ଗହଙ୍ଗୁ ସେକ୍ଟରରେ ପୋଷଣ ମାସ ପାଳନ ଉତ୍ସବ

0 341

ଆସିକା,୧୬/୯ (ମନୋଜ କୁମାର ନାୟକ) – ଆସିକା ସମନ୍ୱିତ ଶିଶୁ ବିକାଶ ସେବା ପ୍ରକଳ୍ପ ଗହଙ୍ଗୁ ସେକ୍ଟରରେ ଆଜି ପୋଷଣ ମାସ ପାଳନ ଉତ୍ସବ-୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି । ଏହି କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନ, ଗଞ୍ଜାମ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ, ଓଡିଶା ପକ୍ଷରୁ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମକୁ ଗହଙ୍ଗୁ ସେକ୍ଟର ସୁପରଭାଇଜର ପ୍ରମିଳା ସାହୁ ପରିଚାଳନା କରିଥିଲେ ।

ଆସିକା ସି.ଡି.ପି.ଓ ଭାଗ୍ୟଲତା ପାତ୍ର ଅତିଥି ଭାବେ ଯୋଗ ଦେଇ ପ୍ରଦିପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସେକ୍ଟର ସ୍ତରୀୟ ପୋଷଣ ମାସ ଗହଙ୍ଗୁ ସେକ୍ଟରରେ ପାଳନ କରାଯାଇଥିବା ବେଳେ ଶିଶୁଙ୍କ ପାଇଁ ଏକ ହଜାର ଦିନ ଗୁରୁତ୍ୱ, ମିଲେଟ ମିଶନ, ପୈାଷ୍ଟିକ ଆହାର, ପରିଷ୍କାର ପରିଚ୍ଚନ୍ନତା ଆଦି ବିଷୟରେ ସି.ଡି.ପି.ଓ ଭାଗ୍ୟଲତା ପାତ୍ର ଆଲୋକପାତ କରିଥିଲେ ।

ପ୍ରତିବର୍ଷ ୧ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ପୋଷଣ ମାସ ଉତ୍ସବ ପାଳିତ ହେଉଛି । ଭାରତକୁ କୁପୋଷଣ ଏବଂ ତଦ୍ଧ୍ୱାରା ଜନିତ ରୋଗ ଦୂର କରିବା ହେଉଛି ଏହାର ମୁଖ୍ୟ ଲକ୍ଷ୍ୟ । ଭାରତରେ ଯଥେଷ୍ଟ ଚିକିତ୍ସା ସୁବିଧା ଥିବା ସତ୍ୱେ ସ୍ୱସ୍ଥ୍ୟ ଜନିତ ମାମଲା ଅଧିକ ଦେଖାଦେଉଛି । ଏହାର ଏକ ମାତ୍ର କାରଣ ହେଉଛି ପୋଷକତ୍ୱଯୁକ୍ତ ଖାଦ୍ୟାଭାବ । ତେଣୁ ଏସମ୍ପର୍କରେ ଜନସଚେତନତା ସୃଷ୍ଟି କରି ସମସ୍ତଙ୍କୁ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରଦାନ କରିବା ପାଇଁ ଏହି ସପ୍ତାହ ପାଳନ କରାଯାଇଥାଏ ବୋଲି ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ ।

ଏହି ପୋଷଣ ପାଳନ ଅବସରରେ ନବଜାତ କନ୍ୟା ସନ୍ତାନ ମାନଙ୍କୁ ସମ୍ମାନୀତ କରାଯାଇଥିଲା । ଦୁଇ ଜଣ ପ୍ରାକ ବିଦ୍ୟାଳୟ ଶିଶୁ, ଦୁଇ ଜଣ କିଶୋରୀ ବର୍ଗ ଶିଶୁ ଏବଂ ଦୁଇଟି ୨ ବର୍ଷରୁ କମ ଶିଶୁକୁ ଆସିକା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ପୁରସ୍କୃତ କରାଯାଇଥିଲା ।

ପୋଷଣର ମହତ୍ୱ ସମ୍ପର୍କରେ ଜନଜାଗରଣ ସୃଷ୍ଟି କରିବା ଉଦ୍ଧେଶ୍ୟ ନେଇ ୧୯୭୩ ମସିହା ମାର୍ଚ୍ଚ ମାସରେ ଆମେରିକାର ଡାଏଟେଟିକ୍ସ ଆସୋସିଏସନ ପକ୍ଷରୁ “ରାଷ୍ଟ୍ରୀୟ ପୋଷଣ ସପ୍ତାହ” ଆରମ୍ଭ ହୋଇଥିଲା । ବର୍ତମାନ ଏହି ଆସୋସିଏସନ ନ୍ୟୁଟ୍ରିସନ ଆଣ୍ଡ ଡାଏଟ ସାଇନ୍ସ ଆକାଡେମୀ ଭାବେ ପରିଚିତ ହୋଇଛି । କେଉଁ ଖାଦ୍ୟରେ ଅଧିକ ପୋଷକତ୍ୱ ରହିଛି ଏବଂ ସେଭଳି ଖାଦ୍ୟ କିଭଳି ଖାଇବା ଦ୍ୱାରା ଆମେ ସୁସ୍ଥ ରହିପାରିବା, ସେ ସମ୍ପର୍କରେ ଜନସଚେତନତା ସୃଷ୍ଟି କରାଯାଇଥିଲା । ୧୯୮୦ ମସିହାରେ ଏହି ଜନସଚେତନତା କାର୍ଯ୍ୟକ୍ରମ ୧ ସପ୍ତାହ ପରିବର୍ତେ ଏକ ମାସ ପର୍ଯ୍ୟନ୍ତ ପାଳନ କରାଗଲା । ପରବର୍ତୀ ସମୟରେ ୧୯୮୨ ମସିହା ସେପ୍ଟେମ୍ବର ମାସରେ “ରାଷ୍ଟ୍ରୀୟ ପୋଷଣ ସପ୍ତାହ” ପାଳନ କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଚୁଡାନ୍ତ ନିଷ୍ପତି ନିଆଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଆସିକା ସିଡିପିଓ ଭାଗ୍ୟଲତା ପାତ୍ର, ବଡଖୋଲି ସରପଚଂ ଦୁର୍ଗା ପ୍ରସାଦ ବେହେରା, ବଡଖୋଲି ସ୍ୱାସ୍ଥ୍ୟ କର୍ମୀ ମନ୍ଦାକିନୀ ତ୍ରିପାଠୀ, ଖାରିଆ ସେକ୍ଟର ସୁପରଭାଇଜର ଗିତାଞ୍ଜଳୀ ଗୈାଡ, ଗହଙ୍ଗୁ ସେକ୍ଟର ସୁପରଭାଇଜର ପ୍ରମିଳା ସାହୁ, ପୋଷଣ ବିପିସି ମନୋଜ ଜେନା ସମେତ ବହୁ ଅଙ୍ଗନବାଡୀ କର୍ମୀ ଓ ସହାୟିକା ଯୋଗ ଦେଇଥିଲେ ।

Leave A Reply

Your email address will not be published.