Sunetra program at KalsandpurSunetra program at Kalsandpur

ଆସିକା,୧୫/୨ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ କାଳଷଣ୍ଡପୁର କ୍ଲଷ୍ଟରରେ ଆଜି ସୁନେତ୍ର କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି । ସମଗ୍ର ଶିକ୍ଷା ଗଞ୍ଜାମ, ଜିଲ୍ଲା ପ୍ରଶାସନ ଗଞ୍ଜାମ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ମିଳିତ ଆନୁକୂଲ୍ୟରେ କାଳଷଣ୍ଡପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କାର୍ଯ୍ୟକ୍ରମ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ କାଳଷଣ୍ଡପୁର, ନଳବଟାଂ କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟରୁ ଦୃଷ୍ଟି ଶକ୍ତି ସମସ୍ୟା ଯୁକ୍ତ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷଣ କାର୍ଯ୍ୟକ୍ରମ ସୁନେତ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ଡଃ.ସୁଶାନ୍ତ କୁମାର ବେହେରା, ଚକ୍ଷୁ ସହାୟକ ବିଶେଷଜ୍ଞ ହିଞ୍ଜିଳିକାଟୁର ରମେଶ ଚନ୍ଦ୍ର ଦଳାଇ, କେଳୁଆପଲ୍ଲୀ ସ୍ୱାସ୍ଥ୍ୟ କେନ୍ଦ୍ରର ବୃ୍‌ନ୍ଦାବନ ଦଳାଇ, କୁକୁଡାଖଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରର ସଞ୍ଜୟ କୁମାର ଲେଙ୍କା, ଶେରଗଡ ସ୍ୱାସ୍ଥ୍ୟ କେନ୍ଦ୍ରର ଶ୍ରୃତି ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରିଥିଲେ ।

ଏହି ଶିବିରରେ ୨୩୪ ଜଣ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷଣ କରାଯାଇଥିବା ବେଳେ ୧୨୮ ଜଣଙ୍କୁ ମାଗଣା ଚଷମା ଏବଂ ୨ ଜଣଙ୍କୁ ପୁନର୍ବାର ଅତି ଆବଶ୍ୟକୀୟ ପରୀକ୍ଷଣ ସହ ଅସ୍ତ୍ରୋପଚାର କରାଇବା ପାଇଁ ଚିହ୍ନଟ କରାଯାଇଥିଲା ।

ଏହି ଅବସରରେ ଏକ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବିଧାୟିକା ମଞ୍ଜୁଳା ସ୍ୱାଇଁ ଯୋଗ ଦେଇ ଉଦଘାଟନ କରିଥିଲେ । ଏହି ସଭାରେ କାଳଷଣ୍ଡପୁର ସରପଚଂ ଜୟନ୍ତି ବେହେରା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବୁଲୁ ସ୍ୱାଇଁ, କାଳଷଣ୍ଡପୁର ଉଚ୍ଚ ବିଦ୍ୟାପୀଠ ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ପାଣିଗ୍ରାହି, କାଳଷଣ୍ଡପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଗିତାଞ୍ଜଳୀ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଶିବିରକୁ ସମସ୍ତ କ୍ଲଷ୍ଟରର ସିଆରସିସି, ଅନ୍ତର୍ନିବେଶୀ ଶିକ୍ଷା ସ୍ୱେଚ୍ଚାସେବୀ ଉପସ୍ଥିତ ରହି ପରିଚାଳନାରେ ସହ ଯୋଗ କରିଥିଲେ ।