Nanda Ustav held at Cheramaria Village in Aska blockNanda Ustav held at Cheramaria Village in Aska block

ଆସିକା,୭/୯ (ମନୋଜ କୁମାର ନାୟକ) – ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଚେରମାରିଆ ଗ୍ରାମ ଠାରେ ଆଜି ଧରାକୋଟ ତାଲୁକା ସହସ୍ରାଙ୍ଗ ମୁଠା ଗୋପାଳ ସମାଜ ପକ୍ଷରୁ ଜନ୍ମାଷ୍ଟମୀ ଉପଲକ୍ଷେ ନନ୍ଦ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ଏହି କାର୍ଯ୍ୟକ୍ରମରେ ମୁ୍‌ଖ୍ୟ ଅତିଥି ଭାବେ ଆସିକା ସାଂସଦ ପ୍ରମିଳା ବିଷୋୟୀ ଯୋଗ ଦେଇ ଉଦଘାଟନ କରିଥିଲେ । ସମ୍ମାନୀୟ ଅତିଥି ଭାବେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ପୋଲସରା ବିଧାୟକ ଶ୍ରୀକାନ୍ତା ସାହୁ, ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ସାନଖେମୁଣ୍ଡି ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ, ଗଞ୍ଜାମ ଜିଲ୍ଲାପରିଷଦ ଅଧ୍ୟକ୍ଷା ଅଞ୍ଜଳୀ ସ୍ୱାଇଁ, ଆସିକା ଏନଏସି ଅଧ୍ୟକ୍ଷା ବିନେତା ସ୍ୱାଇଁ, ଆସିକା ସାଂସଦ ପ୍ରତିନିଧି ସତ୍ୟ ନାରାୟଣ ସ୍ୱାଇଁ, ନଳବଂଟା ସରପଚଂ କିଶୋର ପ୍ରଧାନ, ସମିତି କିରଣ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ ।

ସକାଳ ସମୟରେ ଗୋପାଳ କୃଷ୍ଣଙ୍କ ନଗର ପରିକ୍ରମା ପରେ ରାଧାକୃଷ୍ଣ ମନ୍ଦିର ଠାରେ ଘୃତଯଜ୍ଞ, ଅନୁଚିନ୍ତା ଏବଂ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ହୋଇଥିଲା । ହୋମ ଯଜ୍ଞ କାର୍ଯ୍ୟକ୍ରମରେ ପୁରୋହିତ ଭାବେ ମାନସ ମିଶ୍ର ଦାୟିତ୍ୱ ତୁଲାଇଥିବା ବେଳେ କର୍ତା ରୁପେ ମୋହନ ଗୈାଡ ଥିଲେ । ଏହାପରେ ସମାଜ ବାର୍ଷିକ ବୈଠକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।

ଧରାକୋଟ ତାଲୁକା ସହସ୍ରାଙ୍ଗ ମୁଠା ଗୋପାଳ ସମାଜ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମକୁ ସଭାପତି ଅଭିମନ୍ୟୁ ଗୈାଡ ପରିଚାଳନା କରିଥିବା ବେଳେ ତାଲୁକା କୋଷାଧ୍ୟକ୍ଷ ରମେଶ ଚନ୍ଦ୍ର ଗୋଡ ସଂଯୋଜନା କରିଥିଲେ ।

ଏଥିରେ ଉପଦେଷ୍ଟା ସୁରେନ୍ଦ୍ର ନାଥ ଗୈାଡ, କାର୍ଯ୍ୟକାରୀ ସଭାପତି ତଥା ତାଲୁକା ମୁଖ୍ୟବକ୍ତା ଅଗାଡି ଗୈାଡ, ପ୍ରବଚକ ତଥା ସମ୍ପାଦକ ଧରାକୋଟ ତାଲୁକା ଗୋପାଳ ସମାଜ ଶ୍ରୀହର୍ଷ ଗୈାଡ, ତାଲୁକା ଉପସଭାପତି ଯୋଗେନ୍ଦ୍ର ଗୈାଡ, ତାଲୁକା ଉପସଭାପତି ବିଜୟ କୁମାର ଗୈାଡ, ତାଲୁକା ଉପସଭାପତି ସୁରେଶ ଚନ୍ଦ୍ର ଗୈାଡ, ତାଲୁକା ସହସମ୍ପାଦକ ନାରୁସୁ ଗୈାଡ, ମୁଠା ପରିଚାଳନା ସଭାପତି ଖଡଭାଗ ସନ୍ତୋଷ ଗୈାଡ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମେଟ୍ରିକରେ ସର୍ବୋଚ୍ଚ ନମ୍ବର ରଖି କୃତିତ୍ୱ ହାସଲ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଆନ୍ଦ୍ର ପ୍ରଦେଶ ଜଳେନ୍ଦର ଗୋପାଳ ସାମଜ ଖଗେଶ୍ୱର ଗୈାଡ ଗୋପାଳ ସମାଜର ଉନ୍ନତୀ ଉଦ୍ଧେଶ୍ୟରେ ସଙ୍ଗୀତ ଗାନ କରିଥିଲେ ।

ଆସିକା ସାଂସଦ ପ୍ରମିଳା ବିଷୋୟୀ ଗୋପାଳ ସମାଜର ଏକ ନୂତନ ଗୃହ ନିର୍ମାଣ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଏହା ସହିତ ଗୋପାଳ ସମାଜର ମଙ୍ଗଳ ପାଇଁ ପ୍ରଭୁ ଶ୍ରୀକୃଷ୍ଣ ଠାରେ ପ୍ରାର୍ଥନ କରିଥିଲେ ।

ଏହି ସମାଜର ଗରିବ ଝିଅଙ୍କ ପାଇଁ ସମସ୍ତ ପ୍ରକାର ଆର୍ଥିକ ସହୟାତା, ଶିକ୍ଷା କ୍ଷେତ୍ରରେ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରିବା ପାଇଁ ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ପୈାରାଣିକ ତଥ୍ୟ ଅନୁଯାୟୀ ଗୋପାଳ ସମାଜ ହେଉଛି ଶ୍ରୀକୃଷ୍ଣଙ୍କ ବଂଶଧର । ତେଣୁ ଏ ସମାଜର ଉନ୍ନତି ଏକାନ୍ତ ଆବଶ୍ୟକ ବୋଲି ଉପସ୍ଥିତ ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ ।