Our Odisha Naveen Odisha Awareness Camp at Aska Siddhanai PachanayatOur Odisha Naveen Odisha Awareness Camp at Aska Siddhanai Pachanayat

ଆସିକା,୨୭/୧(ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ସିଦ୍ଧନଇ ପଚାଂୟତରେ ଆମ ଓଡିଶା ନବୀନ ଓଡିଶା ପକ୍ଷରୁ ପଚାଂୟତ ସ୍ତରୀୟ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସିଦ୍ଧନଇ ସରପଚଂ ତନୁଲତା ବିଷୋୟୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠୀତ କାର୍ଯ୍ୟକ୍ରମରେ ବିଡିଓ ଫକୀର ଚରଣ ପରିଡା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ରତ୍ନାକର ସିଅ ମଚଂ ପରିଚାଳନା କରିଥିବା ବେଳେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ସରପଚଂ ତନୁଲତା ବିଷୋୟୀ, ସମିିତିସଭ୍ୟ ପି.ରାଜୀବ ପାତ୍ର, ଆସିକା ବ୍ଲକ ଅଧ୍ୟକ୍ଷା ତ୍ରିବେଣୀ ନାହକ, ବ୍ଲକ ଉପାଧ୍ୟକ୍ଷା ଏସ.ରେଶମା ଦୋରା, ଆସିକା ସିଡିପିଓ ଭାଗ୍ୟଲା ପାତ୍ର, ଜିଲ୍ଲା ପରିଷଦ ସଦସ୍ୟା ଅନିମା ପରିଡା, ଜିଲ୍ଲାପରିଷଦ ସଦସ୍ୟା ତନ୍ମୟୀ ନାହକ, ସିଦ୍ଧନଇ ସରପଚଂ ପ୍ରତିନିଧି ନନ୍ଦ କୁମାର ବିଷୋୟୀ, ଯୁବ ନେତା ବାଲ୍ମିକୀ ବିଷୋୟୀ, ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରା, ବିଜେଡି ନେତା ଟୁଲୁ ଜେନା, ବିଜୟ ନାହକ, ଅନିଲ କୁମାର ନାୟକ, ସୂର୍ଯ୍ୟକାନ୍ତ ପରିଡା ପ୍ରମୁଖ ଯୋଗଦେଇ ଥିଲେ ।

ଏହି ଶିବିରରେ ଗାଁ ଗାଁକୁ ସଶକ୍ତିକରଣ ଓ ଭିତିଭୂମିର ବିକାଶ, ବ୍ୟାଙ୍କିଙ୍ଗ ବିକାଶ, ପ୍ରାଥମିକ ବିଦ୍ୟାଳୟର ରୂପାନ୍ତରିକରଣ ପ୍ରଭୃତି ବିଷୟ ଗୁଡିକ ଉପରେ ସଚେତନତା କରାଯାଇଥିଲା । ଏହି ଯୋଜନାରେ ଜରିଆରେ ୧୨ ଟି ପ୍ରକଳ୍ପ ପାଇଁ ୫୦ ଲକ୍ଷ ଟଙ୍କା ଅନୁଦାନ, ୧୧୭୫ ପରିବାରକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ, ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନାରେ ୧୭ ଲକ୍ଷ ଟଙ୍କା ବ୍ୟୟଅଟକଳରେ ୩ଟି ଉନ୍ନୟନ ପ୍ରକଳ୍ପ, କାଳିଆ ଯୋଜନାରେ ୧୦୦୮ ପରିବାର ଉପକୃତ, ୭୫୬ ଜଣ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତା, ମିଶନ ଶକ୍ତି ଗୋଷ୍ଠୀକୁ ୨.୦୪ କୋଟି ଟଙ୍କା ବିନା ସଧରେ ଋଣ ପ୍ରଦାନ, ୧୨୦୯ ହିତାଧିକାରୀଙ୍କୁ ରାସନକାର୍ଡ, ମମତା ଯୋଜାନାରେ ୩୩୫ ଜଣ ମମତା ସହାୟତା ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରାମବାସୀ ଉପକୃତ ହୋଇଥିବା ବିଧାୟିକା ମଞ୍ଜୁଳା ସ୍ୱାଇଁ ମତବ୍ୟକ୍ତ କରିଥିଲେ ।