ଧରାକୋଟ ବିଜେଡି ଜନ ସମ୍ପର୍କ ପଦଯାତ୍ରାରେ ମନ୍ତ୍ରୀ ପ୍ରଦିପ ଅମାତଙ୍କ ଯୋଗଦାନ

0 128

ଆସିକା,୬/୧୦(ଶୁଣାକଥା) ମନୋଜ କୁମାର ନାୟକ : ପବିତ୍ର ଗାନ୍ଧୀ ଜୟନ୍ତି ଅକ୍ଟୋବର ୨ ତାରିଖରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଥିବା ବେଳେ ଧରାକୋଟ ବ୍ଲକର ବିଭିନ୍ନ ପଞ୍ଚାୟତରେ ମଧ୍ୟ ଆରମ୍ଭ ହୋଇଛି ।

ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀଙ୍କ ନେତୃତ୍ୱରେ ଧରାକୋଟ ବ୍ଲକ ଜୋନ ନମ୍ବର-୩୧ରେ ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଏହି ବ୍ଲକର ୫ଟି ପଞ୍ଚାୟତରେ ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଧରାକୋଟ, ମୁଣ୍ଡମରାଇ, ଶରଧାପୁର, ଢଉଗାଁ, ରେଡି ଦାମୋଦରପଲ୍ଲୀ ଠାରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା ।

ଏହି ଜନସମ୍ପର୍କ ପଦଯାତ୍ରାରେ ଜଙ୍ଗଲ, ପରିବେଶ ଓ ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳୀ ସ୍ୱାଇଁ, ଟୁକୁନା ଗୈାଡ ସାମିଲ ଥିଲେ ।

ଏହି ଅବସରରେ ବିଭିନ୍ନ ଗାଁକୁ ଯାଇ ଲୋକଙ୍କ ନିକଟରେ ପହଁଚିଥିଲେ ଏବଂ ସେଠାରେ ପଥପ୍ରାନ୍ତ ସଭା କାର୍ଯ୍ୟ କରି ବିଜେଡି ଦଳକୁ କିଭଳି ସୁଦୃଢ କରାଯିବ ସେନେଇ ଲୋକଙ୍କୁ ଜଣାଇଥିଲେ ।
ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ ଉଦ୍ଧେଶ୍ୟରେ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ସରକାରଙ୍କ ବିକାଶ ମୂଳକ କାର୍ଯ୍ୟକ୍ରମ ଗରିବ ଲୋକଙ୍କ ସେବାରେ ଆସୁଥିବା ବିଜୁ ସ୍ୱାସ୍ଥ୍ୟ କାର୍ଡ, ଗ୍ରାମର ବିକାଶ ଉପରେ ଜନହିତକର ଯୋଜନା ଗୁଡିକୁ କିପରି ଲୋକଙ୍କ ନିକଟରେ ପହଁଚି ପାରିବ ସେନେଇ ବିସ୍ତୃତ ଆଲୋଚନା କରାଯାଇଥିଲା ।

ଧରାକୋଟ ରାଜ ପ୍ରସାଦରୁ ବିଶାଳ ଶୋଭାଯାତ୍ରା ବାହାରି ପ୍ରଥମେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ପଦଯାତ୍ରା ଆରମ୍ଭ ହୋଇଥିଲା । ଏଥିରେ ବିଜେଡି ଦଳର ଶତାଧିକ କର୍ମୀ ସାମିଲ ହୋଇ ବିଜେଡି ଦଳର ସମସ୍ତ ଯୋଜନାକୁ ଲୋକଙ୍କୁ ଜଣାଇଥିଲେ ।

ଧରାକୋଟ ବିଜେଡି ଦଳର ଯୁବ ସଭାପତି ଲିଟୁ ଭୂୟାଁ, ସଂଗଠକ ଶିବ ଶଙ୍କର ପାତ୍ର, ପୂର୍ବତନ ସରପଚଂ ଦିଲ୍ଲୀପ କୁମାର ସ୍ୱାଇଁ, ବ୍ଲକ ଉପାଧ୍ୟକ୍ଷା ମନୋଜ ସାହୁ ସମେତ ବ୍ଲକର ସମସ୍ତ ବିଜେଡି କର୍ମୀ, ଦଳୀୟ ନେତା, ପଞ୍ଚାୟତ, ସମିତିସଭ୍ୟ ଓ ଛାମୁଆଁ ନେତା ପଦଯାତ୍ରାରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.