Our Odisha Naveen Odisha awareness program in Munigadi PachanayatOur Odisha Naveen Odisha awareness program in Munigadi Pachanayat

ଆସିକା,୨୮/୧ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ମୁନିଗାଡି ପଚାଂୟତରେ ଆମ ଓଡିଶା ନବୀନ ଓଡିଶା ପଚାଂୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଆସିକା ବ୍ଲକ ଅଧ୍ୟକ୍ଷା ତ୍ରିବେଣୀ ନାହକଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବ୍ଲକ ବିଡିଓ ଫକୀର ଚରଣ ପରିଡା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସରପଚଂ ସବିତା ସ୍ୱାଇଁ, ସମିତିସଭ୍ୟା ନମିତା ବିଷୋୟୀ, ଜିଲ୍ଲା ପରିଷଦ ଅନିମା ପରିଡା, ଅନ୍ୟତମ ଜିଲ୍ଲା ପରିଷଦ ତନ୍ମୟୀ ନାହକ, ପଚାଂୟତ ନିର୍ବାହୀ ଅଧିକାରୀ ସୁକାନ୍ତ କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ ।

ରାଜ୍ୟ ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କୁ ବିଭିନ୍ନ ଯୋଜନା ସମ୍ପର୍କୀତ ସୂଚନା ପ୍ରଦାନ କରାଯାଇଥିଲା । ଦିର୍ଘ ୨୪ ବର୍ଷ ଶାସନ କାଳରେ ଏହି ସରକାରଙ୍କ ଲୋକଙ୍କୁ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଯୋଜନା ପ୍ରଣୟନ ସାଙ୍ଗକୁ ଲୋକଙ୍କ ସୁଖ ଓ ଦୁଃଖରେ ଠିଆ ହୋଇ ଆସୁଛି । ଏହା ସହିତ ଆଗାମୀ ଦିନରେ ମଧ୍ୟରେ ଲୋକଙ୍କ ପାଇଁ ଜନହିତକର ଯୋଜନା ଯୋଗାଇ ଆସିବ ବୋଲି ଆସିକା ବିଡିଓ ଫକୀର ଚରଣ ପରିଡା ନିଜ ବକ୍ତବ୍ୟରେ କହିଥିଲେ ।

ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସଚେତନତାଳ ମୂଳକ ବାର୍ତାକୁ ନାଟକ ଜରିଆରେ ପ୍ରଦର୍ଶନ କରିଥିଲେ ।