରଖିଛନ୍ତି । ଏନେଇ ଗତ ସେପ୍ଟେମ୍ବର ୬ ତାରିଖରେ ପଦ୍ମିନୀ ଆସିକା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତି କରି ତାଙ୍କ ସ୍ୱାମୀ ମହେଶ, ଶାଶୁ ଓ ଶ୍ୱଶୁରଙ୍କ ବିରୋଧରେ ଥାନା କେସ ନମ୍ବର- ୫୩୭/୨୩ ରେ ଏକ ମାମଲା ରୁୁଜୁ କରାଯାଇଥିଲା ।

ଅପର ପକ୍ଷରେ ଗତ ୨୪ ତାରୀଖରେ ବେଲଗୁଣ୍ଠା ଥାନା ଜିରୁଳୀ ଗ୍ରାମରେ ପିଉସୀଙ୍କ ନାବାଳୀକା ଝିଅକୁ ମହେଶ ଜବରଦସ୍ତି ଉଠାଇ ନେଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗକୁ ଭିତିକରି ପୁଣି ଆସିକା ଥାନାରେ କେସ ନମ୍ବର- ୫୮୩/୨୩ ରେ ମାମଲା ରୁଜୁ ହୋଇଛି । ମହେଶଙ୍କୁ ଗିରଫ କରି ବ୍ରହ୍ମପୁର ପୋକସୋ ଅଦାଲତରେ ହାଜର କରାଯାଇଥିବା ଆସିକା ଥାନା ଅଧିକାରୀ ପି.ସ୍ୱରୂପ କିଶାନ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.