ଆସିକା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ମଦ ଧରପକଡ

0 83

ଆସିକା,୪/୯ (ମନୋଜ କୁମାର ନାୟକ) – ଗଞ୍ଜାମ ଜିଲ୍ଲା ଆସିକା ଅବକାରୀ ବିଭାଗ ପକ୍ଷରୁ ଆଜି ବିଭିନ୍ନ ସ୍ଥାନରେ ମଦ ଧରପକଡ ହୋଇଛି । ଆସିକା ଅବକାରୀ ବିଭାଗ ଅଧୀନ ନିମିନା, ବାଲିସିରା ଓ ଆସିକା କଳିଙ୍ଗ ରୋଡ ସ୍ଥିତ ରାଜସ୍ୱ ବଙ୍ଗଳା ଏରାଗୋଲା ବସା ଠାରେ ଚଢାଉ କରାଯାଇଥିଲା ।

ଆସିକା ତହସିଲଦାର ସଞ୍ଜୟ କୁମାର ସାମନ୍ତରା ଓ ଅବାକରୀ ଓ.ଆଇ.ସି ପ୍ରଦିପ କୁମାର ମହାନ୍ତି ମିଳିତ ଭାବେ ଚଢାଉ କରିଥିଲେ । ଏହି ଚଢାଉ ବେଳେ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରାଯାଇଥିଲା ।

ଘଟଣା ସ୍ଥଳରୁ ପ୍ରଚୁର ପରିମାଣରେ ଦେଶୀ ରନ୍ଧା ମଦ ସାଙ୍ଗକୁ ଗୁଡ ମିଶ୍ରିତ ପୋଚକୁ ନଷ୍ଟ କରାଯାଇଥିଲା । ଏଥିରେ ୫୧୦ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଥିଲା । ତିନି ହଜାର ଚାରି ଶହ ଲିଟର ଗୁଡ ସାର ମିଶ୍ରିତ ପୋଚକୁ ଅବକାରୀ ପୋଲିସ ନଷ୍ଟ କରିଥିଲା ।

ଦେଶୀ ରନ୍ଧା ମଦ ପ୍ରସ୍ତୁତି ପାଇଁ ବ୍ୟବହୃତ ବିଭିନ୍ନ ସାମଗ୍ରୀକୁ ଅବକାରୀ ପୋଲସି ଜବତ କରିଥିବା ବେଳେ ଆଗାମୀ ଦିନରେ ଏହିଭଳି ଚଢାଉ ଜାରି ରହିବା ନେଇ ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.