ସର୍ବ ପୁରାତନ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ଦାୟିତ୍ୱ ଗ୍ରହଣ

0 124

ଆସିକା, ୧୦/୮ (ମନୋଜ କୁମାର ନାୟକ ) – ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ସର୍ବ ପୁରାତନ ଉଚ୍ଚ ବିଦ୍ୟାଳୟରେ ଆଜି ସ୍ଥାୟୀ ପ୍ରଧାନ ଶିକ୍ଷକ ରୁପେ ପ୍ରକାଶ ଚନ୍ଦ୍ର ସାହୁ ନିଜର କାର୍ଯ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି । ଗତ ୨୦୧୩ ମସିହାରୁ ଏହି ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡି ରହିଥିଲା । ଏଠାରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବେ ଗିତାଞ୍ଜଳୀ ସାହୁ କାର୍ଯ୍ୟ ତୁଲାଇ ଆସୁଥିଲେ ।

ଦିର୍ଘ ଦିନର ଦାବୀ ପରେ ବିଦ୍ୟାଳୟରେ ସ୍ଥାୟୀ ପ୍ରଧାନ ଶିକ୍ଷକ ନିଯୁକ୍ତିକୁ ନେଇ ଅଭିଭାବକ ମହଲରେ ସନ୍ତୋଷ ପ୍ରକାଶ ପାଇଛି । ସରକାରୀ ନିୟମ ଅନୁଯାୟୀ ଏଠାରେ ଏକ କିଲୋମିଟର ପରିସରରେ ଥିବା ବିଦ୍ୟାଳୟ ଗୁଡିକର ମିଶ୍ରଣ ପ୍ରକ୍ରିୟା ହୋଇଥିଲା । ଧରାକୋଟର କୃଷ୍ଣ ସିଂହ ବାଳୀକା ଉଚ୍ଚ ବିଦ୍ୟାଳୟ, ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟ, ହୁନମାନ ଦ୍ୱାର ପ୍ରାଥମିକ ବିଦ୍ୟାଳୟ ପ୍ରମୁଖକୁ ମିଶ୍ରଣ ପ୍ରକ୍ରିୟାରେ ସାମିଲ କରାଯାଇଥିଲା ।

ଏହି ବିଦ୍ୟାଳୟ ଗୁଡିକ ମିଶିବା ପରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୩୬୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ବିଦ୍ୟାଳୟରେ ୧୫ ଜଣ ଶିକ୍ଷକ, ଶିକ୍ଷୟତ୍ରୀ ରହିଥିବା ବେଳେ ହିନ୍ଦୀ ଶିକ୍ଷକ, ପିଅନ ଓ ରାତ୍ର ଜଗୁଆଳି ପଦବୀ ଖାଲି ରହିଛି ।

ବିଦ୍ୟାଳୟରେ ଶିକ୍ଷା ଦାନ ପାଇଁ ୪ଟି ଶ୍ରେଣୀ ଗୃହର ଅଭାବ ରହିଛି । ଏହାର ପରିସରରେ ଥିବା ବାତ୍ୟା ଆଶ୍ରୟ ସ୍ଥଳୀ ବିପଦଜ୍ଜନକ ଅବସ୍ଥାରେ ରହିଛି । ମଧ୍ୟାହ୍ନ ଭୋଜନ ହେଉଥିବା ଗୃହରେ ଫାଟ ସୃଷ୍ଟି ହୋଇଛି । ପ୍ରତ୍ୟେକ ଶ୍ରେଣୀ ଗୃହର ଫାଉଣ୍ଡେସନ ଭିତରୁ ଝର ପାଣି ବାହାରି କାଦୁଆ ପରିବେଶ ସୃଷ୍ଟି ହୋଇଛି । ଏହି କାଦୁଅ ପାଣି ଦେଇ ଛାତ୍ରଛାତ୍ରୀ ଶ୍ରେଣୀ ଗୃହରେ ପ୍ରବେଶ କରୁଛନ୍ତି ।

ଏହି ବିଦ୍ୟାଳୟରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଥିବା ପାଣି ଟେପ ବନ୍ଦ କରି ଦିଆଯାଇଛି । ତେଣୁ ଏଠାରେ ଛାତ୍ରଛାତ୍ରୀଙ୍କ ପାଇଁ ପିଇବା ପାଣି ସମସ୍ୟା ରହିଛି । ସରକାର ଏହାର ସମାଧାନ ପାଇଁ ଅଭିଭାବକ ମହଲରେ ଦାବୀ ହୋଇଛି ।

ଧରାକୋଟ ଅଞ୍ଚଳରେ ସର୍ବ ପୁରାତନ ଉଚ୍ଚ ବିଦ୍ୟାଳୟ କହିିଲେ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟକୁ ବୁଝା ଯାଇଥାଏ । ତତ୍କାଳୀନ ଧରାକୋଟ ଗଡର ରାଜା ମାନଙ୍କ ପୃଷ୍ଣପୋଷକତାରୁ ୧୯୪୫ ମସିହାରେ ଏହି ବିଦ୍ୟାଳୟ ପ୍ରତିଷ୍ଠା ଲାଭ କରିଥିଲା ।

Leave A Reply

Your email address will not be published.