New BEO at dharakote blockNew BEO at dharakote block

ଆସିକା,୩/୮ (ମନୋଜ କୁମାର ନାୟକ) –ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଆଜି ନୂତନ ସ୍ଥାୟୀ ଗୋଷ୍ଠି ଶିକ୍ଷାଧିକାରୀ ଭାବେ ଲିଙ୍ଗରାଜ ସ୍ୱାଇଁ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଦିର୍ଘ ଦିନ ଧରି ଏହି ପଦବୀ ଖାଲି ପଡି ରହିଥିଲା । ସେ ଭାରପ୍ରାପ୍ତ ବି.ଇ.ଓ ଅଭିମନ୍ୟୁ ସାହୁଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ତାଙ୍କୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରଦିପ କୁମାର ହୋତା, ପ୍ରଦିପ କୁମାର ଶତପଥୀ, ଉମାଚରଣ ପାଣିଗ୍ରାହୀଙ୍କ ସମେତ ସମସ୍ତ କର୍ମଚାରୀ ପୁଷ୍ପଗୁଚ୍ଚ ଦେଇ ସ୍ୱାଗତ କରିଥିଲେ । ଧରାକୋଟ ବ୍ଲକର ସମସ୍ତ ସି.ଆର.ସି.ସି ଓ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ସଭାପତି ସକ୍‌ରୁ ବେହେରା ନୂତନ ବି.ଇ.ଓ ଲିଙ୍ଗରାଜ ସ୍ୱାଇଁଙ୍କୁ ସ୍ୱାଗତ ସମ୍ଭର୍ଦ୍ଧନା କରିଥିଲେ ।

ଶିକ୍ଷାର ଗୁଣାତ୍ମକ ମାନକୁ ବଢାଇବା ସହିତ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ସମସ୍ତେ ଉଦ୍ୟମ ଜାରି ରଖିବାକୁ ସେ ପରାମର୍ଶ ଦେଇଥିଲେ । ଏଠାରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ସହ ନିଜର କର୍ତବ୍ୟ ଓ ଦାୟିତ୍ୱକୁ ସୁଚାରୁ ରୂପେ ତୁଲାଇବା ପାଇଁ ଆହ୍ୱାନ କରିଥିଲେ । ଛାତ୍ରଛାତ୍ରୀଙ୍କ ସହିତ ଉତମ ବ୍ୟବହାର ଓ ଶିକ୍ଷା ପ୍ରଦାନ ବେଳେ ନିଜକୁ ପ୍ରସ୍ତୁତ ରହିବା ପାଇଁ କହିଥିଲେ ।

ନୂତନ ରୁପେ ଯୋଗ ଦେଇଥିବା ବି.ଇ.ଓ ଲିଙ୍ଗରାଜ ସ୍ୱାଇଁ ବ୍ରହ୍ମପୁର ସରକାରୀ ବିନାୟକ ଆଚାର୍ଯ୍ୟ ସ୍ମତି ମୁନିସିପାଲ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିଲେ ।ସେ ସରକାରଙ୍କ ତରଫରୁ ସ୍ଥାୟୀ ବି.ଇ.ଓ ଭାବେ କାର୍ଯ୍ୟ ଗ୍ରହଣ କରିଥିବାରୁ ଧରାକୋଟ ଅଚଂଳରେ ଅଭିଭାବକଙ୍କ ଠାରେ ସନ୍ତୋଷ ପ୍ରକାଶ ପାଇଛି ।

ଗତ ସୋମବାର ଦିନ ଧରାକୋଟ ବ୍ଲକ ପରିସର ଠାରେ ଗଞ୍ଜାମ ଜିଲ୍ଲାପାଳଙ୍କ ଜନଶୁଣାଣୀ ବେଳେ ଏଠାରେ ସ୍ଥାୟୀ ବି.ଇ.ଓ ପାଇଁ ଜନସାଧାରଣଙ୍କ ପକ୍ଷରୁ ଏକ ସ୍ୱାକ୍ଷର ସମ୍ଭଳିତ ଦାବୀ ପତ୍ର ପ୍ରଦାନ କରାଯାଇଥିଲା ।