କବିସୂର୍ଯ୍ୟନଗର ଠାରେ ଆସିକା ସେବାକେନ୍ଦ୍ର ଉପଶାଖା ପ୍ରଭୂପ୍ରୀତ ଭବନ ଉଦଘାଟିତ

0 708

ଆସିିକା,୨୫/୬ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଠାରେ ଆଜି ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଆସିକା ଶାନ୍ତି ଶକ୍ତି ସେବାକେନ୍ଦ୍ର ଉପଶାଖା ପ୍ରଭୂପ୍ରୀତ ଭବନ ଉଦଘାଟିତ ହୋଇଛି । ଏହି ଅବସରରେ ଏକ ଭବ୍ୟ ସମାରୋହ ଆୟୋଜିତ ହୋଇଥିଲା । ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ମଧୁବନ ରାଜସ୍ଥାନ ପ୍ରକାଶିତ ଆନ୍ତର୍ଜାତୀୟ ମାସିକା ପତ୍ରିକା ଜ୍ଞାନାମୃତର ସହସମ୍ପାଦିକା ରାଜଯୋଗିନୀ ବ୍ରହ୍ମକୁମାରୀ ଉର୍ମିଳା ଦିଦି, ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ବ୍ରହ୍ମପୁର ସବ୍‌ଜୋନ ସହ ପ୍ରଶାସିକା ତଥା ପ୍ରଭୁ ଉପହାର ରିଟ୍ରିଟ ସେଣ୍ଟର ନିର୍ଦ୍ଧେଶିକା ରାଜଯୋଗିନୀ ବ୍ରହ୍ମକୁମାରୀ ମାଳା ଦିଦି ଯୋଗ ଦେଇ ପ୍ରଭୂପ୍ରୀତ ଭବନକୁ ଉଦଘାଟନ କରିଥିଲେ ।

ଏହି ପରିପ୍ରେକ୍ଷୀରେ କବିସୂର୍ଯ୍ୟନଗର ଷ୍ଟାଡିୟମ ନିକଟସ୍ଥ ସ୍ଥାନରେ ଏକ ବିଶାଳ ଆଧ୍ୟାତ୍ମିକ ସମାବେଶ ଆୟୋଜିତ ହୋଇଥିବା ବେଳେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ କୁମାର ନାୟକ, ବିଜେପି ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟା ତଥା ମଧୁର ଭାରତୀ ପତ୍ରିକା ସମ୍ପାଦିକା ଜୟନ୍ତି ପଢିଆରୀ ଯୋଗ ଦେଇଥିଲେ । ।

ପରମାତ୍ମା ଶିବ ପିତାଙ୍କ ଉଦ୍ଦେଶ୍ୟରେ ଅତିଥି ମାନଙ୍କ ଦ୍ୱାରା ପ୍ରଦିପ ପ୍ରଜ୍ଜଳନ କାର୍ଯ୍ୟକ୍ରମ ସାଙ୍ଗକୁ ରାଜଯୋଗିନୀ ଉର୍ମିଳା ଦିଦି ସହରବାସୀଙ୍କ ଉଦ୍ଧେଶ୍ୟରେ ଲୋକାର୍ପିତ ପ୍ରଭୂପ୍ରୀତ ଭବନ ଲୋକଙ୍କୁ ଆଧ୍ୟାତ୍ମିକ ପ୍ରଗତିରେ ସହାୟକ ହେବା ସହ ସହରବାସୀଙ୍କୁ ମାନସିକ ସ୍ୱାସ୍ଥ୍ୟ ଓସାମାଜିକ ପ୍ରଗତିରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ । ଇଶ୍ୱରୀୟ ସେବାରେ ବିଗତ ତିନି ଦଶନ୍ଧି ଧରି ନିରବର୍ଚ୍ଚିନ୍ନ ସହଯୋଗୀ ହୋଇ ସହରବାସୀ ଭାଇଚାରାର ଯେଉଁ ପ୍ରମାଣ ଦେଇଛନ୍ତି, ତାହା ଇଶ୍ୱରୀୟ ସେବାରେ ଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଇବ ବୋଲି ବ୍ରହ୍ମପୁର ସବଜୋନ ନିର୍ଦ୍ଧେଶିକା ରାଜଯୋଗିନୀ ବ୍ରହ୍ମକୁମାରୀ ମାଳା ଦିଦି ତାଙ୍କ ଭାଷଣରେ ପ୍ରତିକ୍ରିୟା ରଖିଥିଲେ ।

ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରତାପ କୁମାର ନାୟକ ତାଙ୍କ ବକ୍ତବ୍ୟରେ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ବହୂମୁଖୀ କାର୍ଯ୍ୟକ୍ରମର ଭୁୟସୀ ପ୍ରଶଂସା କରିବା ସହିତ ସମସ୍ତ ବ୍ରହ୍ମକୁମାରୀ ଭଉଣୀ ଓ ବ୍ରହ୍ମକୁମାର ଭାଇ ମାନଙ୍କ ସାଧୁବାଦ ଜଣାଇଥିଲେ । ସହରର ସମସ୍ତ ମାନ୍ୟଗଣ ବ୍ୟକ୍ତି, ବୁଦ୍ଧିଜୀବୀ ଓ ସହରବାସୀ ଏବଂ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇ ପରମାତ୍ମାଙ୍କ କାର୍ଯ୍ୟରେ ସହଯୋଗୀ ହୋଇ ଆଗକୁ ବଢିବା ପାଇଁ ସଂକଳ୍ପବଦ୍ଧ ହୋଇଥିଲେ ।

ଆସିକା ଶାନ୍ତିଶକ୍ତି ଭବନ ସଂଚାଳିକା ରାଜଯୋଗିନୀ ବ୍ରହ୍ମକୁମାରୀ ପ୍ରଭାତୀ ଭଉଣୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ କବିସୂର୍ଯ୍ୟନଗର ପ୍ରଭୂପ୍ରୀତ ଭବନ ସଂଚାଳିକା ରାଜଯୋଗିନୀ ବ୍ରହ୍ମକୁମାରୀ ସୁଜ୍ଞାନୀ, ବାହାଡାଝୋଲା ସେବା କେନ୍ଦ୍ର ସଂଚାଳିକା ରାଜଯୋଗିନୀ ଲକ୍ଷ୍ମୀ, ଖଲ୍ଲିକୋଟ ସେବା କେନ୍ଦ୍ର ସଂଚାଳିକା ରାଜଯୋଗିନୀ ଜ୍ୟୋତ୍ସ୍ନା, ଗୋବରା ସେବା କେନ୍ଦ୍ର ସଂଚାଳିକା ଯାଜ୍ଞସେନୀ, ଭଞ୍ଜନଗର ସେବା କେନ୍ଦ୍ର ସଂଚାଳିକା ସନ୍ତୋଷିନୀ, ବ୍ରହ୍ମପୁର ନିଳାଚଂଳ ନଗର ସେବା କେନ୍ଦ୍ର ସଂଚାଳିକା ରାଜଯୋଗିନୀ ପ୍ରଶଂସା, ବ୍ରହ୍ମପୁର ହାଉସିଂ ବୋର୍ଡ ସେବା କେନ୍ଦ୍ର ସଂଚାଳିକା ରାଜଯୋଗିନୀ କସ୍ତୁରୀ, ବ୍ରହ୍ମପୁର ହର୍ଷ ନଗର ସେବା କେନ୍ଦ୍ର ସଂଚାଳିକା ରାଜଯୋଗିନୀ କଲ୍ୟାଣୀ, ଗୋପାଳପୁର ସେବା କେନ୍ଦ୍ର ସଂଚାଳିକା ରାଜଯୋଗିନୀ ସଂଘମିତ୍ରା, ରମ୍ଭା ସେବା କେନ୍ଦ୍ର ସଂଚାଳିକା ରାଜଯୋଗିନୀ ଲିଲି ଭଉଣୀଙ୍କୁ କାର୍ଯ୍ୟକ୍ରମରେ ସମ୍ଭର୍ଦ୍ଧନା କରାଯାଇଥିଲା ।

ବରିଷ୍ଠ ରାଜଯୋଗୀ ବ୍ରହ୍ମକୁମାର କୃଷ୍ଣ, ବରିଷ୍ଠ ରାଜଯୋଗୀ ବ୍ରହ୍ମକୁମାର ଅକ୍ଷୟ, ବରିଷ୍ଠ ରାଜଯୋଗୀ ବ୍ରହ୍ମକୁମାର ଦିଲ୍ଲୀପଙ୍କ ସହ ବ୍ରହ୍ମକୁମାରୀ ନିରୁ, ଅନୁ, ଭାଗ୍ୟ, ନର୍ମଦା, ସ୍ମିତା, ସବିତା, ଆଶା, ନିଳିମା, ସୁଧା, ଜୟଶ୍ରୀ, ଧରଣୀ, ଆସିନା ଏବଂ ବ୍ରହ୍ମକୁମାର ଶିଶିର, ଚରଣ, ବଳରାମ, ବିଶିକେଶନ, ବୁଲୁ, ପଚାଂୟତ୍ରୀ, କାଳୁ, ସୁଦର୍ଶନ, ସୁନିଲ, ସତ୍ୟପ୍ରିୟ ପ୍ରଭୃତି କାର୍ଯ୍ୟକ୍ରମ ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

ହରିହର ଶାସ୍ତ୍ରୀୟ ସଙ୍ଗୀତ ଏକାଡେମୀ ନିର୍ଦ୍ଧେଶକ ଅଭୟ ପରିଡାଙ୍କ ନିର୍ଦ୍ଧେଶନାରେ ସୁଶ୍ରୀ ତୁଳସୀ ଚନ୍ଦନ ଓ ବ୍ରହ୍ମକୁମାରୀ କୈାଶିକାଙ୍କ ଦ୍ୱାରା ସ୍ୱାଗତମ ନୃତ୍ୟ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିବା ବେଳେ ଇଶ୍ୱରୀ ବିଶ୍ୱବିଦ୍ୟାଳୟ ବ୍ରହ୍ମପୁର ସବଜୋନରୁ ପ୍ରାୟ ୧୫ ଶହରୁ ଉର୍ଦ୍ଧ ଭାଇ ଓ ଭଉଣୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.