Two-day District Level Bal Science Exhibition at AskaTwo-day District Level Bal Science Exhibition at Aska

ଆସିକା,୧୨/୧୨ (ଶୁଣାକଥା) ମନୋଜ କୁମାର ନାୟକ : ଆସିକାରେ ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ସ୍ଥାନୀୟ ହରିହର ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ବ୍ରହ୍ମପୁର ଡିଇଓ ଅମିତା ପଟ୍ଟନାୟକଙ୍କ ତତ୍ୱାବାଧାନରେ ଅନୁଷ୍ଟିତ ହୋଇଥିବା ବେଳେ ଆସିକା ହରିହର ହାଇସ୍କୁଲ ପ୍ରଧାନ ଶିକ୍ଷକ ଅଶୋକ କୁମାର ପାଢୀ ପରିଚାଳନା କରିଥିଲେ ।

ଏହି ଅବସରରେ ଆୟୋଜିତ ସମାରୋହରେ ମୁଖ୍ୟ ବକ୍ତା ଭାବେ ବ୍ରହ୍ମପୁର ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଭାଇସ୍ ଚାନ୍ସଲାର ପ୍ରଫେସର ପ୍ରଫୁଲ କୁମାର ମହାନ୍ତି, ବ୍ରହ୍ମପୁର ଡିଇଓ ଅମିତା ପଟ୍ଟନାୟକ, ଜିଲ୍ଲା ବିଜ୍ଞାନ ସୁପର ଭାଇଜର ରାମ ଚନ୍ଦ୍ର ମହାରଣା, ସମ୍ମାନୀୟ ଅତିଥି ଭାବେ ଆସିକା ଏନଏସି ଅଧ୍ୟକ୍ଷା ବିନେତା ସ୍ୱାଇଁ, ଆସିକା ବ୍ଲକ ଅଧ୍ୟକ୍ଷା ତ୍ରିବେଣୀ ନାହକ, ଆସିକା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ, ଆସିକା ବିଇଓ ମୁନରାଣୀ ମହାନ୍ତି, ଏବିଇଓ ଭାଗିରଥୀ ପାତ୍ର, ଏବିଇଓ ପବିତ୍ର ମୋହନ ସାହୁ, ଏବିଇଓ ରାଜେଶ କୁମାର ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି ବିଜ୍ଞାନ ପ୍ରଦର୍ଶନୀ ମେଳାରେ ଛତ୍ରପୁର, ବ୍ରହ୍ମପୁର ଏବଂ ଭଞ୍ଜନଗର ସବଡିଭିଜନର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏଥିରେ କୃଷି, ସ୍ୱାସ୍ଥ୍ୟ, ପରିବହନ ଓ ଯୋଗାଯୋଗ, ଗଣନକାରୀ ଚିନ୍ତାଧାରା, ପ୍ରକୃତି ଓ ଜୀବନଶୈଳୀ ଆଦି ବିଷୟରେ ୯୩ ଟି ପ୍ରକଳ୍ପ ସ୍ଥାନ ପାଇଥିଲା ।

ଏହି ବିଜ୍ଞାନ ମେଳା ଆୟୋଜନ ଦ୍ୱାରା ବିଦ୍ୟାର୍ଥୀଙ୍କ ମଧ୍ୟରେ ବିଜ୍ଞାନ ସୃଜନଶୀଳତା ବୃଦ୍ଧି ପାଇବା ସହିତ ବିଜ୍ଞାନ ପ୍ରତି ଆଗ୍ରହ ବଢିବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଆଧୁନିକ ଯୁଗକୁ ବିଜ୍ଞାନ ଅତିମାତ୍ରାରେ ବସ୍ତୁବାଦି କରି ଗଢି ତୋଳିଛି । ଆଜିର ଯୁବ ବିଜ୍ଞାନ ଯୁଗ ନାମରେ ନାମିତ ହୋଇଛି । ତେବେ ପ୍ରତ୍ୟେକ ମନେ ରଖିବା ଉଚିତ ଏହି କି ଯେ ବିଜ୍ଞାନ ମନୁଷ୍ୟ ସମାଜର ରକ୍ଷା ପାଇଁ ହୋଇଛି କିନ୍ତୁ ଧ୍ୱଂସ ପାଇଁ ନୁହେଁ । ତେଣୁ ସ୍ଥିର ଚିତରେ ବିଚାର କରି ସାମୂହିକ ଶାନ୍ତି ଓ ପରିବେଶ ସୁରକ୍ଷାକୁ ଆଖି ଆଗରେ ରଖି ବିଜ୍ଞାନକୁ ଲୋକ ହିତକର କାର୍ଯ୍ୟରେ ସଦୁପ ଯୋଗ କରିବାକୁ ହେବ ବୋଲି ଉପସ୍ଥିତ ଅତିଥି ମାନେ ମତ ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ଆସିକା ହରିହର ହାଇସ୍କୁଲ ଶିକ୍ଷକ ଶିବରାମ ମହାରଣା, ରମାକାନ୍ତ ମହାନ୍ତି, ସୁଶାନ୍ତ କୁମାର ପଣ୍ଡା, ରଜନୀ ରାଣୀ ଦାସ, ରଞ୍ଜିତା ବିଷୋୟୀ, ମମତା କୁମାରୀ ଭଞ୍ଜ, ନର୍ମଦା ସ୍ୱାଇଁ, ରଞ୍ଜିତ କୁମାର ପ୍ରଧାନ, ଶୁଭେନ୍ଦୁ କୁମାର ମିଶ୍ର, କାହ୍ନା ଚରଣ ଦାଶ, ସୂର୍ଯ୍ୟକାନ୍ତ ଦାଶ, ଅନିଲ ବେହେରା, କେ.ଲିଲାବତି ଦେବୀ, ପ୍ରଶାନ୍ତ କୁମାର ନାୟକ, ଅର୍ଚ୍ଚନା ପାଢୀ, ଗାୟତ୍ରୀ କୁମାରୀ ପାତ୍ର, ସବିତା ତ୍ରିପାଠୀ, ରଶ୍ମିତା ମିଶ୍ର, ସରୋଜ କୁମାର ଦାଶ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।