The 30th district level campari bond program has been launched in TaxilaThe 30th district level campari bond program has been launched in Taxila

ଆସିିକା,୧୨/୧୨ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆଙ୍କୁଶପୁର ସ୍ଥିତ ତକ୍ଷଶିଳା ରେସିଡେନ୍ସିଆଲ ସ୍କୁଲ ଠାରେ ଆୟୋଜିତ ତିନି ଦିନିଆ ୩୦ ତମ ଜ଼ିଲ୍ଲା ସ୍ତରୀୟ କ୍ୟାମ୍ପରୀ ବନ୍ଧନ କାର୍ଯ୍ୟକ୍ରମ ଆଜି ଉଦଯା୍‌ପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରାଜ୍ୟ ଭାରତ ସ୍କାଉଟ ଆଣ୍ଡ ଗାଇଡ ନିର୍ଦ୍ଧେଶକ୍ରମେ ଜିଲ୍ଲା ଶିକ୍ଷାଧିକାରୀଙ୍କ ପ୍ରତ୍ୟେକ୍ଷ ତତ୍ୱାବାଧାନରେ ଗତ ୯ ତାରିଖ ଠାରୁ ଆରମ୍ଭ ହୋଇଥିବା ବେଳେ ଜିଲ୍ଲାର ବିଭିନ୍ନ ବ୍ଲକରୁ ପ୍ରାୟ ୨୮୯ ଜଣ ସ୍କାଉଟ, ୧୮୫ ଜଣ ଗାଇଡ, ୧୫୦ ଜଣ ସ୍କାଉଟ ମାଷ୍ଟର ଓ ଗାଇଡ କ୍ୟାପଟେନ କ୍ୟାମ୍ପରୀ ବନ୍ଧନରେ ଭାଗ ନେଇଥିଲେ ।

ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ମୁଖ୍ୟ କମିଶନର ତଥା ଭାରତ ସ୍କାଉଟ ଓ ଗାଇଡ ଜାତୀୟ ଉପସଭାପତି ଡଃ.କାଳୀ ପ୍ରସାଦ ମିଶ୍ର, ସମ୍ମାନୀୟ ଅତିଥି ଭାବେ ରାଜ୍ୟ ଗାଇଡ ତାଲିମ କମିଶନର ଅନାମିକା ଦାଶ, ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ ଅମିତା ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ଭାରତ ସ୍କାଉଟ ଓ ଗାଇଡ ଜିଲ୍ଲା ସମ୍ପାଦକ ଭାଗିରଥୀ ସ୍ୱାଇଁ, ତକ୍ଷଶିଳା ରେସିଡନ୍ସିଆଲ ସ୍କୁଲ ନିର୍ଦ୍ଧେଶକ ରବି ଶଙ୍କର ଚୈାଧୁରୀ, ଜିଲ୍ଲା ସହକାରୀ ଶିକ୍ଷାଧିକାରୀ ରାଜେଶ କୁମାର ପ୍ରଧାନ, ପ୍ରିନ୍ସିପାଲ କେ.ନାଗେଶ୍ୱର ପ୍ରମୁଖ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଡଃ.କାଳୀ ପ୍ରସାଦ ମିଶ୍ର ଉଦଘାଟନ କରିଥିବା ବେଳେ ଅନ୍ୟାନ୍ୟ ଅତିଥିଙ୍କ ଉପସ୍ଥିତିରେ ସ୍କାଉଟ ଓ ଗାଇଡ ପତାକା ଉତୋଳନ କରିଥିଲେ । ଏହାପରେ ଜିଲ୍ଲା ସ୍ତରୀୟ କ୍ୟାମ୍ପରୀ ବନ୍ଧନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସମାଜରେ ସ୍କାଉଟ ଓ ଗାଇଡ ମାନଙ୍କ ଭୂମିକା ଓ ବିଭିନ୍ନ ପରିସ୍ଥିତିରେ ନିଜକୁ ଖାପ ଖୁଆଇ କାର୍ଯ୍ୟ କରିବା ଉପରେ ଆୟୋଜିତ କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା । ଏଥିରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଆସିକା ରାମକୃଷ୍ଣ ଆଦର୍ଶ ବିଦ୍ୟାମନ୍ଦିରର ସ୍କାଉଟ ଓ ଗାଇଡ ମାନେ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରି କୃତିତ୍ୱ ହାସଲ କରିଥିଲେ ।

ଆଜିର ଏହି ଉଦଯାପନୀ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ବ୍ରହ୍ମପୁର ମେଡିକାଲ କ୍ୟାମ୍ପୋସ ପ୍ରଧାନ ଶିକ୍ଷୟତ୍ରୀ ଡଃ. ପ୍ରଭାତି ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଟିତ ହୋଇଥିଲା । ଏଥିରେ ଜିଲ୍ଲା ସହକାରୀ ଶିକ୍ଷା ଅଧିକାରୀ ରାଜେଶ କୁମାର ପ୍ରଧାନ, ଚିତରଞ୍ଜନ ପାଣ୍ଡେ, ତକ୍ଷଶିଳା ରେସିଡେନ୍ସିଆଲ ସ୍କୁଲ ନିର୍ଦ୍ଧେଶକ ରବି ଶଙ୍କର ଚୈାଧୁରୀ, ପ୍ରିନ୍ସିପାଲ କେ.ନାଗେଶ୍ୱର, ଜିଲ୍ଲା ସମ୍ପାଦକ ଭାଗିରଥି ସ୍ୱାଇଁ, ଜିଲ୍ଲା ସହକାରୀ କମିଶନର ରାମହରି ସାହୁ, ଜିଲ୍ଲା ସଂଗଠନ କମିଶନର ସ୍ଲାଉଟ ଲକ୍ଷ୍ମୀ ନାରାୟଣ ପଣ୍ଡା, ଜିଲ୍ଲା ତାଲିମ କମିଶନର ସ୍କାଉଟ ବିକ୍ରମ ମହାରଣା, ଜିଲ୍ଲା ତାଲିମ କମିଶନର ଗାଇଡ ସ୍ୱପ୍ନାରାଣୀ ପାଣିଗ୍ରାହୀ, ରାଜେଶ ପାତ୍ର, ଭାନୁମତି ଜେନା, ସ୍କାଉଟ ମାଷ୍ଟର କମଳେନ୍ଦୁ ହୋତା, କାଦମ୍ବିନୀ ହୋତା, ଲିମା କୁମାରୀ ସ୍ୱାଇଁ, ଜୟକୃଷ୍ଣ ପାତ୍ର, ଜ୍ଞାନେନ୍ଦ୍ର ସିଂ, ଘନଶ୍ୟାମ ସେଠି ପ୍ରମୁଖ ଯୋଗ ଦେଇଥିଲେ ।