ରସାୟନିକ ଓ ଭୈାତିକ ବିଜ୍ଞାନ ବିଭାଗୀୟ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ଭର୍ଦ୍ଧନା

0 97

ଆସିକା,୧୪/୧୦(ଶୁଣାକଥା) ମନୋଜ କୁମାର ନାୟକ : ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଆଜି ରସାୟନିକ ଓ ଭୈାତିକ ବିଜ୍ଞାନ ବିଭାଗୀୟ ପକ୍ଷରୁ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ସନ୍ତୋଷ କୁମାର ଚୈାଧୁରୀଙ୍କ ତତ୍ୱାବାଧାନରେ ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟ ସହ-ପ୍ରଶାସନିକ ଅଧିକାରୀ ଡଃ.ଅଭୟ କେଶରୀ ପରିଛା ପଟ୍ଟନାୟକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅତିଥଙ୍କୁ ପୁଷ୍ପଗୁଛ ଦେଇ ମଞ୍ଚ ନିକଟକୁ ନିମନ୍ତ୍ରଣ କରାଯାଇଥିଲା । ଏହାପରେ ଅତିଥିଙ୍କ ଦ୍ୱାରା ପ୍ରଦିପ ପ୍ରଜ୍ଜଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ସନ୍ତୋଷ କୁମାର ଚୈାଧୁରୀ ନବାଗତ ଛାତ୍ରଛାତ୍ରୀଙ୍କ ଉଜ୍ଜଳମୟ ଭବିଷ୍ୟତ କାମନ କରି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

ରସାୟନିକ ଓ ଭୈାତିକ ବିଜ୍ଞାନ ଛାତ୍ରଛାତ୍ରୀଙ୍କୁ ଜୀବନରେ ଶୃଙ୍ଖଳାର ମହତ୍ୱ ଉପରେ ବିଭାଗୀୟ ମୁଖ୍ୟ ଭନୁଚନ୍ଦ୍ର ରାଓ ମତବ୍ୟକ୍ତ କରିଥିଲେ । ଭୈାତିକ ତଥା ରସାୟନିକ ପ୍ରୟୋଗଶାଳରେ ବୀଭିନ୍ନ ନିରାପତ୍ତା ସମ୍ଭନ୍ଧୀୟ ଉପରେ ବାର୍ତ୍ତା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମଞ୍ଚାସୀନ ଅତିଥି ମାନେ ସମସ୍ତ ନବାଗତ ବିଦ୍ୟାର୍ଥୀଙ୍କ ଭବିଷ୍ୟତ କାମନା ସାଙ୍ଗକୁ ଆର୍ଶିବାଦ ପ୍ରଦାନ କରିଥିଲେ ।

ଏହି ମହାବିଦ୍ୟାଳୟରେ ସମସ୍ତ ନିୟମକୁ ମାନି ଶୃଙ୍ଖଳା ସହ ପାଠ୍ୟକ୍ରମରେ ଅଧ୍ୟୟନ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ପ୍ରଦାନ କରାଯାଇଥିଲା । ଅଧ୍ୟାପକ ବିଭୂକଲ୍ୟାଣ ପଣ୍ଡା, ଚନ୍ଦନ ମାରାଣ୍ଡି, ଅଧ୍ୟାପିକା ରେଶମା ପାତ୍ର, ପ୍ରୟୋଗଶାଳା ଶିକ୍ଷକ କୃଷ୍ଣଚନ୍ଦ୍ର ପାତ୍ର, ଧନଞ୍ଜୟ ମହାପାତ୍ର ଓ ମୁନା ଗୈାଡ ନବାଗତ ରସାୟନ ଓ ଭୈାତିକ ବିଜ୍ଞାନ ଛାତ୍ରଛାତ୍ରୀଙ୍କୁ ଜୀବନରେ ଶୃଙ୍ଖଳାର ମହତ୍ୱ ଉପରେ ମହତ୍ୱ ଉପରେ ବୁଝାଇଥିଲେ । ଶେଷରେ ବିଭାଗୀୟ ମୁଖ୍ୟ ଭାନୁଚନ୍ଦ୍ର ଗୈାଡ ଉପସ୍ଥିତ ସମସ୍ତ ଅତିଥି, ଛାତ୍ରଛାତ୍ରୀ ଏବଂ କର୍ମଚାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.