ଆସିକା,୧୫/୨ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ବାଲିଛାଇ ପଚାଂୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି । ଏହି କାର୍ଯ୍ୟକ୍ରମ ବାଲିଛାଇ ପଚାଂୟତ ସରପଚଂ ରଶ୍ମିତା ସ୍ୱାଇଁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ଯୁବ କବି ରତ୍ନାକର ସିଅ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ସମ୍ମାନୀୟ ଅତିଥି ଭାବେ ସମିତିସଭ୍ୟା ଗିତାରାଣୀ ଗୈାଡ, ଜିଲ୍ଲା ପରିଷଦ ଅନିମା ପରିଡା, ସିଡିପିଓ ଭାଗ୍ୟଲତା ପାତ୍ର, ପୂର୍ବତନ ସରପଚଂ ଲକ୍ଷ୍ମୀପ୍ରିୟା ବେହେରା, ଗଞ୍ଜାମ ଜୋନ ବିଜୁ ଯୁବ ଜନତା ଦଳ ସଭାପତି ନଚିକେତା ସ୍ୱାଇଁ, ବ୍ଲକ ବିଜେଡି ସଭାପତି ରାଜେଶ ପଟ୍ଟନାୟକ, ଅନିଲ କୁମାର ନାୟକ, ଯୁବ ବିଜେଡି ନେତା ନିଳମାଧବ ବେହେରା, କନିଷ୍ଠ ଯନ୍ତ୍ରୀ ଅଶୋକ ସେଠି, ବ୍ଲକ ଯନ୍ତ୍ରୀ ରତିରଞ୍ଜନ ବେହେରା ପ୍ରମୁଖ ଯୋଗ ଦେଇଥିଲେ ।
ଏଥିରେ ସରପଚଂ ରଶ୍ମିତା ସ୍ୱାଇଁ ସମସ୍ତ ଅତିଥିଙ୍କୁ ସ୍ୱାଗତ ସାଙ୍ଗକୁ ମଚଂ ନିକଟକୁ ନିମନ୍ତ୍ରଣ କରିଥିଲେ । ଏହାପରେ ପଚାଂୟତରେ ୫ଟି ରୂପାନ୍ତରିତ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟାଦେଶ ବିଷୟରେ କହିଥିଲେ । ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ, ଧାର୍ମିକ ସ୍ଥଳୀ ଗୁଡିକର ରୂପାନ୍ତିକରଣ, ମହିଳା ସଶକ୍ତିକରଣ ଓ ଭିତିଭୂମିର ବିକାଶ, ବ୍ୟାଙ୍କିଙ୍ଗ ଭିତିଭୂମିର ବିକାଶ, ପ୍ରାଥମିକ ବିଦ୍ୟାଳୟ ଗୁଡିକର ରୂପାନ୍ତିକରଣ, କ୍ରୀଡା ଭିତିଭୂମିର ବିକାଶ ଓ ବିଭିନ୍ନ ଯୋଜନା ବିଷୟରେ ସରପଚଂ ଲୋକଙ୍କୁ ସଚେତନତା କରିଥିଲେ ।
ସରକାର ସମସ୍ତ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ ସହ ଘରେ ପହଂଚିବା ପାଇଁ ପ୍ରୟାସ କରୁଥିବା କୁହାଯାଇଥିବା ବେଳେ ଶ୍ରମିକ କାର୍ଡ, ସ୍ୱାସ୍ଥ୍ୟ କାର୍ଡ ବିଷୟରେ ଜନସାଧାରଣଙ୍କୁ ସଚେତନତା ଉପରେ ଉପସ୍ଥିତ ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ ।
ବାଲିଛାଇ ପଚାଂୟତରେ ଆମ ଓଡିଶା ନବୀନ ଓଡିଶା ଯୋଜନାରେ ୯ ଟି ପ୍ରକଳ୍ପ ପାଇଁ ୫୦ ଲକ୍ଷ ଟଙ୍କା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୮୫୦ ପରିବାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ, ମୂଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନାରେ ୨ଟି ପ୍ରକଳ୍ପ ପାଇଁ ୮ ଲକ୍ଷ ଟଙ୍କା, କାଳିଆ ଯୋଜନାରେ ୬୧୮ ପରିବାର କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ, ସାମାଜିକ ସୁରକ୍ଷା ଭତାରେ ୪୫୨ ହିତାଧିକାରୀଙ୍କୁ ଭତା, ମିଶନ ଶକ୍ତି ଯୋଜନାରେ ମିଶନ ଶକ୍ତି ଗୋଷ୍ଠିଙ୍କୁ ମୋଟ ୯୨ ଲକ୍ଷ ୫୦ ହଜାର ଟଙ୍କାର ବିନା ସୁଧରେ ଋଣ, ରାସନ କାର୍ଡ ଯୋଜନାରେ ୯ ଶହ ପରିବାରଙ୍କୁ ରାସନ କାର୍ଡ, ମମତା ଯୋଜନାରେ ୨୯୧ ଗର୍ଭବତୀ ମହିଳାଙ୍କୁ ମମତା ସହାୟତା, ପଚାଂୟତରେ ଆମ ବ୍ୟାଙ୍କ ଦ୍ୱାରା ଆର୍ଥିକ ଅନ୍ତର୍ଭୁକ୍ତିକରଣ, ଲକ୍ଷ୍ମୀ ଯୋଜନାରେ ଗ୍ରାମ ପଚାଂୟତାରେ ଲକ୍ଷ୍ମୀ ବସ ସେବା ପ୍ରମୁଖ ପ୍ରଦାନ କରାଯାଇଥିବା କାର୍ଯ୍ୟକ୍ରମରେ ସୁଚନା ପ୍ରଦାନ କରାଯାଇଥିଲା ।
ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ବାଲିଛାଇ ପଚାଂୟତରେ ସଫଳ ରୂପାୟନରେ ପରିଣତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ପିଇଓ ପ୍ରଦିପ କୁମାର ପାତ୍ର ଓ ଜିଆରଏସ ଚନ୍ଦନ କୁମାର ନାହକ ପରିଚାଳନାରେ ସହଯୋଗ କରିଥିଲେ