ହରିଡାପଦର ପଚାଂୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ

0 82

ଆସିକା,୨୩/୧ (ଶୁଣାକଥା) ମନୋଜ କୁମାର ନାୟକ : ରାଜ୍ୟ ସରାକରଙ୍କ ନିର୍ଦ୍ଧେଶକ୍ରମେ ଓଡିଶା ରାଜ୍ୟର ପ୍ରତି ପଚାଂୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଟତି ହୋଇଛି । ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ହରିଡାପଦର ପଚାଂୟତରେ ଭେଙ୍କଟରାଇପଲ୍ଲୀ ଗ୍ରାମରେ ମଧ୍ୟ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ସରପଚଂ ଜୟନ୍ତି ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ପଚାଂୟତ ସ୍ତରୀୟ ଜନସଚେତନତା ଶିବିର କାର୍ଯ୍ୟକ୍ରମ ହୋଇଥିଲା ।

ଆସିକା ବିଡିଓ ଫକୀର ଚରଣ ପରିଡା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ବିଧାୟିକା ମଞ୍ଜୁଳା ସ୍ୱାଇଁ, ବ୍ଲକ ଅଧ୍ୟକ୍ଷା ତ୍ରିବେଣୀ ନାହକ, ବ୍ଲକ ଉପାଧ୍ୟକ୍ଷା ଏସ.ରେଶମ ଦୋରା, ଆସିକା ସିଡିପିଓ ଭାଗ୍ୟଲତା ପାତ୍ର, ଜିଲ୍ଲା ପରିଷଦ ବି.ମନୋଜ କୁମାର ଦୋରା, ଗଞ୍ଜାମ ବିଜୁ ଯୁବ ଜନତା ଦଳ ସଭାପତି ନଚିକେତା ସ୍ୱାଇଁ, ବ୍ଲକ ବିଜେଡି ସଭାପତି ରାଜେଶ କୁମାର ପଟ୍ଟନାୟକ, ହରିଡାପଦର ସମିତିସଭ୍ୟ ତ୍ରିନାଥ ବେହେରା ପ୍ରମୂଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ, ଧାର୍ମିକ ସ୍ଥଳର ରୁପାନ୍ତରଣୀକରଣ, ମହିଳା ସଶକ୍ତିକରଣ, ଭିତିଭୂମିର ବିକାଶ, ବ୍ୟାଙ୍କି ଭିତିଭୂମିର ବିକାଶ, ନିର୍ମାଣ ଶ୍ରମିକଙ୍କୁ ସହାୟତା, ଜଳ ସଚେନତ ସୁବିଧା, ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣୀକରଣ ପ୍ରମୁଖ ବିଷୟ ଉପରେ ଲୋକଙ୍କୁ ସଚେତନତା କରାଯାଇଥିଲା ।

ଆମ ଓଡିଶା ନବୀନ ଓଡିଶା ଜରିଆରେ ୯ଟି ପ୍ରକଳ୍ପ ପାଇଁ ୫୦ ଲକ୍ଷ ଟଙ୍କା ଅନୁଦାନ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହିତାଧୀକାରୀଙ୍କୁ ଅନ୍ତର୍ଭୁକ୍ତ, ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଯୋଜନାରେ ୬ଟି ପ୍ରକଳ୍ପ ୨୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଉନ୍ନତିକରଣ, କାଳିଆ ଯୋଜନାରେ ହିତାଧିକାରୀଙ୍କ ଉପକୃତ, ମିଶନ ଶକ୍ତି ଗୁଡିକୁ ବିନା ସୁଧରେ ଋଣ ପ୍ରଦାନ, ରାସନ କାର୍ଡ, ମମତା ଯୋଜନାରେ ଗର୍ଭବତୀଙ୍କୁ ମମତା ସହାୟତା ପ୍ରଦାନ କରାଯାଇଥିବା ସୂଚନା ପ୍ରଦାନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ପଚାଂୟତ ନିର୍ବାହୀ ଅଧିକାରୀ ଡାଙ୍ଗୁଆ ଶବର, ବି.ଏଫ.ଟି ଯଜ୍ଞ ଦୋରା, ଜିଆରଏସ ପ୍ରଦିପ କୁମାର ଜେନା, ଯୋଗାଣ ସହାୟକ ସାଙ୍ଗକୁ ଏସଏଚଜି ଗ୍ରୁପ, ଏମବିକେ, ଅଙ୍ଗନବାଡି କର୍ମୀ, ବହୁ ସ୍ୱେଚ୍ଚାସେବୀ ପ୍ରଭୃତି ଯୋଗ ଦେଇଥିଲେ ।

Leave A Reply

Your email address will not be published.