ଆସିକା ଏନଏସିରେ ବିଧାୟକ ସ୍ୱାଗତ ସମ୍ଭର୍ଦ୍ଧନା ଉତ୍ସବ

0 616

ଆସିକା,୧୬/୭ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ଏନଏସି କାର୍ଯ୍ୟାଳୟ ଠାରେ ଆଜି ନବନିର୍ବାଚିତ ବିଧାୟକ ସରୋଜ କୁମାର ପାଢୀଙ୍କୁ ସ୍ୱାଗତ ସମ୍ଭର୍ଦ୍ଧନା କରାଯାଇଛି । ଏହି କାର୍ଯ୍ୟକ୍ରମ ଏନଏସି ଅଧ୍ୟକ୍ଷା ବିନେତା ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ କାର୍ଯ୍ୟନିର୍ବାହି ଅଧିକାରୀ ଲୋକନାଥ ବେଜ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଅବସରରେ ବିଧାୟକ ସରୋଜ କୁମାର ପାଢିଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ ସମ୍ଭର୍ଦ୍ଧନା ସାଙ୍ଗକୁ ମଞ୍ଚ ନିକଟକୁ ପାଛୋଟି ନିଆଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଚଳିତ ୨୦୨୪ ସାଧାରଣ ନିର୍ବାଚନରେ ନିର୍ବାଚିତ ହୋଇଥିବାରୁ ବିଧାୟକ ସରୋଜ କୁମାର ପାଢି ଜନସାଧାରଣଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଗଞ୍ଜାମ ଜିଲ୍ଲାରେ ଆସିକା ସହର ସବୁବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି । ଗମନାଗମନା ଠାରୁ ଆରମ୍ଭ କରି ବ୍ୟବସାୟିକ ଅନୁଷ୍ଠାନ, ଏସିଆ ମହାଦେଶର ସର୍ବପୁରାତନ ଚିନିଶିଳ୍ପ, ଜାତୀୟ ରାଜପଥ ୫୯ ଓ ୧୫୭ ର ସଂଯୋଗ, ସମବାୟ ନଗରୀ ଭାବେ ପରିଚିତ ରହିଥିଲେ ସୁଦ୍ଧା ଆସିକାର ଉନ୍ନତି ବଦଳେ ଅବନୀତି ହୋଇ ରହିଛି । ଯାହାକୁ ନେଇ ବିଧାୟକ ସରୋଜ କୁମାର ପାଢୀ ତାଙ୍କ ବକ୍ତବ୍ୟରେ କ୍ଷୋଭ ପ୍ରକାଶ କରିଥିଲେ ।

ବର୍ତମାନ ଆସିକା ସହର ତାର ପରିଚୟ ହଜାଇ ଦେଇଛି । ଏଠାରେ ଆସିକାର ଗର୍ବ ଓ ଗୈାରବ ଆଉ ନାହିଁ । ତେଣୁ ଆସିକା ସହରକୁ ପୁଣି ତାର ପୂର୍ବ ସ୍ଥିତିକୁ ଆଣିବାକୁ ଉଦ୍ୟମ ଆରମ୍ଭ କରିବି ଆଉ ଜନସାଧାରଣଙ୍କ ବିଶ୍ୱାସକୁ ଦୃଢିଭୂତି କରିବି ବୋଲି ମୁଁ ସଂକଳ୍ପ ବଦ୍ଧ କରୁଛି । ଏଠାରୁ ଦୁର୍ନିତୀକୁ ମୁଳୋତ୍ପାନ କରି ଲୋକଙ୍କ ଆଶା ଓ ଭରସାକୁ ପୂରଣ କରିବାକୁ ଚାହେଁ । ଆସିକା ସହରର ଉନ୍ନତି ଓ ଲୋକଙ୍କ ଉନ୍ନତି ମୋର ଏକ ମାତ୍ର କାମ୍ୟ ବୋଲି ସରୋଜ ପାଢି ତାଙ୍କ ବକ୍ତବ୍ୟରେ କହିଥିଲେ ।

ନିକଟ ଭବିଷ୍ୟତରେ ଆସିକା ଏନଏସିକୁ ମ୍ୟୁନିସିପାଲିଟିରେ ପରିଣତ କରିବା ଏବଂ କଇଁଫୁଲିଆ ନାଳକୁ ପୁନଃରୁଦ୍ଧାର ସାଙ୍ଗକୁ ମୁକ୍ତାକାଶ ବ୍ୟାୟାମ, ପ୍ରାତଃ ସକାଳରେ ଚଲାପଥର ସୁବିଧା ଓ ସୈାନ୍ଦର୍ଯ୍ୟକରଣ କରିବା ପାଇଁ ପ୍ରତିଶୃତି ଦେଇଥିଲେ ।

ଏହି ଅବସରରେ ଆସିକା କଳିଙ୍ଗରୋଡ ସ୍ଥିତି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସମ୍ମୁଖରେ ୨୨ ଲକ୍ଷ ୧୦ ଟଙ୍କା ବ୍ୟୟ ଅଟକଳରେ ଉଚ୍ଚକୋଟିର ସାର୍ବଜନୀନ ଶୋଚାଳୟ ଉଦଘାଟନ କରିଥିଲେ । ଏହି ଶୈାଚାଳୟକୁ ଭିନ୍ନକ୍ଷମ ବ୍ୟକ୍ତି ସାଙ୍ଗକୁ ପୁରୁଷ ଓ ମହିଳା ସାଧାରଣ ଜନତା ବ୍ୟବହାର ପାଇଁ ଉଦ୍ଧିଷ୍ଟ ରହିଛି । ସେହିଭଳି ଏହି କାର୍ଯ୍ୟକ୍ରମ ବିଧାୟକ ୪୭ ଜଣ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତା ବଟଂନ କରିଥିଲେ ।

Leave A Reply

Your email address will not be published.