ପିସି ପାଇଁ ତୁମୁଳକାଣ୍ଡ!, ଆକ୍ରମଣର ଶିକାର ହେଲେ ନଳବଟାଂ ସରପଞ୍ଚ

0 897

ଆସିକା,୪/୮ (ରିପୋର୍ଟ – ମନୋଜ କୁମାର ନାୟକ): ଗୋଟେ ପଟେ 5-ଟି ପରିଚାଳନା ଦିଗରେ ଓଡିଶା ସରକାର ବାଃ ବାଃ ନେଉଥିବା ବେଳେ ରାଜ୍ୟର ସମସ୍ତ ବିଭାଗରେ ପିସି କାରବାର ଦାନବ ହୋଇ ମୁଣ୍ଡ ଟେକିଛି ଯାହା ସରକାରଙ୍କ ସ୍ଵଛ କାର୍ଯ୍ୟପନ୍ଥା ଉପରେ ପ୍ରଶ୍ନ ଉଠାଇଛି । ପିସି ପାଇଁ ଲୋକପ୍ରତିନିଧି ଏବଂ ଠିକାଦାର ନାହିଁ ନଥିବା ଅବସ୍ଥା ଭୋଗୁଛନ୍ତି । ଯାହାର ଜ୍ୱଳନ୍ତ ଉଦାହରଣ ଆସିକା ବ୍ଲକରେ ଦେଖିବାକୁ ମିଳିଛି ।

ପିସି ପାଇଁ ମନେରଗା ବିଲ ରିଲିଜ ନ ହେବାରୁ ଏହାର ପ୍ରତିବାଦରେ ନଳବଟାଂ ସରପଞ୍ଚ ଆକ୍ରମଣର ଶିକାର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଥାଉକି, ମନେରଗା ବିଲ ପାଇଁ ଆସିକା ବ୍ଲକ କନଫରେନ୍ସ ହଲରେ ବ୍ଲକ କର୍ମଚାରୀ ବିଏଫଟି ପ୍ରଦିପ ଜେନା ଓ ନଳବଟାଂ ସରପଞ୍ଚ କିଶୋର ପ୍ରଧାନ ମଧ୍ୟରେ ମୁଥ ମରାମରି ସ୍ଥିତି ଉପୁଜିଥିଲା ।

କିଶୋରଙ୍କ ଅଭିଯୋଗ କ୍ରମେ ସରକାରୀ ବାବୁ ପିସି ପାଇଁ କର୍ମଚାରୀଙ୍କୁ ନିଜ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ପଛାଉ ନାହାନ୍ତି । ସେପଟେ ଶାସକ ଦଳ ଓ ବ୍ଲକ ଚ୍ୟାରାମ୍ୟାନକୁ ସମର୍ଥନ ନ କରିଲେ ବିଲ କରାଯାଉ ନାହଁ ବୋଲି ଏଭଳି ଏକ ଅଭାବନୀୟ ଘଟଣା ଘଟିଥିବା ଚର୍ଚ୍ଚା ଜୋର ଧରିଛି । ଆସିକା ବ୍ଲକରେ ବହୁ ବିଲ କାର୍ଯ୍ୟକାରୀ ନ ହୋଇ ପଡି ରହିଛି । ପୂର୍ବରୁ ମଧ୍ୟ ଜଣେ ପୂର୍ବତନ ସମିତି ସଭ୍ୟଙ୍କ ବିଲ ନ ହେବା ଯୋଗୁଁ ସେ ବିଜେଡି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ।

Nalabanta Sarpanch Kishore Chandra Pradhan Attacked

ଅଭିଯୋଗ ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ନଳବଟାଂ ପଚାଂୟତାରେ ମନେରଗା ବିଲରେ ୧୬ ଲକ୍ଷ ଟଙ୍କା ଦୁର୍ନୀତିକୁ କେନ୍ଦ୍ର କରି ଗତକାଲି ଅପରାହ୍ନାରେ ନଳବଟାଂ ସରପଞ୍ଚ କିଶୋର ପ୍ରଧାନକୁ ସମିିତି କନଫରେନ୍ସ ହଲରେ ଆକ୍ରମଣ କରାଯାଇଛି । ଏହି ବିଲ ରିଲିଜ ସମ୍ପର୍କରେ ସରପଞ୍ଚ କିଶୋର ପ୍ରଧାନ ବିଡିଓ ଫକୀର ଚରଣ ପରିଡାଙ୍କ ଠାରୁ ଆରମ୍ଭ ବ୍ଲକ କାର୍ଯ୍ୟନିର୍ବାହି ଯନ୍ତ୍ରୀ, ବ୍ଲକ ଚ୍ୟାୟାରମ୍ୟାନ ଏବଂ କନିଷ୍ଠ ଯନ୍ତ୍ରୀ, ଜିଆରଏସଙ୍କୁ ଅନେକ ଥର ଗୁହାରୀ କରିଛନ୍ତି । ଏହାକୁ ନେଇ ଅନେକ ଥର ବଚସା ମଧ୍ୟ ହୋଇଛନ୍ତି ।

ଏହି ବଚସା ଏଥିପାଇଁ ହୋଇଥିଲା ଯେତେବେଳେ ଗତକାଲି ଅପରାହ୍ନରେ ପୁଣି ଜିଆରଏସ ତଥା ବିଏଫଟି ପ୍ରଦିପ ଜେନାଙ୍କୁ ନଳବଟାଂ ସରପଞ୍ଚ ବିଲ ରିଲିଜ ସମ୍ପର୍କରେ ପଚାରିଥିଲେ । ପରେ ସ୍ଥିତି ବିଗିଡ଼ିବା ସହ ଉଗ୍ର ରୁପ ନେଇଥିଲା । ବ୍ଲକ ସମିତି କନଫରେନ୍ସ ହଲରେ ଚେୟାର ଫିଙ୍ଗାଫିଙ୍ଗି କରିବା ସହ ମୁଥ ମରାମରି ଯାଏଁ ଯାଇଥିଲା । ଏଥିରେ ନଳବଟାଂ ସରପଞ୍ଚ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ ଆସିକା ମେଡିକାଲ ଏବଂ ପରବର୍ତୀ ସମୟରେ ବ୍ରହ୍ମପୁର ବଡ ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଛି ।

ସରକାରୀ ପତିଆରା ଯୋଗୁଁ ଆସିକା ବ୍ଲକରେ ଅନେକ ଦୁର୍ନିତୀ ବଢିବାରେ ଲାଗିଛି । ବ୍ଲକରେ ସରକାରୀ ଗୁଣ୍ଡାଙ୍କ ଆଡ୍ଡା ଚାଲିିିିିିିିିଛି । ଅନେକ ସମୟରେ ବିଲ ରିଲିଜ ପାଇଁ ଜନ ପ୍ରତିନିଧି ମାନେ ଆବେଦନ କରିଥିଲେ ମଧ୍ୟ ବିନା ପିସିରେ କୈାଣସି ବିଲ ହୋଇନଥିବା ଅଭିଯୋଗ ହୋଇଛି । ଏନେଇ ବିଡିଓଙ୍କୁ ପଚାରା ଯିବାରୁ ସିଧାସଳଖ ପ୍ରତିକ୍ରିୟା ରଖିବାକୁ ମନା କରିଛନ୍ତି ଆସିକା ବିଡିଓ ଫକୀର ଚରଣ ପରିଡା । ଏନେଇ ବ୍ଲକର ୨୭ଟି ପଚାଂୟତରେ ସରପଞ୍ଚ ଓ ସମିତି ମାନେ ଭୟଭୀୟ ରହିଥିବା ଜଣାଯାଇଛି । ଗତକାଲିର ଘଟଣା ଏହାପରେ ସମସ୍ତ ଜନପ୍ରତିନିଧି ମହଲରୁ ଏହାକୁ ଘୋର ନିନ୍ଦା କରାଯାଇଛି । ପିସି କାରବାର ଏହାର ମୂଳ କାରଣ କାରଣ ବୋଲି ଚର୍ଚ୍ଚା ହେଉଛି ।

ଆସିକା ବ୍ଲକରେ ଶାସକ ଦଳର ପତିଆରା ଯେମିତି ରହିଛି ସେହିଭଳି ସରକାରୀ ସ୍ତରରେ ମଧ୍ୟ ଦବଦବା ସେତିକି ପରିମାଣରେ ରହିଛି । ସରକାରୀ ପ୍ରକଳ୍ପ ନାମରେ ଅନେକ ଦୁର୍ନିତି ବଢିଥିବା ବେଳେ ଜନ ପ୍ରତିନିଧି କରିଥିବା କାମର ବିଲ ନ ହୋଇ ମୁଥ ମରାମରି ଭଳି ପରିସ୍ଥିତି ଉପୁଜିଛି । ସେପେଟ ଖୋଦ ବିଡିଓ ଏଥିରେ ହସ୍ତକ୍ଷେପ ନ କରି ଚୁପ ରହିବା ଘଟଣା ଉପରେ କେଉଁଠି ନା କେଉଁଠି ଦୁର୍ନୀତିର ଦୁର୍ଗନ୍ଧ ବାରି ହେଉଥିବା କହିଛନ୍ତି ସରପଞ୍ଚ କେନ୍ଦୁପଦର ଭବାନୀ ଶଙ୍କର ମିଳ୍ଲିକ ।

Leave A Reply

Your email address will not be published.