ଋଷୀକୁଲ୍ୟା ଜିଲ୍ଲା ଗଠନ ଦାବୀ ଜୋର ଧରିଲା :୧୨ ଘଟିଂଆ ଆସିକା ବନ୍ଦ

0 302

ଆସିକା,୧୦/୮ ( ମନୋଜ କୁମାର ନାୟକ ) – ଆସିକା ଠାରେ ଋଷିକୁଲ୍ୟା ଜିଲ୍ଲା ଗଠନ ଦାବୀ ନେଇ ଆଜି ଆସିକା ଓକିଲ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଟିଂଆ ଆସିକା ବନ୍ଦ ପାଳନ ହୋଇଛି । ଏହି ଅବସରରେ ସହରରେ ଚକ,ଅଖ ବନ୍ଦ କରାଯାଇଥିଲା । ଆସିକା, ଧରାକୋଟ, ଶେରଗଡ, ସାନଖେମୁଣ୍ଡି, ହିଞ୍ଜିଳୀକାଟୁ, କବିସୂର୍ଯ୍ୟନଗର, ବେଗୁନିଆପଡା, ପୋଲିସରାକୁ ନେଇ ଋଷିକୁଲ୍ୟା ଜିଲ୍ଲା ଗଠନ କରି ଆସିକାରେ ଏହାର ସଦରକୁମା ସ୍ଥାପନ ପାଇଁ ଦାବୀ କରାଯାଇଥିଲା।

ଋଷିକୁଲ୍ୟା ଜିଲ୍ଲା ଗଠନ ଦାବୀରେ ଆସିକା ବନ୍ଦ ଡାକରା ବେଳେ ଆସିକା ଓକିଲ ସଂଘ ସଭାପତି ରବିନ୍ଦ୍ର କୁମାର ଶର୍ମା ଓ ମିଳିତ କ୍ରିୟାନୁଷ୍ଠାନ ବହୁ ସଦସ୍ୟ ଯୋଗ ଦେଇଥିଲେ । ଆସିକା ସହରର ମୁକୁନ୍ଦପୁର ଛକ, ବିଜୁ ଛକ, କାଳଷଣ୍ଡପୁର ଛକ,ବସଷ୍ଟାଣ୍ଡ ଛକ,ପାକଲ୍ଲାପଲ୍ଲୀ ଛକ ସମେତ ବହୁ ଛକରେ ପ୍ରିକେଟିଂ କରାଯାଇ ଋଷିକୁଲ୍ୟା ଜିଲ୍ଲା କରିବା ପାଇଁ ଦାବୀ କରାଯାଇଥିଲା ।

ରାଜ୍ୟ ସରକାର ଓଡିଶାର ୧୩ ଟି ଜିଲ୍ଲାକୁ ପନଃଗଠନ କରି ଶାସନର ସୁଫଳ ଲୋକଙ୍କ ନିକଟରେ ପହଁଚାଇବା ନିମନ୍ତେ ୩୦ ଟି ଜିଲ୍ଲା ସୃଷ୍ଟି କରିଛନ୍ତି । ନୂତନ ଜିଲ୍ଲା ଗଠନ ଘୋଷଣା ପରିପ୍ରେକ୍ଷୀରେ ଆସିକା ସମେତ ଏହାର ଆଚଂଳିକ ପରିସର ଗୁରୁତ୍ୱକୁ ଉପଯୁକ୍ତ ଦୃଷ୍ଟି ଦିଆ ନଯାଇ ଉପେକ୍ଷା କରାଯାଇଥିବା ଅଭିଯୋଗ କରାଯାଇଥିଲା । ତିନି ଗୋଟି ପଚାଂୟତ ସମିତି ଓ ୨ ଲକ୍ଷ ୩୨ ହଜାର ଜନସଂଖ୍ୟାକୁ ନେଇ ଦେଓଗଡ ଜିଲ୍ଲା ଘୋଷଣା ହୋଇଥିବା ବେଳେ ଆସିକା ସମେତ ଧରାକୋଟ, ଶେରଗଡ,ସାନଖେମୁଣ୍ଡି, ସାନଖେମୁଣ୍ଡି, କବିସୂର୍ଯ୍ୟନଗର, ବେଗୁନିଆପଡା, ପୋଲସରା, ହିଞ୍ଜିଳିକାଟୁ ପ୍ରଭୃତି ୮ ଟି ବ୍ଲକର ୧୫ ଲକ୍ଷରୁ ଉର୍ଦ୍ଧ୍ୱ ଜନସାଧାରଣଙ୍କୁ ନେଇ ଋଷିକୁଲ୍ୟା ଜିଲ୍ଲା ଗଠନ ଦାବୀ ଯର୍ଥାର୍ଥ ବୋଲି ସ୍ଲୋଗାନ ଦେଇ ସହର ପରିକ୍ରମା କରାଯାଇଥିଲା ।

ଗଞ୍ଜାମ ଜିଲ୍ଲାର ଚାରୋଟି ବୃହତ ଶିଳ୍ପାନୁଷ୍ଠାନ ମଧ୍ୟରୁ ଦୁଇ ଗୋଟି ପ୍ରଧାନ ଶିଳ୍ପାନୁଷ୍ଠାନ ଆସିକା ଚିନିଶିଳ୍ପ ରହିଛି । ଆସିକା ସୂତାକଳ, ଶିକ୍ଷା ଏବଂ ସଂସ୍କୃତି କ୍ଷେତ୍ରରେ ଏକ ସଂସ୍କୃତ ମହାବିଦ୍ୟାଳୟ, ଏକ ସରକାରୀ ମହିଳା ମହାବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ସମେତ ୧୦ ଟି ବିଜ୍ଞାନ ଏବଂ କଳା ମହାବିଦ୍ୟାଳୟ, ୨ଟି ବୈଷୟିକ ବିଦ୍ୟାଳୟ ପ୍ରସ୍ତାବିତ ଋଷିକୁଲ୍ୟା ଜିଲ୍ଲାରେ ବିଦ୍ୟମାନ ରହିଛି । ରାଜନୈତିକ ଦୃଷ୍ଟିକୋଣରୁ ଭାରତ ଏକ ମାତ୍ର ଲୋକସଭା ଆସନ ତହସିଲ ତଥା ପ୍ରସ୍ତାବିତ ଜିଲ୍ଲାର ଅନ୍ତର୍ଭୁକ୍ତ । ଏଥି ସହ ବିଚାର ବିଭାଗୀୟ କ୍ଷେତ୍ରରେ ବିଭିନ୍ନ ଫୈାଜଦାରୀ ଏବଂ ଦେୱାନୀ ଅଦାଲତ ଏଠାରେ ଅବସ୍ଥିତ ରହିଛି ।

ନୂତନ ଜିଲ୍ଲା କାର୍ଯ୍ୟାଳୟ, ଏବଂ କର୍ମଚାରୀଙ୍କ ବାସଗୃହ ନିମନ୍ତେ ଆନୁସଙ୍ଗିକ କୋଠା ଏବଂ ସ୍ଥାନର ସୁବିଧା ଏଠାରେ ରହିଛି । ସମ୍ରାଟ ଅଶୋକଙ୍କ ଐତିହାସିକ ସହର ଏବଂ ବ୍ରିଟିଶ ଶାସନ ସମୟରୁ ଗମନାଗମନ କ୍ଷେତ୍ରରେ ଜଙ୍କସନ ଭାବରେ ସୁପରିଚିତ, ଶିକ୍ଷା,ଏବଂ ନ୍ୟାୟାଳୟ କ୍ଷେତ୍ରରେ ବରିଷ୍ଠତା ପ୍ରତିପାଦନ କରୁଥିବା ପ୍ରସ୍ତାବିତ “ଋଷିକୁଲ୍ୟା ଜିଲ୍ଲା” ଘୋଷଣା ଜନସାଧାରଣଙ୍କ ନାର୍ଯ୍ୟ ଦାବୀ ବୋଲି ଆସିକା ଓକିଲ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ ପକ୍ଷରୁ କୁହାଯାଇଥିଲା ।

ଏଣୁ ରାଜ୍ୟ ସରକାର ଋଷିକୁଲ୍ୟା ଜିଲ୍ଲା ଭୂଖଣ୍ଡକୁ ଜିଲ୍ଲା ରୁପେ ଘୋଷଣା କରି ଆସିକାରେ ଏହାର ସଦରମହକୁମା ପ୍ରତିଷ୍ଠା ନେଇ ଜନସାଧାରଣଙ୍କ ନ୍ୟାର୍ଯ୍ୟ ଦାବୀକୁ ଉଚିତ ସମ୍ମାନ ଦେବା ପାଇଁ ଦାବୀ କରାଯାଇଥିଲା ।

ଆସିକା ସହରକୁ ସଂଯୋଗ କରୁଥିବା ଗତି ପଥରେ ଆନ୍ଦୋଳନକାରୀ ମାନେ ରାସ୍ତାରୋକକୁ କଡାକଡି କରିଥିଲେ । ପିକେଟିଂ, ବ୍ଲକିଙ୍ଗ ଏବଂ ରାଲିରେ ଆନ୍ଦୋଳନକାରୀ ମାନେ ଜନମତ ସଂଗ୍ରହ ସାଙ୍ଗକୁ ଜିଲ୍ଲା ଗଠନ ପାଇଁ ସ୍ଲୋଗାନ ଦେଇଥିଲେ । ଦଳଗତ ନିର୍ବିଶେଷରେ ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ହୋଇଥିବା ବେଳେ ଦୋକାନ ବଜାର ଏବଂ ଗାଡି ଚଳାଚଳ ବନ୍ଦ ରହିଥିଲା । ଏଥିରେ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମଧ୍ୟ ବନ୍ଦ ଥିଲା । ମୋଟ ୫୯ ଟି ସଂଗଠନ ଜିଲ୍ଲା ଦାବୀକୁ ସମର୍ଥନ ଜଣାଇଛନ୍ତି ।

Leave A Reply

Your email address will not be published.