Sri Krushana janam ustav at askaSri Krushana janam ustav at aska

ଆସିକା,୬/୯ (ମନୋଜ କୁମାର ନାୟକ) – ଗଞ୍ଜାମ ଜିଲ୍ଲା ଆସିକାରେ ଆଜି ବିଭିନ୍ନ ସ୍ଥାନରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଛି । ଭଗବାନ ଶ୍ରୀକୃଷ୍ଣ ଜନ୍ମ ଜୟନ୍ତି ବ୍ରତ ଉପବାସ ଆଧ୍ୟାତ୍ମିକ ପରିବେଶରେ ଅନୁଷ୍ଠିତ ହୋଇଛି ।

ଆସିକା ସହର ଓ ଏହାର ଆଖପାଖ ଅଚଂଳର ବିଭିନ୍ନ ମଠ, ମନ୍ଦିର ଠାରେ ବଡ ଧୁମଧାମରେ ପାଳିତ ହୋଇଥିଲା । ଆସିକା ସୁନାମ୍ବ ସାହି ବିଜେ ଶ୍ରୀ ଶ୍ରୀ ରଘୁନାଥ ମନ୍ଦିର, ଜଗନ୍ନାଥ ମନ୍ଦିର, ଗୋପୀନାଥ ମନ୍ଦିର, ରାଧାକୃଷ୍ଣ ମନ୍ଦିର, ଭଗବତ ଟୁଙ୍ଗୀ ମଠ, ଶ୍ୟାମା ଶ୍ୟାମା କେନ୍ଦ୍ର ଆଦି ସ୍ଥାନରେ ଶ୍ରୀକୃଷ୍ଣ ଜନ୍ମ ବିଧାନ ନିମନ୍ତେ ପୂଜା ପାଠ, ସ୍ୱତନ୍ତ୍ର ପୂଜା, ବେଶ, ନିତି ଆଦି ହୋଇଥିଲା ।

ଏହାପରେ ପଣ୍ଡିତ ମାନଙ୍କ ଦ୍ୱାରା ଷୋଡଶ ଉପଚାର ପୂଜା, ହୋମ, ଯଜ୍ଞ, ଆରତୀ, ପୁଷ୍ପାଞ୍ଜଳୀ, ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଏହି ଅବସରରେ ଦିନ ତମାମ ନାମଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା ।