Congress Garanty Istahar meeting at western congress office AskaCongress Garanty Istahar meeting at western congress office Aska

ଆସିକା,୨୩/୩ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜମା ଜିଲ୍ଲା ଆସିକା ଖମ୍ବେଶ୍ୱରୀପାଟଣା ସ୍ଥିତ ଜିଲ୍ଲା ପଶ୍ଚିମ କଂଗ୍ରେସ କାର୍ଯ୍ୟାଳୟ ଠାରେ ଆଜି ‘କଂଗ୍ରେସର ଗ୍ୟାରେଟିଂ’ ଇସ୍ତାହାର ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ ସଭାପତି ରବିନ୍ଦ୍ର ନାଥ ଶର୍ମାଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଟିତ ଥିଲା ।

୨୪ ବର୍ଷର ବିଜେଡି ଶାସନ ଓ ୯ ବର୍ଷର ବିଜେଡି ଓ ବିଜେପି ଯାହା ହୋଇନାହିଁ, ଆଜି ତାହା କଂଗ୍ରେସ କରି ଦେଖାଇବ ବୋଲି କାର୍ଯ୍ୟକ୍ରମରେ ଗୁରୁତ୍ୱାରୋପ ସାଙ୍ଗକୁ କଂଗ୍ରେସର ଗ୍ୟାରେଟିଂ ଇସ୍ତାହାରରେ ଦଶ ଦଫା ଦାବୀକୁ ନେଇ କାର୍ଯ୍ୟକ୍ରମରେ ଉପସ୍ଥାପନା କରାଯାଇଥିଲା । ବୋନସ ସହ ଧାନର କ୍ରୟ ମୂଲ୍ୟ କୁଇଟାଂଲ ପ୍ରତି ୩ ହଜାର ଟଙ୍କା, କୃଷି ଋଣ ଛାଡ, କୃଷକ ପାଇଁ ମାସିକ ପେନସନ ୨ ହଜାର ଟଙ୍କା ଆଦି ଦାବୀ କରାଯାଇଥିଲା ।

ସେହିଭଳି ପ୍ରତ୍ୟେକ ଘରୋଇ ଉପଭୋକ୍ତାଙ୍କ ପାଇଁ ୨ ଶହ ୟୁନିଟ ବିଦ୍ୟୁତ ଦେୟ ଛାଡ, ୫ ଲକ୍ଷ ଯୁବକ, ଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା, ବେକାରୀ ଭତା ମାସିକ ୩ ହଜାର ଟଙ୍କା ପ୍ରଦାନ ସାଙ୍ଗକୁ ସମସ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଛାଡ, ଗୃହଲକ୍ଷ୍ମୀ ଯୋଜନାରେ ପ୍ରତ୍ୟେକ ଘରର ମୁଖ୍ୟ ମହିଳାଙ୍କୁ ମାସିକା ୨ ହଜାର ଟଙ୍କା ଭତା, ପ୍ରତି ପରିବାରକୁ ମାସକୁ ୫ ଶହ ଟଙ୍କାରେ ଗୋଟିଏ ଗ୍ୟାସ ସିଲିଣ୍ଡର ଯୋଗାଇବା, ସରକାରୀ କର୍ମଚାରୀଙ୍କ ସହିତ ସମେତ ସମସ୍ତଙ୍କ ପାଇଁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ସରକାରୀ ଓ ବେସରକାରୀ ଚିକିତ୍ସାଳୟରେ ମାଗଣା ଚିକିତ୍ସା, ବାର୍ଦ୍ଧକ୍ୟ ଭତା, ବିଧବା ଭତା ଓ ଦିବ୍ୟାଙ୍ଗ ଭତା ମାସିକ ୨ ହଜାର ଟଙ୍କା ପ୍ରଦାନ, ରାଜ୍ୟରେ ଜାତିଭିତିକ- ସାମାଜିକ ଓ ଆର୍ଥିକ ସର୍ଭେ ପୂର୍ବରୁ ତୁରନ୍ତ ଶିକ୍ଷାନୁଷ୍ଠାନ ଓ ଚାକିରୀ କ୍ଷେତ୍ରରେ ପଛୁଆ ବର୍ଗ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଏବଂ ଚିଟଫଣ୍ଡ ଦ୍ୱାରା ପ୍ରଭାବିତ ହୋଇଥିବା ଜମାକାରୀ ମାନଙ୍କୁ ୬ ମାସ ମଧ୍ୟରେ ଟଙ୍କା ଫେରସ୍ତ ପାଇଁ ଇସ୍ତାହାରରେ ଦର୍ଶାଯାଇଛି ।

ଏହି ଅବସରରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ହିଞ୍ଜିଳୀ ନିର୍ବାଚନ ମଣ୍ଡଳୀ ବିଜେପିର ମଣ୍ଡଳ ସଭାନେତ୍ରୀ ଲକ୍ଷ୍ମୀ ଆଚାରୀଙ୍କ ନେତୃତ୍ୱରେ ୧୦ ଜଣ ବିଜେପି କର୍ମୀ ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଥିଲେ । ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ ସଭାପତି ରବିନ୍ଦ୍ର ନାଥ ଶର୍ମାଙ୍କ ଅଧ୍ୟକ୍ଷତାରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିବା ବେଳେ ଭଞ୍ଜନଗର, ଆସିକା, ସୋରଡା, ହିଞ୍ଜିଳୀ, ସାନଖେମୁଣ୍ଡି, କବିସୂର୍ଯ୍ୟନଗର, ପୋଲସରା ପ୍ରମୁଖ ଅଚଂଳରୁ ବହୁ ଦଳୀୟ କର୍ମକର୍ତା ଓ କର୍ମୀ ମାନେ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ମହିଳା କଂଗ୍ରେସ ରାଜ୍ୟ ସମ୍ପାଦିକା ସୁଦିପ୍ତା ଦାଶ, କଂଗ୍ରେସ ବ୍ଲକ ସଭାପତି ହର୍ଷ କୁମାର ରାଉତ, କ୍ଷେତ୍ର ଦୋରା, ରାମନାରାୟଣ ବିଶ୍ୱାସ ରାୟ, ରଞ୍ଜିତ କୁମାର ପୋଲାଇ, କୁନା ବିଷୋୟୀ, ହରେକୃଷ୍ଣ ରଥ, ଭୋକଲି ସେଠି, ପ୍ରଶାନ୍ତ ବିଷୋୟୀ, ହରେକୃଷ୍ଣ ମହାରଣା, ମନିଷା ପରିଡା, ଝୁନୁ ପରିଡା, ନିରଞ୍ଜନ ପାତ୍ର, ଦମୟନ୍ତି ସେଠି, ରୋଶନୀ ଗୈାଡ, ସାଙ୍ଗକୁ କଂଗ୍ରେସ କର୍ମୀ ଓ ନେତା ମାନେ ଯୋଗ ଦେଇଥିଲେ ।