ଆସିକା ଶାନ୍ତି ଶକ୍ତି ଭବନରେ ଦିଦି ମନମୋହିନୀଙ୍କ ଅବ୍ୟକ୍ତ ସ୍ମତି ଦିବସ

0 255

ଆସିକା,୩୦/୭ (ମନୋଜ କୁମାର ନାୟକ) – ଗଞ୍ଜାମ ଜିଲ୍ଲା ଆସିକା ସହର ଉପକଣ୍ଠ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାନ୍ତି ଶକ୍ତି ଭବନ ଠାରେ ଆଜି ପ୍ରଥମ ସହ ମୁଖ୍ୟ ପ୍ରଶାସିକା ଦିଦି ମନମୋହିନୀଙ୍କ ଅବ୍ୟକ୍ତ ସ୍ମତି ଦିବସ ପାଳିତ ହୋଇଛି । ଏହି ଅବସରରେ ଶାନ୍ତି ଶକ୍ତି ଭବନ ପରିସର ଠାରେ ଏକ ଆଧ୍ୟାତ୍ମିକ ସ୍ନେହ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠୀତ ହୋଇଥିଲା ।

ଆସିକା ଶାନ୍ତି ଶକ୍ତି ଭବନ ରାଜଯୋଗିନୀ ବ୍ରହ୍ମକୁମାରୀ ସଂଚାଳିକା ପ୍ରଭାତୀ ଭଉଣୀ ଦିଦି ମନମୋହିନୀଙ୍କ ସ୍ମତି ଚାରଣ ସାଙ୍ଗକୁ ଦିଦିଙ୍କ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା । ଦିଦି ମନମୋହିନୀ ପ୍ରତ୍ୟେକ ଘଡିକୁ ଜୀବନର ଅନ୍ତିମ ଘଡି ରୁପେ ଗ୍ରହଣ କରି ପରମପିତାଙ୍କ ବିଶ୍ୱ ଶାନ୍ତି ଓ ଭାଇଚାରା ସନ୍ଦେଶ ସାରା ବିଶ୍ୱରେ ପହଁଚାଇବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷକ ଦୁର୍ଗା ପ୍ରସାଦ ପଣ୍ଡା, ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଅଜିତ କୁମାର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଶାନ୍ତି ଶକ୍ତି ଭବନ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଥିଲା । ଆସିକା ଶାନ୍ତି ଶକ୍ତି ଭବନର ସମସ୍ତ ଭାଇ ଓ ଭଉଣୀ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.