ବିଦ୍ୟୁତ ସଂସ୍ପର୍ଶରେ ଗୁରୁତର ମାଙ୍କଡ : କୁକୁର ମୁହଁରୁ ବଞ୍ଚାଇଲେ ଦୁଇ ଯୁବକ

0 134

ଆସିକା,୮/୧୦(ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ପାଟୁଳିସାହିରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୋଟିଏ ମାଙ୍କଡ ଗୁରୁତର ହୋଇଥିଲା । ଏତିକି ବେଳେ ଗାଁର ଶେଷ ମୁଣ୍ଡରେ କୁକୁର ଦଳ ବିଦ୍ୟୁତ ସକ୍‌ରେ ଗୁରୁତର ମାଙ୍କଡକୁ ଆକ୍ରମଣ କରି ଛିନବିନ କରୁଥିଲେ ।

ସେତେବେଳେ ପାଟୁଳି ସାହିର ଉତମ ବିଷୋୟୀ ଓ ଟୁଟୁ ପ୍ରଧାନ ଦୁହେଁ କୁକୁର ମୁହଁରୁ ମାଙ୍କଡକୁ ବଚାଂଇଥିଲେ । ଏହାପରେ ନିକଟ ପଶୁ ଚିକିତ୍ସା କେନ୍ଦ୍ରକୁ ନେଇ ଚିକିତ୍ସିତ କରିଥିିଲେ । ତାଙ୍କର ଏଭଳି ପଶୁ ପ୍ରେମୀ କାର୍ଯ୍ୟକୁ ସ୍ଥାନୀୟ ଅଚଂଳରେ ପ୍ରଶଂସା ପାତ୍ର ହୋଇଛନ୍ତି ।

Leave A Reply

Your email address will not be published.