କରଞ୍ଜେଇ ଠାରେ କେଶବ ସେବା ସଂସ୍ଥାନ ପକ୍ଷରୁ ବୃକ୍ଷରୋପଣ ମହାଅଭିଯାନ କାର୍ଯ୍ୟକ୍ରମ

0 206

ଆସିକା,୨୦/୮ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ନିକଟ କରଞ୍ଜେଜଇ ପୀଠ ଠାରେ କେଶବ ସେବା ସଂସ୍ଥାନ, ବ୍ରାହ୍ମଣଛାଇ ଗଞ୍ଜାମ ପକ୍ଷରୁ ବୃକ୍ଷରୋପଣ ମହାଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି । ଏହି କାର୍ଯ୍ୟକ୍ରମ କେଶବ ସେବା ସଂସ୍ଥାନ ଗୋଶାଳା ପରିସର ଠାରେ ଅନୁ୍‌ଷ୍ଠିତ ହୋଇଥିବା ବେଳେ ବୃକ୍ଷରୋପଣ ମହାଅଭିଯାନକୁ ସୂର୍ଯ୍ୟ ଫାଉଣ୍ଡେସନ ପରିଚାଳନାରେ ସହଯୋଗ କରିଥିଲେ ।

କେଶବ ସେବା ସଂସ୍ଥାନ ସମ୍ପାଦକ କମଳାକ୍ଷ ଦାଶ, ଯୁଗ୍ମ ସମ୍ପାଦକ କାମେଶ୍ୱର ଦଳାଇ ଏବଂ ସୂର୍ଯ୍ୟ ଫାଉଣ୍ଡେସନ ସଦସ୍ୟ ରାଧାମୋହନ ଦାଶ କାର୍ଯ୍ୟକ୍ରମରେ ଯୋଗ ଦେଇ ଗୋଶାଳା ପରିସର ଠାରେ ପର୍ଯ୍ୟାବରଣ ଉଦ୍ଧେଶ୍ୟରେ ଫଳଦାର, ଛାୟାଦାର ଏବଂ ବିଭିନ୍ନ ପ୍ରକାର ଔଷଧୀୟ ଗଛ ସବୁ ଲଗାଇଥିଲେ ।

ଏହି ବୃକ୍ଷରୋପଣ ଅଭିଯାନ କାର୍ଯ୍ୟକ୍ରମରେ ରାଧା ଗୁରୁଜୀ, କମେଶ୍ୱର ଭାଇ, ବାବୁଲା ଭାଇ, ଦେବାଶିଷ ଭାଇ ସାଙ୍ଗକୁ ପାକିଡି ଓ ପିତଳ ଉଚ୍ଚ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.