ଆସିକା,୧୩/୧(ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ବାବନପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆଜି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଅଭିଭାବକଙ୍କ ପାଇଁ ଏକ ଦିବସୀୟ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସମଗ୍ର ଶିକ୍ଷା ଗଞ୍ଜାମ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଆସିକା ଗୋଷ୍ଠି ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଶିବିର ସମ୍ପାଦିତ ହୋଇଥିଲା ।
ଏହି ଶିବିର ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶିବରାମ ବେହେରା ଓ ଭଞ୍ଜ ବେହେରାଙ୍କ ଦ୍ୱାରା ଉଦଘାଟିତ ହୋଇଥିବା ବେଳେ କେନ୍ଦୁପଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ବଳ ଶିକ୍ଷକ ମନୋଜ କୁମାର ତ୍ରିପାଠୀ, କେ.ନୂଆପଲ୍ଲୀ କ୍ଲଷ୍ଟର ସି.ଆର.ସି.ସି ଅର୍ଚ୍ଚନା ବେହେରା, ଗୋଷ୍ଠି ସମ୍ବଳ ଶିକ୍ଷକ ହେମନ୍ତ କୁମାର ନନ୍ଦ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଶିବିରରେ ବଡଖୋଲି, ଭେଟନଇ, ବାବନପୁର, ଖାରିଆ, ହରିଡାପଦର, ନଳବଟାଂ, କାଳଷଣ୍ଡପୁର ଏବଂ ଆସିକା ଏନ.ଏ.ସି ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୫୦ ରୁ ଉର୍ଦ୍ଧ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।
ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ପରିବାର ମଧ୍ୟରେ ଏବଂ ବିଦ୍ୟାଳୟ ସ୍ତରରେ ରହିଥିବା ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ଉପରେ ଆଲୋଚନା କରାଯାଇଥିଲା । ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ପ୍ରତି ପିତାମାତା, ଅଭିଭାବକ, ସହପାଠୀ, ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଭୂମିକା, ବିଭିନ୍ନ ସହାୟକ ଉପକରଣର ଯତ୍ନ, ସରକାରୀ ଓ ବେସରକାରୀ ସ୍ତରରୁ ମିଳୁଥିବା ବିଭିନ୍ନ ସହାୟତା ସମ୍ଭନ୍ଧରେ ସୂଚନା ପ୍ରଦାନ କରାଯାଇଥିାଲ ।
ଏହି ତାଲିମ ଶିବିରରେ ସି.ଆର.ସି.ସି ରାଧାମୋହନ ଡାକୁଆ, ଚିତ୍ରସେନ ସେଠି, ସୈାଦାମିନୀ ହୋତା, ସମିରକାନ୍ତ ନାୟକ, ଆର.ସିଲା ଦୋରା, ଟୁଲୁ ସେଠି, ଶିଶିରକାନ୍ତ ବେହେରା, ସରୋଜ ପ୍ରଧାନ ଏବଂ ଅନ୍ତର୍ନିବେଶୀ ଶିକ୍ଷା ସ୍ୱେଚ୍ଚାସେବୀ ଫକୀର ମୋହନ ପ୍ରଧାନ, ନୃସିଂହ ଲେଙ୍କା, ଶିବ ଶଙ୍କର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଶିବିର ପରିଚାଳନାରେ ବାବନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପଦ୍ମଚରଣ ସେଠି ସହଯୋଗ ପ୍ରଦାନ କରିଥିଲେ ।