ଧରାକୋଟରେ ପହଁଚିଲା ପ୍ରଧାନମନ୍ତ୍ରୀ ଫସଲ ବୀମା ସଚେତନତା ରଥ

0 301

ଆସିକା,୨/୮ (ମନୋଜ କୁମାର ନାୟକ) – ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଠାରେ ଆଜି ପ୍ରଧାନମନ୍ତ୍ରୀ ଫସଲ ବୀମା ସଚେତନତା ରଥ ପହଁଚିଛି । ପ୍ରାକୃତିକ ବିପର୍ଯ୍ୟୟ ସମୟରେ କୃଷକ ମାନଙ୍କୁ ବୀମାଭୁକ୍ତ କରି କ୍ଷତି ପୂରଣ ଅର୍ଥ ପ୍ରଦାନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀ ହୋଇଛି ।

ଧରାକୋଟ ବ୍ଲକ କୃଷି ବିଭାଗ ପକ୍ଷରୁ କୃଷକ ମାନଙ୍କୁ ସଚେତନତା କରି ବୀମାଭୁକ୍ତ କରିବା ପାଇଁ ପୂର୍ବ ପ୍ରସ୍ତୁତି କରାଯାଇଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀ ଫସଲ ବୀମା ସଚେତନତା ରଥ ବ୍ଲକର ୧୮ଟି ପଚାଂୟତରେ ପରିକ୍ରମାର କରିଥିଲା ।

କୃଷକ ମାନେ ବିଭିନ୍ନ ପ୍ରତିକୂଳ ପରିସ୍ଥିତି ସହ ପ୍ରାକୃତିକ ବିପର୍ଯ୍ୟୟର ସାମନା କରିଥାନ୍ତି । ଯଦ୍ୱାରା ସେମାନଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହୋଇଥାଏ ।
ଏଣୁ ଚାଷୀର ଫସଲ ସୁରକ୍ଷା ସହ ଫସଲହାନୀ ସମୟରେ ବୀମା କମ୍ପାନୀ ଆର୍ଥିକ ସହାୟତା ପ୍ରଦାନ କରିଥାନ୍ତି । ଏଥିରେ ଅଧିକ ସଂଖ୍ୟାରେ କୃଷକ କିପରି ସାମିଲ ହୋଇପାରିବେ ସେଥିପାଇଁ କୃଷି ବିଭାଗ ପକ୍ଷରୁ ଗାଁ ଗାଁରେ ସଚେତନତା ପାଇଁ ରଥ ପରିକ୍ରମା କରିଥିଲା ।

ଏହି ବୀମା ଦ୍ୱାରା ବୁଣା, ରୁଆରେ ବିଫଳତା, ମଧ୍ୟବର୍ତୀକାଳୀନ ଫସଲ କ୍ଷତି, ଦୁର୍ବିପାକ ସମୟରେ କ୍ଷତି ଓ ଅମଳ ପରର କ୍ଷତି ପାଇଁ ଆର୍ଥିକ ସହାୟତା ମିଳିଥାଏ ।
ଏହି ଯୋଜନାରେ ବ୍ଲକର ସମସ୍ତ ଚାଷୀ, ଅଣଚାଷୀ ମାନଙ୍କୁ ନିକଟତମ ବ୍ୟାଙ୍କ, ସମବାୟ ବ୍ୟାଙ୍କ, କ୍ଷେତ୍ରୀୟ ଗ୍ରାମୀଣ ବ୍ୟାଙ୍କ, ବୀମା କମ୍ପାନୀର ପ୍ରତିନିଧି କିମ୍ବା ଜନସେବା କେନ୍ଦ୍ର ଠାରେ ପଞ୍ଜିକରଣ କରିବାକୁ ହୋଇଥାଏ । ମାତ୍ର ଏକ ଟଙ୍କା ପ୍ରିମିୟମ ଦେଇ ଚାଷୀ ମାନେ ଧାନ, ମକା, କପା, ଚିନାବାଦାମ, ମାଣ୍ଡିଆ, ହରଡ, ହଳଦୀ ଓ ଅଦା ଚାଷ ପାଇଁ ବୀମାଭୁକ୍ତ ହେବେ ।

ସରକାର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜାନରେ ସାମିଲ ହେବା ପାଇଁ ଚଳିତ ମାସ ୫ ତାରିଖ ପର୍ଯ୍ୟନ୍ତ ସମୟ ସୀମା ରଖିଛନ୍ତି । ଏଣୁ ଧରାକୋଟ କୃଷି ବିଭାଗ କାର୍ଯ୍ୟାଳୟ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଜୋରଦାର ଚାଲିଛି ।

Leave A Reply

Your email address will not be published.